Categories: ଫୁରସତ

କରୋନା ସମୟରେ ଜନ୍ମନେଲେ ଭଗବାନ! ଦେଖିବା ପାଇଁ ଜମୁଛି ଲୋକଙ୍କ ଭିଡ

ଭାରତୀୟଙ୍କର ଭଗବାନଙ୍କ ଉପରେ ବହୁତ ବିଶ୍ୱାସ ରହିଛି। ସେମାନେ ଭଗବାନଙ୍କ ମୂର୍ତ୍ତି ସମେତ ଗଛ, ତଥା ପଶୁକୁ ମଧ୍ୟ ପୂଜା କରିଥାନ୍ତି। ଏପରି ବିଶ୍ୱାସ ଯୋଗୁ ବିଦେଶରେ ଅନେକ ଥର ଭାରତର ମଜାକ୍‌ ଉଡାଯାଇଥାଏ। ଏମିତି ଏକ ଘଟଣାକୁ ନେଇ ବିହାରର ମୁଜାଫରନଗର ଏବେ ଚର୍ଚ୍ଚାରେ। ଏଠାରେ ଏକ ଛେଳିକୁ ଭଗବାନ ପରି ପୂଜା କରାଯାଉଛି।

ନିକଟରେ ଏଠାରେ ଏକ ଅଦ୍ଭୁତ ପ୍ରକାରର ଛେଳି ଜନ୍ମ ହୋଇଛି। ଏହାର ମୁହଁ ଦେଖିବାକୁ ମଣିଷପରି। ତା’ର ପାଟି ଭିତରେ ଆଖି ରହିଛି। ମାତ୍ର ନାକ ନାହିଁ। ସ୍ଥାନୀୟ ଲୋକେ ଏହାକୁ ପୂଜା କରିବାରେ ଲାଗିଛନ୍ତି। ଏହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଦେଶ ଗଣମାଧ୍ୟମରେ ଏହାର ପରିହାସ କରାଯାଉଛି। କୁହାଯାଉଛି, ଭାରତରେ ଯେତେବେଳେ ଏମିତି କିଛି ପଶୁ ଜନ୍ମ ହୁଅନ୍ତି, ସେମାନଙ୍କୁ ଲୋକେ ପୂଜା କରିଥାନ୍ତି। ମାତ୍ର ଏହା କୌଣସି ଚମତ୍କାର ନୁହେଁ। ଏହା ଜେନେଟିକ୍‌ ଡିସ୍‌ଅର୍ଡର ବୋଲି କୁହାଯାଉଛି।
ଏ ନେଇ ଛେଳିର ମାଲିକ କୁହନ୍ତି, ଏହି ଛେଳି ଜନ୍ମ ହେବା ପରଠାରୁ ତାକୁ ଦେଖିବା ପାଇଁ ଲୋକଙ୍କର ଭିଡ ଜମୁଛି। ଖାଲି ସେତିକି ନୁହେଁ ଭଗବାନ କହି ଲୋକେ ତାକୁ ପୂଜା କରୁଥିବା ସେ କହିଛନ୍ତି।

Share