ବିସିସି ଡକ୍ୟୁମେଣ୍ଟାରୀ ବିବାଦ: ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ମାନବାଧିକାର ସଂଗଠନ କଲା ଏହି ଘୋଷଣା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୬: ଜୁନ ୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ବିସିସିର ବିବାଦୀୟ ଡକ୍ୟୁମେଣ୍ଟାରୀ ‘ଭାରତ: ମୋଦି ପ୍ରଶ୍ନ’ ପୁଣି ଥରେ ସାମ୍ନାକୁ ଆସିଛି। ଆମେରିକାର ଦୁଇଟି ମାନବାଧିକାର ସଂଗଠନ ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରିବାକୁ ଘୋଷଣା କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଏହି ସ୍କ୍ରିନିଂ ଆମେରିକାର ୱାଶିଂଟନରେ କରାଯିବ। ଦୁଇ ଭାଗରେ ଆସିଥିବା ଏହି ଡକ୍ୟୁମେଣ୍ଟାରୀ ୨୦୦୨ ଗୁଜରାଟ ଦଙ୍ଗା ଘଟଣାର ତଦନ୍ତର ଦାବି କରିଛି। ଏହି ଡକ୍ୟୁମେଣ୍ଟାରୀରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଥିବା ମୋଦିଙ୍କ ଭୂମିକା ସନ୍ଦେହଜନକ ଭାବେ ଦର୍ଶାଯାଇଛି। ସୂଚନାଯୋଗ୍ୟ, ୨୦ ଜୁନରେ ଏକ ଘରୋଇ ସ୍କ୍ରିନିଂର ଆୟୋଜନ କରାଯାଇଛି। ଏହି ସ୍କ୍ରିନିଂ ବେଳେ ଆମେରିକାର ଆଇନଜୀବୀ, ଖବରଦାତା ଏବଂ ବିଶ୍ଳେଷକଙ୍କୁ ନିମନ୍ତ୍ରଣ କରାଯାଇଛି।

 

 

 

Share