ମାଛ ତ ସମସ୍ତେ ଦେଖିଥିବେ। ମାତ୍ର ଏକ ବିଶାଳକାୟ ମାଛ ଦେଖିଲେ ଯିଏ ବି ହେଉନା କାହିଁକି ଆଶ୍ଚର୍ଯ୍ୟ ହେବ। ଏପରି ଏକ ବିରାଟକାୟ ମାଛ ଦେଖିବାକୁ ମିଳିଛି ଏନ୍ରିକ ଓଷ୍ଟେଲ ସେଓଟାର ଭୂମଧ୍ୟସାଗରୀୟ ତଟରେ। ଏହି ମାଛଟି ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଥିଲା। ଯାହାକୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ମାଛର ନାଁ ‘ସନ୍ଫିସ୍’। ଏହାର ଓଜନ ୨ କ୍ୱିଣ୍ଟାଲରୁ ଅଧିକ।
ମତ୍ସ୍ୟଜୀବୀ କୁହନ୍ତି, ଏପରି ବିରାଟକାୟ ମାଛ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ଏହି ମାଛ ବିଷୟରେ ଆମେ ଶୁଣିଥିଲୁ କିନ୍ତୁ କେବେ ଆଖିରେ ଦେଖି ନ ଥିଲୁ। ଏନ୍ଫିସ ଏମିତି ଏକ ପ୍ରଜାତିର ମାଛ ଯାହା ୟୁରୋପରେ ଦେଖିବାକୁ ମିଳେ। ଏହାକୁ ଖିଆ ଯାଏ ନାହିଁ। ମାଛଟିକୁ କ୍ରେନ୍ ସାହାଯ୍ୟରେ ପାଣିରୁ ଡଙ୍ଗାକୁ ଉଠା ଯାଇଥିଲା। ମାଛର ମୁଣ୍ଡଟି ଦେଖିବାକୁ ବହୁତ ବଡ଼। ଜୀବବିଜ୍ଞାନୀମାନେ ମଧ୍ୟ ଏପରି ମାଛକୁ ଦେଖି ଚକିତ ହୋଇଯାଇଛନ୍ତି। ପରେ ଜୀବବିଜ୍ଞାନୀମାନେ ଏ ସମ୍ପର୍କରେ ଅଧିକ ଗବେଷଣା ଚଳାଇଛନ୍ତି।