ମାନବ ଅଧିକାର ଓ ନୈତିକ ବିଶ୍ୱବାଦ

ମାଇକେଲ୍‌ ଇଗ୍ନାଟିଫ

 

ପଚିଶ ବର୍ଷ ପୂର୍ବେ ଏହି ସପ୍ତାହରେ ପ୍ୟାରିସ୍‌ରେ ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଠକରେ ମାନବ ଅଧିକାରର ବୈଶ୍ୱିକ ଘୋଷଣାନାମା ଗୃହୀତ ହୋଇଥିଲା। ଏହା ବାଧ୍ୟତାମୂଳକ ଆଇନ ନୁହେଁ, କେବଳ ନୀତି ବା ସିଦ୍ଧାନ୍ତର ଏକ ଓପଚାରିକ ଘୋଷଣାନାମା। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନରସଂହାର ରାଷ୍ଟ୍ରବାଦକୁ ଲକ୍ଷ୍ୟ କରି ଗଢ଼ାଯାଇଥିବା ଅନ୍ତର୍ଜାତୀୟ ଆଇନରେ ମାନବୀୟ ସମାନତାକୁ ସ୍ଥାନିତ କରିବାରେ ଏହା ଥିଲା ପ୍ରଥମ ଘୋଷଣାନାମା। ଏହି ନୂତନ ନୈତିକ ବିଶ୍ୱବାଦ ମାନବ ଜାତି ପ୍ରତି ହେଉଥିବା ପକ୍ଷପାତରୁ ମୁହଁ ଫେରାଇବାକୁ କହିଲା। ଏହା ଜାତି, ଧର୍ମ, ଲିଙ୍ଗ, ଶ୍ରେଣୀ, ଜାତୀୟତା ଓ ଭାଷାକୁ ନେଇ ଅତୀତର ଗୁରୁତ୍ୱପୂର୍ଣ୍ଣ ପ୍ରଭେଦ ଏବଂ ସହଭାଗୀ ମାନବିକତା ବିଷୟରେ ଚିନ୍ତା କରିବାକୁ କହିଲା। ୧୯୪୮ରେ ହାନ୍ନା ଆରେଣ୍ଡ ଅନୁଭବ କରିଥିଲେ , ‘ଏହା ମନେହୁଏ ଯେ, ଜଣେ ପୁରୁଷ ସେହି ପୁରୁଷ ବ୍ୟତୀତ ଅନ୍ୟ କିଛି ନୁହେଁ; ଯିଏ ଗୁଣଗୁଡ଼ିକ ହରାଇଛି ଓ ଅନ୍ୟମାନେ ତାଙ୍କୁ ସହକର୍ମୀ ଭାବରେ ବ୍ୟବହାର କରିବା ସମ୍ଭବ ହୋଇଛି।’ ନାଜିଙ୍କ ଦ୍ୱାରା ପରିଚାଳିତ ଅଶୁଓ୍ବିଚ ବିର୍କେନାଉ କ୍ୟାମ୍ପର ଅସୁରକ୍ଷିତ କଏଦୀମାନେ ଜାଣିପାରିଥିଲେ ଯେ ମଣିଷ ଭାବେ ଦୟା ଏବଂ ଭଦ୍ରତା, ଅଧିକାର ଦାବିର ମୂଲ୍ୟ ସେମାନଙ୍କ ଉତ୍ପୀଡ଼ନ ଆଗରେ କିଛି ବି ନ ଥିଲା। ଯଦି ଏଭଳି ଅସୁରକ୍ଷିତ ଲୋକ ନିଜକୁ ବଞ୍ଚାଇବା ସ୍ଥିତିରେ ରହିଥା’ନ୍ତେ, ତେବେ ଆରେଣ୍ଡଙ୍କ ମତରେ, ସେମାନେ ନିରାପଦରେ ରହିଥାଆନ୍ତେ କି? ବିଶ୍ୱର ମାନବ ଅଧିକାର ପାଇବାର ଅଧିକାର ରହିବ, ଯଦି ଆମେ ସମସ୍ତେ ନାଗରିକତ୍ୱର ସୁରକ୍ଷା ଉପଭୋଗ କରିବା।
