ବ୍ୟସ୍ତ ଅଛନ୍ତି ହୁମା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ହୁମା କୁରୈଶି ଇନଷ୍ଟ୍ରାମ ଆକାଉଣ୍ଟରେ ରାଣୀ ଭାରତି ଅବତାରରେ ଏକ ସେଲ୍ଫି ଶେୟାର କରିଛନ୍ତି । ଏଥିରେ ସେ ସିଜିନ ୨ ଆଡକୁ ଇସାରା କରିଛନ୍ତି । ଏହାସହ ଭିକ୍ଟ୍ରି ସାଇନ୍ ମଧ୍ୟ ଦେଖାଇଛନ୍ତି । ହୁମା ସୋନି ଲିଭ ସିରିଜ ‘ମହାରାଣୀ’ର ଦ୍ୱିତୀୟ ସିଜିନ ଶୁଟିଂରେ ବ୍ୟସ୍ତ ଅଛନ୍ତି । ଶୋ’ର ପ୍ରଥମ ସିଜନରେ ‘ଗ୍ୟାଙ୍ଗସ୍ ଅଫ୍ ୱାଶିପୁର’ର ଆକ୍ଟ୍ରେସ୍ ରାଣୀ ଭାରତି ରୂପରେ ନଜର ଆସିଥିଲେ । ଯିଏ ଜଣେ ଗାଉଁଲି ମହିଳା ହୋଇଥିବା ବେଳେ ତାଙ୍କୁ ବିହାରର ମୁଖ୍ୟମନ୍ତ୍ରୀ ହେବାକୁ ବଛା ଯାଇଥିଲା । ୩୫ ବର୍ଷୀୟା ହୁମା ରାଣୀ ବେଶରେ ଇନଷ୍ଟାଗ୍ରାମରେ ଏକ ସେଲଫି ଶେୟାର କରିଛନ୍ତି । ସୂଚନାଯୋଗ୍ୟ, ହୁମା ଶେଷଥର ଲାଗି ଚଳିତ ବର୍ଷର ମୁଭି ‘ବେଳବଟମ’ରେ ନଜର ଆସିଥିଲେ । ଏବେ ତାଙ୍କ ନିକଟରେ ‘ଡବଲ ଏକ୍ସେଲ’ ନେଟଫ୍‌ଲିକ୍ସ ମୁଭି ‘ମୋନିକା, ଓ ମାଇ ଡାର୍ଲିଂଗ’ ଭଳି ପ୍ରୋଜେକ୍ଟ ରହିଛି । ‘ଡବଲ ଏକ୍ସେଲ’ର ଶୁଟିଂ ନିକଟରେ ଲଣ୍ଡନ ଓ ଦିଲ୍ଲୀରେ ଶେଷ ହୋଇଛି । ଏଥିରେ ସୋନାକ୍ଷୀ ସିହ୍ନା ବି ହୁମାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ।

 

Share