ନୀଳଗିରିରେ ନରବଳି ଉଦ୍ୟମ

ନୀଳଗିରି,୭ା୭(ପ୍ରଶାନ୍ତ ବିଶ୍ୱାଳ):ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ଧୋବଶିଳା ପଞ୍ଚାୟତର କଇଁଫୁଲିଆରେ ନିଛାଟିଆ ରାସ୍ତାରୁ ଜଣେ ଯୁବକଙ୍କୁୁ ଟେକି ନେଇ ନରବଳି ଉଦ୍ୟମ କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ତନ୍ତ୍ର ସାଧନା ପାଇଁ ଜଣେ ତାନ୍ତ୍ରିକ ଓ ତାଙ୍କର ୪ ସହଯୋଗୀ ବୁଧବାର ରାତିରେ ଏଭଳି କାଣ୍ଡ ଘଟାଇଥିବା ବେଳେ ଉପସ୍ଥିତ ବୁଦ୍ଧି ଖଟାଇ ଅପହୃତ ଯୁବକ ଜଣକ ସେମାନଙ୍କ କବଳରୁ ବର୍ତ୍ତି ଯାଇଛନ୍ତି। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି। ତାନ୍ତ୍ରିକ ଓ ତାଙ୍କ ସହଯୋଗୀମାନେ ଗିରଫ ଭୟରେ ଫେରାର ହୋଇଯାଇଛନ୍ତି।
ସୂଚନା ଅନୁଯାୟୀ, କେରାଟପଡ଼ିଆ ଗଁାର ହରିଶ୍ଚନ୍ଦ୍ର ନାୟକଙ୍କ ପୁଅ ତପନ (୨୧) ବୁଧବାର ଧୋବଶିଳା ବଜାରକୁ ଯାଇ ସନ୍ଧ୍ୟା ସାଢ଼େ ୭ଟା ସମୟରେ ଘରକୁ ଫେରୁଥିଲେ। ଏହି ସମୟରେ ନିଛାଟିଆ ରାସ୍ତାରେ ୪ ଅଜଣା ବ୍ୟକ୍ତି ତାଙ୍କୁ ଅଟକାଇ ମୁହଁରେ କିଛି ଶୁଙ୍ଘାଇ ଦେବାରୁ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ। ରାତି ୧୦ଟାରେ ଚେତା ଫେରିବା ବେଳକୁ ସ୍ବର୍ଣ୍ଣଚୂଡ଼ ଜଙ୍ଗଲର କଇଁଫୁଲିଆ ଠାକୁରାଣୀଙ୍କ ପୀଠରେ ସେ ନିଜକୁ ଠାବ କରିଥିଲେ। ସେଠାରେ ତରାମନଟୀ ଗ୍ରାମର ଜଣେ ତାନ୍ତ୍ରିକ ଓ ବରହମପୁର ଥାନା ଅଞ୍ଚଳର ୪ ସହଯୋଗୀ ପୂଜାର୍ଚ୍ଚନା କରୁଥିବା ସେ ଦେଖିବାକୁ ପାଇଥିଲେ। ସେମାନେ ତାଙ୍କୁ ବଳି ପକାଇବା ପାଇଁ ଯୋଜନା କରୁଥିବା ସନ୍ଦେହ କରି ପରିସ୍ରା ଯିବା ବାହାନାରେ ତପନ ସେଠାରୁ ଦୌଡ଼ି ପଳାଇ ଆସିଥିଲେ। କିଛି ବାଟ ଆସିବା ପରେ ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ଡାହାଣୀମରା ଅଞ୍ଚଳର ଜଣେ ଦୋକାନୀଙ୍କ ପାଖରେ ପହଞ୍ଚତ୍ ତାଙ୍କ ମୋବାଇଲରୁ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ସେଠାରେ ପହଞ୍ଚତ୍ ତପନଙ୍କୁୁ ଘରକୁ ଆଣିଥିଲେ। ଗୁରୁବାର ପରିବାର ଲୋକେ ସମ୍ପୃକ୍ତ ତାନ୍ତ୍ରିକଙ୍କୁ ତାଙ୍କ ଘରେ ଖୋଜାଖୋଜି କରିଥିବା ବେଳେ ସେ ଫେରାର ଥିବା ଜାଣିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ତପନଙ୍କ ମା’ ସସ୍ମିତା ନାୟକ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଆଇଆଇସି ଗୋପାଳ ଚନ୍ଦ୍ର କର୍ଣ୍ଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଇଡି ବିସ୍ଫୋରଣରେ ୨ ଯବାନ ନିହତ

ମାଲକାନଗିରି,୧୯।୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ନିହତ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।...