୧୯୮୯ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏକ ବାସ୍ତବ ସମାଜ ପାଇବାର ଘୋଷଣାନାମାର ଆଶା କେବଳ ପାଶ୍ଚାତ୍ୟରେ ସୀମିତ ଥିଲା। ଘୋଷଣାନାମା ଯେଉଁ ମୂଳ ବୁଝାମଣାକୁ ନେଇ କରାଯାଇଥିଲା, ସେଥିରେ ପୂର୍ବ ଉପନିବେଶୀ ଲୋକମାନେ ଭାଗ ନେଇ ନ ଥିଲେ ଏବଂ ଗୋଷ୍ଠୀ ନିରପେକ୍ଷ ଅଭିଯାନର ପ୍ରାରମ୍ଭିକ ଦଶନ୍ଧିରେ ଉପନିବେଶୀମାନେ ସେମାନଙ୍କ ନୂତନ ଶାସନ ଉପରେ ପାଶ୍ଚାତ୍ୟର ସମାଲୋଚନାକୁ ବିରୋଧ କରିଥିଲେ। ଏହି ସମୟରେ ସୋଭିଏଟ୍‌ ସାମ୍ରାଜ୍ୟର ରାଷ୍ଟ୍ରଗୁଡ଼ିକ ମିଳିତ ଜାତିସଂଘ ଘୋଷଣାର ବୈଧତାକୁ ନେଇ ସ୍ବର ଉଠାଇଥିଲେ। ୟୁଏସ୍‌ଏସ୍‌ଆର୍‌ ଏବଂ ତାକୁ ଅନୁସରଣ କରୁଥିବା ଦେଶଗୁଡ଼ିକ ମୂଳ ଭୋଟରୁ ଦୂରେଇ ରହିଥିଲେ। ସେମାନଙ୍କ ବିଶ୍ୱାସ ଥିଲା ଯେ ସେମାନେ ପ୍ରଚାର କରୁଥିବା ସମାଜବାଦୀ ଅଧିକାର ଘୋଷଣାନାମାରେ ଦର୍ଶାଯାଇଥିବା ବ୍ୟକ୍ତିଗତ ଅଧିକାରଠାରୁ ଉନ୍ନତ। ୧୯୮୯ରେ ବର୍ଲିନ ୱାଲ ପତନ ପରେ ହିଁ ବିଶ୍ୱାସ କରିବା ସମ୍ଭବ ହେଲା ଯେ ସମଗ୍ର ବିଶ୍ୱ ଶେଷରେ ନୈତିକ ବିଶ୍ୱବାଦକୁ ଗ୍ରହଣ କରିଛି।
ଅବଶ୍ୟ ୟୁକ୍ରେନ୍‌, ମଧ୍ୟପ୍ରାଚ୍ୟ, ସୁଦାନ, ମ୍ୟାନ୍‌ମାର ଏବଂ ଅନ୍ୟାନ୍ୟ ସ୍ଥାନରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହିପରି ଏକ ଆଶାବାଦ ଆଜି ନିରାଶାଜନକ ମନେହୁଏ। ଆମର ଅତୀତର ବର୍ବରତାକୁ ରୋକିବା ପାଇଁ ୧୯୪୫ ପରେ ଗଠିତ ବୈଧ ଆଇନ ଶେଷ ହେବା ଲକ୍ଷ୍ୟ କରାଯାଉଛି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାତିସଂଘର ମୌଳିକ ଘୋଷଣାନାମାକୁ ନିଜେ ଉଲ୍ଲଂଘନ କରୁଛି; ହମାସର ନିଜସ୍ବ ଘୋଷଣାପତ୍ରରେ ସ୍ପଷ୍ଟ ଭାବରେ ଇହୁଦୀଙ୍କୁ ବିଲୋପ କରିବାକୁ ଆହ୍ବାନ ଦିଆଯାଇଛି ଏବଂ ଇସ୍ରାଏଲର ଗାଜା ଉପରେ ବୋମା ବର୍ଷଣ ନିଷ୍ଠୁର ମନେହୁଏ। ଏପରିକି ଏହା ଜେନେଭା ସମ୍ମିଳନୀର ଯୁଦ୍ଧ ଅପରାଧର ଅଭିଯୋଗକୁ ଖଣ୍ଡନ କରେ।
କିନ୍ତୁ ଅତୀତ ଏବଂ ବର୍ତ୍ତମାନର ନେତାଙ୍କୁ ଏହି ଅବସ୍ଥା ପାଇଁ ଦାୟୀ କରିବା ଏକ ବଡ଼ ସତ୍ୟକୁ ଆଢ଼ୁଆଳରେ ରଖିପାରେ। ମାନବ ଅଧିକାରର ନୈତିକ ବିଶ୍ୱବାଦ କେବଳ ପରିଚାଳନା ପାଇଁ ନୁହେଁ, ବରଂ ଅଧିକାଂଶ ମାନବଙ୍କ ହିତ ପାଇଁ ସ୍ବର ଉଠାଏ। ପାଲେଷ୍ଟିନୀୟ, ଇହୁଦୀ କିମ୍ବା ଇସ୍ରାଏଲୀଙ୍କ ବାଦ୍‌ ଯେକେହି ନୈତିକ ବିଶ୍ୱବାଦକୁ ଅପେକ୍ଷାକୃତ ସହଜ ଅନୁଶାସନ ଭାବେ ଗ୍ରହଣ କରିବା ଉଚିତ। ତଥାପି ଚିନ୍ତା କର, ଗାଜା ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାରୁ ବିଶ୍ୱ କିପରି ଶକ୍ତ ତଥା ଅପରିବର୍ତ୍ତନୀୟ ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି।
ସାମ୍ପ୍ରତିକ ଦୁଃସ୍ବପ୍ନରେ ଜୀବନ ବିତାଉଥିବା ଲୋକମାନଙ୍କ ପାଇଁ ଏକ ବିଶ୍ୱବାଦୀ ସହାନୁଭୂତି ପ୍ରଦର୍ଶନ କରିବା ପ୍ରଥମ ଘଟଣା ନୁହେଁ। ଅନ୍ୟପଟେ, ଯେଉଁମାନେ ହୋଲ୍‌କୋଷ୍ଟ ବା ଇହୁଦୀ ଗଣହତ୍ୟାର ସ୍ମୃତିକୁ ନେଇ ବଞ୍ଚତ୍ ରହିଛନ୍ତି, ସେମାନେ ଅକ୍ଟୋବର ୭ରେ ହମାସ୍‌ ଅତ୍ୟାଚାର ପରେ ଭୟଭୀତ ହେବା ଛଡ଼ା ଆଉ କିଛି ଅନୁଭବ କରିପାରନ୍ତି ନାହିଁ। ପ୍ରତିଶୋଧ ନେବାକୁ କିମ୍ବା ଅତି କମ୍‌ରେ ସାମରିକ ପ୍ରତିକ୍ରିୟା ସହିତ ପ୍ରତିରୋଧକୁ ପୁନଃସ୍ଥାପନ କରିବାକୁ ଚାହଁୁଛନ୍ତି ସେହି ମଣିଷ। ଅନ୍ୟପଟେ, ୧୯୪୮ରେ ବ୍ରିଟିଶ୍‌ ଅଧିକୃତ ପାଲେଷ୍ଟାଇନ୍‌ରୁ ବିତାଡ଼ିତ ଶରଣାର୍ଥୀଙ୍କ ବଂଶଧର ଏବଂ ଯେଉଁମାନେ ମାସ ମାସ ଧରି କ୍ରମାଗତ ବୋମା ବିସ୍ଫୋରଣ ଭିତରେ ଅଛନ୍ତି, ସେମାନଙ୍କ ବ୍ୟତୀତ ଅନ୍ୟ କେହି ଯନ୍ତ୍ରଣା କିମ୍ବା କ୍ରୋଧକୁ ହୃଦୟଙ୍ଗମ କରୁଥିବା ମନେ ହୁଏ ନାହିଁ।
ଯଦି ଏହିସବୁ ବିଷୟକୁ ଦେଖିଲେ ମାନବ ଅଧିକାରର ମୂଳଦୁଆ ନୈତିକ ଅନ୍ତଃକରଣକୁ ଅନାବଶ୍ୟକ ମନେକରିବା ଉଚିତ ନୁହେଁ। ଅତି ନିକଟରୁ ଦେଖିଲେ ଜଣାପଡ଼େ ଯେ ଏବେ ଯୁଦ୍ଧରେ ଫସି ରହିଥିବା ଲୋକମାନଙ୍କ ପ୍ରତି ଦୟା ସହାନୁଭୂତି ଅପେକ୍ଷା ନିଷ୍ଠୁରତା ଏବଂ ପ୍ରତିଶୋଧ ଅଧିକ ଗ୍ରହଣୀୟ ହୋଇଛି। ଲକ୍ଷ୍ୟ କଲେ ଜାଣିପାରିବେ, ଇସ୍ରାଏଲୀ ଏବଂ ପାଲେଷ୍ଟିନୀୟଙ୍କ ନୈତିକ ବିଶ୍ୱବାଦ ନ୍ୟାୟ ଓ ଶାନ୍ତି ପାଇଁ ପ୍ରତିବଦ୍ଧ। ସେମାନେ ହିଁ ବୈଶ୍ୱିକ ଘୋଷଣାନାମାର ମୂଳ ଭାବନାକୁ ସିଦ୍ଧ କରନ୍ତି। ୧୯୪୮ରୁ ଆରମ୍ଭ ହୋଇଥିବା ଏହି ଧ୍ୱଂସକାରୀ ସଂଘର୍ଷର ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ହେଉଛି, ଉଭୟ ପକ୍ଷରେ କେବେ ବି ନୈତିକ ବିଶ୍ୱବାଦର ଅଭାବ ହୋଇ ନାହିଁ। ସଂଘର୍ଷରେ ଜଡ଼ିତ ଲୋକମାନଙ୍କ ମଧ୍ୟରେ ସହାନୁଭୂତି ଓ କରୁଣାର ଅଭାବ ପ୍ରକୃତ ସମସ୍ୟା ନୁହେଁ (ଯଦିଓ ସାମ୍ପ୍ରତିକ ଘଟଣା ନିଶ୍ଚିତ ଭାବରେ ଏହି ନୈତିକ ସମ୍ବଳକୁ ନଷ୍ଟ କରିଦେଇଛି), ବରଂ ସମସ୍ୟା ରହିଛି ଉଭୟ ପାର୍ଶ୍ୱର କୁକର୍ମକାରୀ, ହତ୍ୟାକାରୀ ଲୁଟେରାଙ୍କ ଉପସ୍ଥିତିରେ। ଶାନ୍ତି ସ୍ଥାପନ କରିଥିବା ଦୁଇ ନେତା ହେଉଛନ୍ତି ଇସ୍ରାଏଲ୍‌ର ଯିତ୍‌ହକ ରବିନ୍‌ (ଯାହାଙ୍କୁ ଜଣେ ଜିହୁଦୀ ଉଗ୍ରବାଦୀ ହତ୍ୟା କରିଥିଲେ) ଏବଂ ଇଜିପ୍ଟର ଅନ୍‌ୱାର ଏଲ-ସାଦତ୍‌ (ଯାହାଙ୍କୁ ଇସ୍‌ଲାମବାଦୀ ପ୍ରଶଂସକମାନେ ହତ୍ୟା କରିଥିଲେ)। ସେହି ଶାନ୍ତି ଚୁକ୍ତି ଶାନ୍ତିକାମୀଙ୍କ ପାଇଁ ଏକମାତ୍ର କାର୍ଯ୍ୟକ୍ଷମ ପଥ।
