Categories: ଜାତୀୟ

ଦୋକାନରୁ ମିଳିଲା ମଣିଷ ମସ୍ତିଷ୍କ, ଆଖି, କାନ

ନାଶିକ,୨୯।୩ : ମହାରାଷ୍ଟ୍ରର ନାଶିକ ସହରର ମୁମ୍ବାଇ ନାକା ଅଞ୍ଚଳରେ ଏକ ବନ୍ଦ ଦୋକାନର ବେସମେଣ୍ଟରୁ ମିଳିଛି ମଣିଷ ଶରୀରର ବିଭିନ୍ନ ଅଙ୍ଗ। ଗତ କିଛି ଦିନ ହେଲା ବନ୍ଦ ଥିବା ଦୋକାନରୁ ପଚା ଗନ୍ଧ ହେଉଥିଲା। ଏଥି ଯୋଗୁ ରବିବାର ରାତିରେ ପୋଲିସକୁ ଜଣାଇଥିଲେ ଅଞ୍ଚଳବାସୀ।

“ଦୋକାନରେ ସ୍କ୍ରାପ ସାମଗ୍ରୀ ଭରି ରହିଥିଲା। କିନ୍ତୁ ଦୁଇଟି ପ୍ଲାଷ୍ଟିକ୍‌ କଣ୍ଟେନର ଖୋଲାଯିବା ପରେ ଆମକୁ ମଣିଷ କାନ, ବ୍ରେନ, ଆଖି ଏବଂ ମୁହଁର କିଛି ଅଙ୍ଗ ମିଳିଛି। ଅଧିକ ତଦନ୍ତ ପାଇଁ ଫରେନ୍ସିକ ଟିମ୍‌ ମଣିଷ ଅଙ୍ଗକୁ ଜବତ କରିଛି” ବୋଲି ତଦନ୍ତକାରୀ ପୋଲିସ ଅଧିକାରୀ କହିଛନ୍ତି।

ଦୋକାନ ମାଲିକଙ୍କ ଦୁଇ ପୁଅ ଡାକ୍ତର ହୋଇଥିବାରୁ ଏହି ସବୁ ମଣିଷ ଅଙ୍ଗକୁ ମେଡିକାଲ ଉଦ୍ଦେଶ୍ୟରେ ପ୍ରଜର୍ଭଡ ରଖାଯାଇଥାଇପାରେ। କିନ୍ତୁ ପୋଲିସ ସବୁ ସମ୍ଭାବନା ଉପରେ ତଦନ୍ତ କରୁଛି। ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ କରାଯାଇ ନାହିଁ ବୋଲି ମୁମ୍ବାଇ ନାକା ଥାନା ଅଧିକାରୀ କହିଛନ୍ତି।

Share