Advertisement

ସରକାରଙ୍କ ପ୍ରଶଂସାରେ ଶତମୁଖ ରାଜ୍ୟପାଳ, ବିଧାନସଭାରେ ୧ ଘଣ୍ଟା ୫୮ ମିନିଟ ରଖିଲେ ବକ୍ତବ୍ୟ

ଭୁବନେଶ୍ୱର,୫।୨: ସୋମବାର ଷୋଡ଼ଶ ବିଧାନସଭାର ପଞ୍ଚଦଶ ଅଧିବେଶନ ଆରମ୍ଭରେ ଅଭିଭାଷଣ ରଖି ରାଜ୍ୟ ସରକାରଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପଠାରୁ ଆରମ୍ଭ କରି ନିଯୁକ୍ତି, ଆଇନ୍ଶୃଙ୍ଖଳା, କୃଷି ଆଦି ସମସ୍ତ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସଫଳତା ବଖାଣିଛନ୍ତି ରାଜ୍ୟପାଳ ରଘୁବର ଦାସ। ଏହି ତାଲିକା ଏତେ ଲାଭ ଥିଲା ଯେ, ବଜେଟ ଅଧିବେଶନରେ ଦୀର୍ଘ ୧ ଘଣ୍ଟା ୫୮ ମିନିଟ ବକ୍ତବ୍ୟ ରଖି ମୋଟ ୫୬ ପୃଷ୍ଠାର ଭାଷଣ ପଢ଼ିଥିଲେ ରାଜ୍ୟପାଳ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share