Categories: ଜାତୀୟ

ଅଭାବ ବେଳେ ନଷ୍ଟ ହୋଇଛି ୪୪ ଲକ୍ଷ ଟିକା

ନୂଆଦିଲ୍ଲୀ, ୨୦।୪: ବିଭିନ୍ନ ରାଜ୍ୟରେ କରୋନା ଟିକାର ଅଭାବ ଦେଖାଦେଇଥିବାବେଳେ ସାମ୍ନାକୁ ଆସିଛି ଚିନ୍ତିିତ କଲା ଭଳି ତଥ୍ୟ। ଏପ୍ରିଲ ୧୧ ତାରିଖ ସୁଦ୍ଧା ବିଭିନ୍ନ ରାଜ୍ୟକୁ ପଠାଯାଇଛି ୧୦ କୋଟି ଟିକା। ସେଥି ମଧ୍ୟରୁ ୪୪ ଲକ୍ଷ ଟିକା ନଷ୍ଟ ହୋଇଛି। ଏହା ଜଣାପଡ଼ିଛି ସୂଚନା ଅଧିକାର ଆଇନ (ଆରଟିଆଇ)ର ଏକ ରିପୋର୍ଟରୁ।

ତାମିଲନାଡୁରେ ସର୍ବାଧିକ ୧୨ ପ୍ରତିଶତ ଟିକା ନଷ୍ଟ ହୋଇଛି। ଏହି ରାଜ୍ୟ ପଛକୁ ରହିଛନ୍ତି ହରିୟାଣା (୯.୭୪ ପ୍ରତିଶତ), ପଞ୍ଜାବ (୮.୧୨ %), ମଣିପୁର (୭.୮ %) ଓ ତେଲେଙ୍ଗାନା (୭.୫୫ %) ଭଳି ରାଜ୍ୟ। କେରଳ, ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶ, ମିଜୋରାମ, ଗୋଆ, ଦାମନ ଓ ଡିଉ, ଆଣ୍ଡାମାନ ଓ ନିକୋବର ଦ୍ୱୀପ ଏବଂ ଲକ୍ଷାଦ୍ୱୀପରେ କୌଣସି ଟିକା ବେକାର ଯାଇନାହିଁ।

Share