ଚୁଜି ହେଲେଣି ହୁମ୍ମା

ହୁମ୍ମା ଏଣିକି ଆଉ ତରବର ହୋଇ ସିନେମା ସାଇନ୍‌ କରିବେ ନାହିଁ। ଅଫର ମିଳିଥିବା ଫିଲ୍ମର କାହାଣୀ ଏବଂ ସେଥିରେ ତାଙ୍କର ଭୂମିକାକୁ ଭଲ ଭାବରେ ତର୍ଜମା କରିବେ। ତା’ପରେ ସେଥିରେ ଆକ୍ଟିଂ କରିବେ କି ନାହିଁ ଚିନ୍ତା କରିବେ। ଏ ନେଇ ହୁମ୍ମା କହନ୍ତି, ‘ମୋ ମତରେ ଆକ୍ଟିଂ ଲାଇନ୍‌ରେ ତରବର ହେବା ଆଦୌ ଠିକ୍‌ ନୁହେଁ। କାରଣ ସାମାନ୍ୟ ଭୁଲ ନିଷ୍ପତ୍ତି କ୍ୟାରିୟରକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ ଏ ନେଇ ମୁଁ ବେଶ୍‌ ସଚେତନ। ଏଣୁତେଣୁ ଗୁଡାଏ ଫିଲ୍ମରେ ଆକ୍ଟିଂ କରିବା ଅପେକ୍ଷା ବର୍ଷକୁ ଯଦି ଗୋଟିଏ କିମ୍ବା ଦୁଇଟି ସିନେମାରେ ଅଭିନୟ କଲି କ୍ଷତି କ’ଣ ? ମୁଁ ଏବେ ଶୁଣିବାକୁ ପାଉଛି ଯେ ମୁଁ କୁଆଡେ ପାରିଶ୍ରମିକ ବଢ଼ାଇ ଦେଇଛି। ହେଲେ ଏପରି ଆଲୋଚନା ଆଦୌ ଠିକ୍‌ ନୁହେଁ। ନିକଟରେ ମୋତେ କେତୋଟି ଅଫର ମିଳିଥିଲା। କିନ୍ତୁ ସେଗୁଡିକର କାହାଣୀ ମୋତେ ପ୍ରଭାବିତ କରିପାରି ନ ଥିଲା। ଫଳରେ ସେହି ଅଫରଗୁଡିକୁ ମୁଁ ପ୍ରତ୍ୟାଖ୍ୟାନ କରିଥିଲି।’

Share