ସର୍ଚ୍ଚ ଅପରେଶନ ବେଳେ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି,୨୧।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ପରେ ୨୪ ତାରିଖରେ ନିର୍ବାଚନ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳରେ ବିଏସ୍‌ଏଫ, ଡିଭିଏଫ୍‌ ତରଫରୁ ପ୍ରତିଦିନ ଘନ ଘନ ସର୍ଚ୍ଚ ଅପରେଶନ କରାଯାଉଛି । ତେବେ ଯବାନଙ୍କ ତରଫରୁ ଯୋଡାମ୍ବ ଥାନା ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତର ନଦମେଞ୍ଜରୀ ଗ୍ରାମ ନିକଟ ଜଙ୍ଗଲରେ ସର୍ଚ୍ଚ ଅପରେଶନ ଜାରି ରହିଥିବା ବେଳେ ମାଓବାଦୀଙ୍କ ଦ୍ବାରା ପୋତା ହୋଇଥିବା ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଜବତ ହୋଇଥିଲା। ଟିଫିନ ବୋମା, ପ୍ରେସର ବୋମା, କଡେକ୍ସ ତାର, ଡେଟନେଟର, ବ୍ୟାନର, ବ୍ୟାଟେରୀ ସହ ଅନେକ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ଏସ୍‌ପି ନୀତିଶ ୱଧାନୀ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।