Categories: ଜାତୀୟ

ବ୍ୟାଗ୍‌ରୁ ମିଳିଲା ମନୁଷ୍ୟର କଟା ଅଙ୍ଗପ୍ରତ୍ୟଙ୍ଗ

ନୂଆଦିଲ୍ଲୀ,୭।୬: ପୂର୍ବ ଦିଲ୍ଲୀ କଲ୍ୟାଣୀପୁରା ରାମଲୀଳା ପଡ଼ିଆରୁ ପୋଲିସ ମନୁଷ୍ୟର କଟା ହୋଇଥିବା ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଭର୍ତ୍ତି ଏକ ବ୍ୟାଗ୍‌ ଜବତ କରିଛି।

ମିଳିଥିବା ସୂଚନା ମୁତାବକ, ପୋଲିସ ରାମଲୀଳା ପଡ଼ିଆ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ସେତିକିବେଳେ ପଡ଼ିଆ ପାଖ ଏକ ବୁଦାମୂଳରୁ ପଚାଗନ୍ଧ ଆସିଥିଲା। ପୋଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ପରେ ଏକ ବ୍ୟାଗ୍‌ ପାଇଥିଲା। ଏଥିରୁ କଟା ହୋଇଥିବା ମନୁଷ୍ୟ ଶରୀରର ଅଙ୍ଗପ୍ରତ୍ୟଙ୍ଗ ମିଳିଥିଲା। ଏନେଇ ପୋଲିସ ଧାରା ୩୦୨, ୨୦୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଡେପୁଟି କମିଶନର ପ୍ରିୟଙ୍କା କଶ୍ୟପ କହିଛନ୍ତି।

Share