Categories: ଜାତୀୟ

ଜଙ୍ଗଲରେ ପୋତା ଯାଇଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ, ଉଗ୍ରବାଦୀଙ୍କ ସନ୍ଧାନରେ ସର୍ଚ୍ଚ ଅପରେଶନ ଜାରି…

ଗୁଆହାଟୀ,୨୨।୧୦ : ଆସାମ ପୋଲିସ ଶନିବାର କାର୍ବି ଆଙ୍ଗଲୋଙ୍ଗ ଜିଲାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରିଛି। ପୋଲିସ ଅଧୀକ୍ଷକ ସଞ୍ଜତବ ସାଇକିଆ କହିଛନ୍ତି ଯେ ଦିପୁ-ଧନସିରୀ ରାସ୍ତା ନିକଟରେ ଥିବା ଜଙ୍ଗଲରେ ହାତୀ ଶିବିର ଭିତରେ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ମାଟି ତଳେ ପୋତା ଯାଇଥିଲା।

ସୂଚନା ଆଧାରରେ ପୋଲିସ ପକ୍ଷରୁ ଏଠାରେ ଖୋଳା ଯାଇଥିଲା। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ଦୁଇଟି ଗ୍ରେନେଡ, ୬୯ ଜୀବନ୍ତ ଗୁଳି ଏବଂ ଏକେ-୪୭ ରାଇଫଲର ଗୋଟିଏ ମାଗାଜିନ, ୧୨ଟି ଏସଏଲଆର ଏବଂ ଦୁଇଟି ପିସ୍ତଲ ମାଗାଜିତ ରହିଛି ବୋଲି ଏସପି କହିଛନ୍ତି। ସେ କହିଛନ୍ତି ଯେ ପ୍ରାୟ ଚାରିମାସ ପୂର୍ବେ ଉଗ୍ରବାଦୀ ସଂଗଠନ ଦିମାସା ନ୍ୟାଶନାଲ ଲିବରେଶନ ଟ୍ରାଇବଲ (ଡିଏନଏଲଟି) ଦ୍ୱାରା ଗୁଳିଗୋଳା ମାଟି ତଳେ ପୋତା ଯାଇଥିବା କୁହାଯାଉି। ସେ କହିଛନ୍ତି ଯେ ଉଗ୍ରବାଦୀଙ୍କୁ ଧରିବା ପାଇଁ ଜଙ୍ଗଲରେ ସର୍ଚ୍ଚ ଅପରେଶନ ଚାଲିଛି। ଶୀଘ୍ର ସେମାନଙ୍କୁ ଧରାଯିବ ।

Share