ଯେ ପର୍ଯ୍ୟନ୍ତ ଆମେ ସ୍ବୀକାର କରୁନାହୁଁ ଯେ ରବିନ୍‌ ଏବଂ ସାଦତ୍‌ଙ୍କ ଶାନ୍ତିର ସହଭାଗୀ ଦୃଷ୍ଟିକୋଣ ସେମାନଙ୍କ ପରେ ଶେଷ ହୋଇଯାଇଛି, ସେ ପର୍ଯ୍ୟନ୍ତ ବିଚାର କରିବାକୁ ହେବ ଯେ, ସବୁ ଲୋକ ସମାନ ଭାବେ ଯନ୍ତ୍ରଣା ଭୋଗୁଛନ୍ତି ଓ ବୈଶ୍ୱିକ ଘୋଷଣାନାମାର ନୈତିକ ଆଲେଖ୍ୟର ବୈଧତା ରହିଛି। ଯନ୍ତ୍ରଣା ଏବଂ କ୍ଷତିକୁ ଠିକ୍‌ ଭାବେ ବୁଝିପାରିଲେ ଶାନ୍ତି ହାସଲ ହୋଇପାରିବ, କିନ୍ତୁ ଉଭୟ ପାର୍ଶ୍ୱରେ ଥିବା କ୍ଷତିକାରୀମାନେ ଯଥା ଓ୍ବେଷ୍ଟବ୍ୟାଙ୍କକୁ ଘେରି ରହଥିବା ଉପନିବେଶୀ ଏବଂ ବିଲୟ ଓ ଲୁଣ୍ଠନ ପାଇଁ ବେଞ୍ଜାମିନ ନେତାନ୍ୟାହୁଙ୍କ ସରକାରକୁ ଚଳାଉଥିବା ବ୍ୟକ୍ତି ଏବଂ ଇସ୍ରାଏଲ୍‌କୁ ଧ୍ୱଂସ କରିବା ଛଡ଼ା ଆଉ କିଛି ଚାହୁଁ ନଥିବା ଜେହାଦି ଉଗ୍ରବାଦୀମାନେ ଯେ ପର୍ଯ୍ୟନ୍ତ ହଟିନାହାନ୍ତି ସେଯାଏ ଶାନ୍ତି ସମ୍ଭବ ନୁହେଁ।
ବୈଶ୍ୱିକ ଘୋଷଣାନାମା ଦର୍ଶାଏ ଯେ ଆମେ ଅନ୍ୟମାନଙ୍କର ଅଧିକାରକୁ ସମ୍ମାନ ଦେବା ଉଚିତ ଏବଂ ଏହା କିଭଳି ଉଲ୍ଲଂଘନ ନ ହେବ ତାହା ନିଶ୍ଚିତ କରିବା ଦରକାର। ମଧ୍ୟପ୍ରାଚ୍ୟରେ ଦୁଇ ଦେଶର ସମାଧାନ ହେଉଛି ଶାନ୍ତି ଏବଂ ନ୍ୟାୟ ପାଇଁ ଏକମାତ୍ର ପଥ। କାରଣ ବୈଶ୍ୱିକ ମାନବ ଅଧିକାରର ଏକମାତ୍ର ଗ୍ୟାରେଣ୍ଟି ହେଉଛି ସ୍ବାଧୀନ ଦେଶର ମାନ୍ୟତା। କେବଳ ଦୁଇଟି ଦେଶ ମାଧ୍ୟମରେ ବିନାଶକାରୀଙ୍କୁ ପରାସ୍ତ କରାଯାଇପାରିବ ଏବଂ ଜାତିସଂଘ ଘୋଷଣାର ନୈତିକ ବିଶ୍ୱବାଦର ଶେଷରେ ହିଁ ବିଜୟ ହେବ।
ପ୍ରଫେସର, ହିଷ୍ଟ୍ରି ଆଣ୍ଡ୍‌ ରେକ୍ଟର ଏମ୍‌ରିଟସ୍‌, ସେଣ୍ଟ୍ରାଲ ୟୁରୋପିଆନ ୟୁନିଭର୍ସିଟି(ଭିଏନା)

