ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ଘଟଣା: ଅପ୍‌ଡେଟ୍‌ ଷ୍ଟାଟସ୍‌ ରିପୋର୍ଟ ମାଗିଲେ ହାଇକୋର୍ଟ

ଭୁବନେଶ୍ୱର(ବ୍ୟୁରୋ)/ କଟକ ଅଫିସ, ୫।୧୧: ବହୁ ଚର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଉପରେ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଧାର୍ଯ୍ୟ ସମୟରେ କ୍ରାଇମବ୍ରାଞ୍ଚ ଷ୍ଟାଟସ୍‌ ରିପୋର୍ଟ ଦେଇ ପାରି ନ ଥିବାରୁ କ୍ଷୁବ୍ଧ ହୋଇଛନ୍ତି। ଅପଡେଟ୍‌ ଷ୍ଟାଟସ୍‌ ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ଆସନ୍ତା ୧୧ ତାରିଖକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ଜୁଲାଇ ୭ରେ ଲିଙ୍ଗରାଜ ଷ୍ଟେଶନ ନିକଟ ଟ୍ରେନ୍‌ ଲାଇନରୁ ଆଦିତ୍ୟଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ପ୍ରଥମେ ଜିଆର୍‌ପି ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲେ ମଧ୍ୟ ଏଯାଏ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇପାରୁନି। ତେଣୁ ଏହି ମାମଲାର ସିବିଆଇ ତଦନ୍ତ ଦାବି କରି ଆଦିତ୍ୟଙ୍କ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Share