Categories: ଜାତୀୟ

ମାନବୀୟ ତ୍ରୁଟିରୁ ଦାର୍ଜିଲିଂ ଟ୍ରେନ୍ ଦୁର୍ଘଟଣା: ରେଲୱେ ବୋର୍ଡ ସିଇଓ

ନୂଆଦିଲ୍ଲୀ,୧୭।୬: ସୋମବାର ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ, ୨୫ ଜଣ ଆହତ ହୋଇଛନ୍ତି। ତେବେ ଏହି ଦୁର୍ଘଟଣା ମାନବୀୟ ତ୍ରୁଟିରୁ ଘଟିଥିବା କହିଛନ୍ତି ରେଲୱେ ବୋର୍ଡ ସିଇଓ ଜୟା ବର୍ମା ସିହ୍ନା।

ପ୍ରାରମ୍ଭିକ ତଦନ୍ତରୁ ଏହା ଜଣା ପଡିଛି ଯେ, ସିଗନାଲ୍ ନ ମାଣିବାରୁ ଏହି ଦୁର୍ଘଟଣା ଘଟିଛି। ଟ୍ରେନର ଲୋକ ପାଇଲଟ ସିଗନାଲ ଅଣଦେଖା କରି ଆଗକୁ ଚାଲିଯିବାରୁ ୮ ଜଣଙ୍କ ଜୀବନ ଚାଲିଯାଇଛି। ଏହି ସଂଖ୍ୟା ଆଗକୁ ବଢିପାରେ।

ରେଲୱେ ବୋର୍ଡ ସିଇଓ ଜୟା ବର୍ମା ସିହ୍ନା କହିଛନ୍ତି ଯେ ”ଆଜି କାଞ୍ଚଜଙ୍ଗା ଟ୍ରେନର ଦୁର୍ଘଟଣା ହୋଇଛି। ଏକ ମାଲବାହୀ ଟ୍ରେନର ଡ୍ରାଇଭର ଏକ ଯାତ୍ରୀବାହୀ ଟ୍ରେନକୁ ଧକ୍କା ଦେଇଥିଲା। ପ୍ରାରମ୍ଭିକ ସୂଚନାରୁ ଜଣାପଡିଛି ଯେ ମାଲବାହୀ ଟ୍ରେନର ପାଇଲଟ ଏହି ସିଗନାଲକୁ ଅଣଦେଖା କରିଛନ୍ତି। ଏହି କାରଣରୁ, ଯାତ୍ରୀବାହୀ ଟ୍ରେନର ପଛପଟେ ଥିବା ଗାର୍ଡ କମ୍ପାର୍ଟମେଣ୍ଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ଏବଂ ଆଗରେ ଦୁଇଟି ପାର୍ସଲ ଭ୍ୟାନ୍ କମ୍ପାର୍ଟମେଣ୍ଟ ନଷ୍ଟ ହୋଇଯାଇଥିଲା। ତେବେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ବୋଲି ସେ କହିଛନ୍ତି।

Share