ଅଭାବରୁ ଅନ୍ୟ ହାତରେ ଟେକିଦେଲେ ଶିଶୁପୁତ୍ର, ଆଉ ତା’ ପରେ…

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନଟନରୁ ନିଜର ୧୭ ଦିନର ଏକ ଶିଶୁପୁତ୍ରକୁ...

ଧନୁଯାତ୍ରା ମହୋତ୍ସବକୁ ମିଳିନି ସରକାରୀ ଅନୁଦାନ, ବୈଠକରେ ଗତବର୍ଷ ଆୟ ବ୍ୟୟର ସୂଚନା

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଏହି ମହୋତ୍ସବକୁ ଆଉ ପ୍ରାୟ ଅଢ଼େଇ...

ଓଏଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଶାଳିନୀ: ଜିଲାପାଳ ହୋଇ ଲୋକଙ୍କ ସେବା କରିବା ରହିଛି ଲକ୍ଷ୍ୟ

ପୁରୁଷୋତ୍ତମପୁର,୧୯।୧୦(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ବଜାର ସାହି ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆଇ ଶାଳିନୀ(୨୩ ) ପ୍ରଥମ ପ୍ରୟାସରେ ଓଏଏସ୍‌...

ଓଏଏସ୍‌ ପରୀକ୍ଷାରେ ଜୁନାଗଡ଼ ପୁଅଙ୍କ ସଫଳତା

ଭବାନୀପାଟଣା,୧୯।୧୦(ଉତ୍ତମ କୁମାର ଦାଶ): ଶନିବାର ପ୍ରକାଶ ପାଇଛି ୨୦୨୨ ଓଏଏସ୍‌ ରେଜଲ୍ଟ। ଓଏଏସ୍‌ ପରୀକ୍ଷାରେ ସଫଳ ହୋଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ଼ର ପୁଅ ଲଲାଟେନ୍ଦୁ ଦଣ୍ଡସେନା।...

ପ୍ରଶାସନିକ ସେବାରେ ରାୟଗଡ଼ାରୁ ବାଜି ମାରିଲେ ୫, ଛୁଟୁଛି ଶୁଭେଚ୍ଛାର ସୁଅ

ରାୟଗଡ଼ା,୧୯ା୧୦(ଆଶିଷ ରଞ୍ଜନ ପଣ୍ଡା): ପ୍ରଶାସନିକ ସେବାରେ ରାୟଗଡ଼ା ଜିଲାରୁ ୫ ଜଣ କୃତକାର୍ଯ୍ୟ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଦୀପାରାଣୀ ବେହେରା, ପଙ୍କଜ କୁମାର ମାଝୀ,...

ବ୍ରାଞ୍ଚ ପୋଷ୍ଟ ମାଷ୍ଟରରୁ ଓଏଏସ୍‌ ହେଲେ ସିଦ୍ଧାର୍ଥ ପଣ୍ଡା

ଭବାନୀପାଟଣା,୧୯ା୧୦(ଉତ୍ତମ କୁମାର ଦାଶ): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଫଳାଫଳ ଶନିବାର ପ୍ରକାଶ ପାଇଛି। ଏଥିରେ କଳାହାଣ୍ଡି ଜିଲା ଧର୍ମଗଡ଼ ସହର ଜଗନ୍ନାଥପଡ଼ାର ସିଦ୍ଧାର୍ଥ ପଣ୍ଡା...

ଘର ବାରଣ୍ଡାରେ ବସିଥିଲେ ଛାତ୍ରୀ, ହେଲା ବଜ୍ରପାତ, ଆଉ ତା’ ପରେ…

ବାଲିଗୁଡ଼ା,୧୯ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପଲାମି ଗ୍ରାମରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ମାରିବା ଦ୍ୱାରା ବଜ୍ରପାତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri