Categories: ଜାତୀୟ

ମାନବାଧିକାର ଆୟୋଗରେ ପହଞ୍ଚିଲା ଏମପି ଦାନିସ ଅଲ୍ଲିଙ୍କ ଅପଶବ୍ଦ କହିଥିବା ମାମଲା

ନୂଆଦିଲ୍ଲୀ,୧।୧୦: ଅମରୋହାରୁ ବାହୁଜନ ସମାଜ ପାର୍ଟି ଏମପି ଦାନିସ ଅଲ୍ଲିଙ୍କ ସହ ସଂସଦରେ ଅଶ୍ଳୀଳତା ମାମଲା ଜାତୀୟ ମାନବ ଅଧିକାର ଆୟୋଗରେ ପହଞ୍ଚିଛି। ଏହି ପ୍ରସଙ୍ଗରେ ରାମପୁର ବାସିନ୍ଦା ଆରଟିଆଇ କାର୍ଯ୍ୟକର୍ତ୍ତା ଦାନିସ ଖାନ ଅଭିଯୋଗ କରିଥିଲେ।
ଦାନିସ ଖାନ ଡି.କେ ଫାଉଣ୍ଡେସନ ଅଫ ଫ୍ରିଡମ ଆଣ୍ଡ ଜଷ୍ଟିସ ନାମକ ଏକ ସଂଗଠନ ଚଳାନ୍ତି। ସେ ତାଙ୍କ ସଂଗଠନ ମାଧ୍ୟମରେ ଅଭିଯୋଗ କରିଥିଲେ। ସେ କହିଛନ୍ତି ଯେ ସଂସଦରେ ଅବରୋହା ଏମପିଙ୍କ ସହ ଭାଜପା ଏମପି ରମେଶ ବିଧୁରୀ ଅଶ୍ଳୀଳ ବ୍ୟବହାର କରିଛନ୍ତି। ଏହି ପ୍ରସଙ୍ଗରେ ଅମରୋହା ଏମପି ଲୋକ ସଭା ବାଚସ୍ପତିଙ୍କୁ ମଧ୍ୟ ଏକ ଲିଖିତ ଅଭିଯୋଗ କରିଥିଲେ।
ଆରଟିଆଇ କର୍ମୀ ରାଷ୍ଟ୍ରୀୟ ମାନାବାଧିକାର ଆୟୋଗରେ ଏହାକୁ ସଂଖ୍ୟାଲଘୁଙ୍କ ପ୍ରତି ଭେଦଭାବର ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତାଙ୍କ ଅଭିଯୋଗ ଆୟୋଗ ଦ୍ୱାରା ପଞ୍ଜିକୃତ ହୋଇଛି। ବର୍ତ୍ତମାନ ଦେଖିବାକୁ ବାକି ରହିଲା ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଉଛି।

Share