ଗଞ୍ଜାମ,୨୪।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ବଟେଶ୍ଵର-ପୋଡମପେଟା ସମୁଦ୍ର କୂଳରେ ଏକ ଲୌହ ପିଣ୍ଡ ପଡିଥିବା ଦେଖିବାକୁ ମିଳିଥିଲା l ଏହାକୁନେଇ ଭିନ୍ନ ମତ ପ୍ରକାଶ ପାଇଛି l ଖବରପାଇ ନୌସେନା ପଦାଧିକାରୀ ପହଞ୍ଚି ଏହା ସମୁଦ୍ର ମଧ୍ୟରେ ବିଭିନ୍ନ ଦେଶର ଜଳ ସୀମା ନିର୍ଦ୍ଧାରିତ କରିଥାଏ ବୋଲି କହିଛନ୍ତି l
କୌଣସି କାରଣବଶତଃ ଏହା ବିଛିନ୍ନ ହୋଇ ଭାଷୀ ଆସି କୂଳରେ ଲାଗିଥିବା କୁହାଯାଇଛି l ଅନ୍ୟପଟେ ଏହା ଯାହାଜରେ ଲାଗୁଥିବା ଏକ ଯନ୍ତ୍ରାସ ଲୌହ ପିଣ୍ଡ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି l ସମୁଦ୍ରରୁ ଭାସି ଭାସି କୂଳରେ ଲାଗିବା ପରେ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା l ସେଠାରେ ବନ ବିଭାଗ ପକ୍ଷରୁ କୋଷ୍ଟ ଗାର୍ଡ ନିୟୋଜିତ କରାଯାଇଛି l