ତିନି ବର୍ଷର ଡେଟିଂ ପରେ ଏବେ ଅଲଗା ହେବେ ଏହି ସିଲିବ୍ରିଟି କପୁଲ!

ମୁମ୍ବାଇ: ଅବଶ୍ୟ ସେଲିବ୍ରିଟିଙ୍କ ପାଇଁ ଏହା କିଛି ନୂଆ କଥା ନୁହେଁ । କିନ୍ତୁ ଦୀର୍ଘ ୩ ବର୍ଷର ଡେଟିଂ ପରେ ଏବେ କୁଆଡେ ଅଲଗା ହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ହୁମା କୁରେଶି ଓ ତାଙ୍କ ବୟ ଫ୍ରେଣ୍ଡ ନିର୍ଦ୍ଦେଶକ ମୁଦ୍ଦସର ଅଜିଜ । ହୁମା ଆକ୍ଟିଙ୍ଗକୁ ନେଇ ଯେତିକି ଚର୍ଚ୍ଚାରେ ରୁହନ୍ତି ଏବେ ସେ ତାଙ୍କ ପର୍ସନାଲ ଲାଇଫକୁ ନେଇ ବି ସେତିକି ଚର୍ଚ୍ଚାରେ ରହୁଛନ୍ତି । ଏବେ ଶୁଣିବାକୁ ମିଳିଛି କି ହୁମାଙ୍କର ଅଜିଜଙ୍କ ସହ ବ୍ରେକ ଅପ୍ ହୋଇଯାଇଛି । ଦୀର୍ଘ ୩ ବର୍ଷ ଡେଟିଂ କରିବା ପରେ ଏମାନେ ଅଲଗା ହେବାକୁ ଯାଉଥିବା କୁହାଯାଉଛି ।
ନିକଟରେ ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଥିଲା କି ହୁମା କୁରେଶି ଓ ମୁଦ୍ଦସର ଅଜିଜ ପରସ୍ପରଠାରୁ ଅଲଗା ହେବାକୁ ଯାଉଛନ୍ତି । ଏମାନେ ଅଲଗା ହେବାର ନିଷ୍ପତ୍ତି ନେଇ ସାରିଛନ୍ତି । ଏମାନେ ଅଲଗା ହେଲେ ବି ଏକାଠି ଫିଲ୍ମ ପ୍ରଡ୍ୟୁସ କରିବେ ବୋଲି ଜଣାପଡିଛି । ଏବେ ସେମାନେ ଭଲ ବନ୍ଧୁ ହୋଇ ରହିବେ । କିନ୍ତୁ ଏମାନଙ୍କ ଭିତରେ ଥିବା ଲଭ ଲାଇଫ୍ ଏବେ ଶେଷ ହୋଇଛି କି ନା ସେ ସମ୍ପର୍କରେ କିଛି ସୂଚନା ନାହିଁ । ଉଭୟ ମ୍ୟାଚୁୟର ଥିବାରୁ ଜୀବନରେ ଏସବୁ ଘଟଣା ଘଟେ ବୋଲି ସେମାନେ ବୁଝି ଯାଇଥିବା ବିଶେଷ ସୂତ୍ରରୁ ସୂଚନା ଦିଆଯାଇଛି ।

Share