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମଇଁଷିର ଦାମ୍‌ ସର୍ବାଧିକ ୨୩ କୋଟି ଟଙ୍କା ଏବଂ ଏଥିରେ ଏକାଧିକ ରୋଲ୍ସ ରଏସ କିମ୍ବା ମର୍ସିଡିଜ କାର୍‌ କିଣାଯାଇପାରିବ। କେବଳ ଏତିକି ନୁହେଁ ୨୦ଟି...

ବିସର୍ଜନ

ବିପ୍ଳବ କାହାକୁ ଧରାପୃଷ୍ଠରୁ ଅନ୍ତିମ ବିଦାୟ ଦେବାର ମୁହୂର୍ତ୍ତ ଏତେ ଯନ୍ତ୍ରଣାଦାୟକ ଯେ ତାକୁ ଭାଷାରେ ପ୍ରକାଶ କରିବା ସହଜ ନୁହେଁ। ତାକୁ ପ୍ରକାଶିତ କରିବାର...

ସମସ୍ତଙ୍କ ପାଇଁ ସମାନ ଶିକ୍ଷା

ରାଜୀବ କୁମାର ନାୟକ ରତରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ତର୍ଜମା କଲେ ପ୍ରଥମତଃ ଆମେ ଦେଖିବା ଯେ ଶିକ୍ଷା ଏକ ଯୁଗ୍ମ ତାଲିକାର ବିଷୟ। ତେଣୁ...

ଦୁର୍ବଳଙ୍କୁ ଅଣଦେଖା

ଆସନ୍ତୁ, ମେରିଟ୍‌ ବା ଯୋଗ୍ୟତା ବିଷୟରେ ଆଲୋଚନା କରିବା। ସେଥିପାଇଁ ମଧ୍ୟବିତ୍ତବର୍ଗଙ୍କ କଥା ବିଚାରକୁ ନେବା। ଭାରତରେ ଯାହାଙ୍କୁ ମଧ୍ୟବିତ୍ତବର୍ଗ କୁହାଯାଉଛି ସେମାନଙ୍କ ସଂଖ୍ୟା ବହୁତ...

ଏତେ ଲୋଭ କ’ଣ ପାଇଁ

ଏବେ ପ୍ରାୟ ସବୁଦିନ ଖବରକାଗଜ ଲେଉଟାଇଲେ ଆଖିରେ ପଡ଼ୁଛି ‘ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ’ ନ ହେଲେ ‘ଲାଞ୍ଚ ନେଇ ବନ୍ଧାହେଲେ ସରକାରୀ ବାବୁ’ ଇତ୍ୟାଦି...

ମାନବ-ଜୀବଜାତି ସହାବସ୍ଥାନ

ଜନସଂଖ୍ୟାର ବିସ୍ଫୋରଣ, ଅତ୍ୟାଧୁନିକ ଜୀବନଶୈଳୀ, ବିକାଶ ପ୍ରକ୍ରିୟାର ନକାରାତ୍ମକ ପ୍ରଭାବ ଏବଂ ସହରାଞ୍ଚଳର ବିସ୍ତାର ପରିପ୍ରେକ୍ଷୀରେ ମଣିଷ ଓ ବନ୍ୟଜନ୍ତୁଙ୍କ ସମ୍ପର୍କ ଏକ ବିତର୍କର ପ୍ରସଙ୍ଗ...

ବିପରୀତ ନିଷ୍ପତ୍ତି

ଆଗକୁ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରରେ ନିର୍ବାଚନ ହେବ। ଏହି ପରିପ୍ରେକ୍ଷୀରେ ଇଲେକ୍‌ସନ କମିଶନ ଅଫ୍‌ ଇଣ୍ଡିଆ (ଇସିଆଇ) ଏହି ୨ ରାଜ୍ୟରେ ପୋଲିସ ନିଯୁକ୍ତି ପରିଚାଳନାରେ...

ବିଶ୍ୱ ଖାଦ୍ୟ ସୂଚକାଙ୍କ ଓ ଭାରତ

ତବର୍ଷ ୨୦୨୪ର ବିଶ୍ୱ ଖାଦ୍ୟ ସୂଚକାଙ୍କ ବା ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତରେ କ୍ଷୁଧାର ପରିସ୍ଥିତି ଗମ୍ଭୀର ବୋଲି ଦର୍ଶାଯାଇଛି। ବିଶ୍ୱର ୧୨୭ଟି ଦେଶ ମଧ୍ୟରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri