
ନୂଆଦିଲ୍ଲୀ,୧।୨: ଦେଶର ପର୍ଯ୍ୟଟନ କ୍ଷେତ୍ରରେ ସରକାର ଯଥେଷ୍ଟ ବିନିଯୋଗ କରିବେ ବୋଲି ଗୁରୁବାର ଅନ୍ତରୀଣ ବଜେଟ୍ ୨୦୨୪ ଭାଷଣରେ କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।
ସେ କହିଛନ୍ତି ଯେ ପର୍ଯ୍ୟଟନ ଭିତ୍ତିଭୂମିରେ ଉନ୍ନତି ଆଣିବା ପାଇଁ ସରକାର କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ଵୀପରେ ସ୍ୱତନ୍ତ୍ର ଦୃଷ୍ଟି ରଖି ନିବେଶ କରିବେ, ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ।
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ଵୀପ ଗସ୍ତ ପରେ ବହୁ ଭାରତୀୟ ମାଳଦ୍ଵୀପ ବଦଳରେ ଲକ୍ଷ୍ମୀଦ୍ୱୀପକୁ ଏକ ବିକଳ୍ପ ଗନ୍ତବ୍ୟସ୍ଥଳ ଭାବରେ ଦେଖୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପରେ ଭାରତ ଏବଂ ମାଳଦ୍ଵୀପ ମଧ୍ୟରେ କୂଟନୈତିକ ସ୍ତରରେ ସମ୍ପର୍କ ବିଗିଡ଼ିଥିଲା। ଯାହାକୁ ନେଇ ଭାରତୀୟମାନେ ଆକ୍ରୋଶମୂଳକ ଭାବେ ମାଳଦ୍ଵୀପ ବଦଳରେ ଲକ୍ଷ୍ମୀଦ୍ୱୀପକୁ ଏକ ବିକଳ୍ପ ଗନ୍ତବ୍ୟସ୍ଥଳ ଭାବେ ବାଛୁଛନ୍ତି।