Categories: ଖେଳ

ପଞ୍ଜାବ ଆଗରେ ୨୫୮ ରନ୍‌ର ବିଶାଳ ଟାର୍ଗେଟ୍‌

ମୋହାଲି,୨୮।୪: ମୋହାଲି ସ୍ଥିତ ବିନ୍ଦ୍ରା ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ଆଇପିଏଲ୍‌ର ୩୮ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶିଖର ଧାଓ୍ବନ୍‌ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଆରମ୍ଭରୁ ଦମ୍‌ଦାର ବ୍ୟାଟିଂ କରିଥିଲା। ଷ୍ଟୋଇନିସ, ମେୟର୍ସ, ପୁରାନ ଏବଂ ବାଡୋନିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୫୭ ରନ୍‌ କରିଛି। ଫଳରେ ପଞ୍ଜାବ ଆଗରେ ୨୫୮ ରନ୍‌ର ଏକ ବିଶାଳ ଟାର୍ଗେଟ ରଖିଛି ଲକ୍ଷ୍ନୌ ।
ଲକ୍ଷ୍ନୌର ଦୁଇ ଓପନର କେ.ଏଲ୍‌. ରାହୁଲ ଏବଂ କାଇଲ ମେୟର୍ସ ବ୍ୟାଟିଂ କରିବାକୁ ଆସି ଦ୍ରୁତ ଷ୍ଟାର୍ଟ ଦେଇଥିଲେ। ହେଲେ ରାହୁଲ ୧୨ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। କିନ୍ତୁ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ ମେୟର୍ସ। ମେୟର୍ସ ୨୪ଟି ବଲ୍‌ରେ(୭ ଚୌକା ଏବଂ ୪ ଛକା) ୫୪ ରନ୍‌ କରିଥିଲେ। ସେହିପରି ଆୟୁଷ ବାଦୋନି ୪୩ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଅନ୍ୟପକ୍ଷେ ମାର୍କସ ଷ୍ଟୋଇନିସ ୪୦ବଲ୍‌ରେ (୬ ଚୌକା ଏବଂ ୫ ଛକା) ଧୂଆଁଧାର ୭୨ରନ୍‌ କରିଥିଲେ। ନିକୋଲାସ ପୁରନ ୪୫ ରନ୍‌ କରିଥିଲେ । ଫଳରେ ଲକ୍ଷ୍ନୌ ୨୫୭ ରନ୍‌ର ବିଶାଳ ସ୍କୋର ଛିଡ଼ା କରିବାରେ ସଫଳ ହୋଇଥିଲା। ପଞ୍ଜାବ ପକ୍ଷରୁ କାସିଗୋ ରାବାଡା ସର୍ବାଧିକ ୨ ଉଇକେଟ ନେଇଥିବା ବେଳେ ସାମ୍‌ କୁରାନ୍‌ ଏବଂ ଲିଭିଙ୍ଗଷ୍ଟୋନ ଗୋଟିଏ ଲେଖାଏ ଉଇକେଟ ନେବାରେ ସକ୍ଷମ ହୋଇଥିଲେ।

Share