ଭବାନୀପାଟଣା,୨୮।୨(ସ୍ବ.ପ୍ର): କଳାହାଣ୍ଡି ଜିଲା ଧର୍ମଗଡ଼ ଅବକାରୀ ବିଭାଗ ମଙ୍ଗଳବାର ଭୋରରେ ଚଢାଉ କରି ବିପୁଳ ପରିମାଣର ନକଲି ମଦ ଜବତ କରିଛି। ଅବକାରୀ ବିଭାଗ ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି।
ମିଳିଥିବା ସୂଚନା ମୁତାବକ, ନକଲି ମଦ ଚୋରା ଚାଲାଣ ହେଉଥିବା ଅବକାରୀ ବିଭାଗକୁ ଖବର ମିଳିଥିଲା। ଏନେଇ ଧର୍ମଗଡ଼ ଅବକାରୀ ଉପନିରୀକ୍ଷକ ଅଜୟ ନାଏକଙ୍କ ନେତୃତ୍ୱରେ ଏକ ଅବକାରା ଟିମ୍ ଚଢ଼ାଉ କରିଥିଲା। ଚଢାଉ ବେଳେ ଅଧିକାରୀମାନେ ଏକ ମିନି ପିକ୍ଅପ୍କୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ୨ହଜାର ନକଲି ପାଉଚ ମଦ ଗାଡ଼ିରୁ ଜବତ କରିଥିଲେ। ଏପରି କି ଗିରଫ ଅଭିଯକ୍ତଙ୍କଠାରୁ ୧୦ ହଜାର ଟଙ୍କା ଜବତ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରିଛି।