ଜଙ୍ଗଲରୁ ମଣିଷ କଙ୍କାଳ ଠାବ ମାମଲା: ମୃତକ ନାବାଳିକା ବୋଲି ଚିହ୍ନଟ

ସୋରଡ଼ା,୨୩ା୩(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହେବା ଘଟଣାର ଛାନଭିନ ଜାରି ରଖିଛି ପୋଲିସ। ତଦନ୍ତ ପରେ ପୋଲିସ ମୃତକଙ୍କ ପରିଚୟ ପାଇଛି। ସେ ଜଣେ ନାବାଳିକା। ଖବର ପ୍ରକାଶ ପରେ ନାବାଳିକାଙ୍କ ପରିବାର ଲୋକେ ଏହା ଏକ ହତ୍ୟା ଘଟଣା ଏବଂ ହତ୍ୟା ପରେ ଦୁର୍ବୃତ୍ତମାନେ ମୃତଦେହ ପୋଡି ଦେଇଥିବା ଅଭିଯୋଗ କରିଛନ୍ତି।

ଗାଜଲବାଡ଼ି ପଞ୍ଚାୟତର ଖଜୁରିପଲି ଗ୍ରାମ ନିକଟରେ ଥିବା କୋଟାମଣି ପାହାଡ ଅଞ୍ଚଳରେ ଶନିବାର ମଣିଷ ଖପୁରି ଓ ହାଡ ଠାବ ପରେ ରବିବାର ସାଇଣ୍ଟିଫିକ ଟିମ ସହ ସୋରଡ଼ା ତହସିଲଦାର ଆକାଶ ରଞ୍ଜନ ସାହୁ, ଆସିକା ଏସ୍‌ସିପିଓ ସନ୍ତୋଷ ଜେନା, ସୋରଡ଼ା ଥାନା ଅଧିକାରୀ ସୁଧୀର ସାହୁ ପହଞ୍ଚି ପୁଣି ଥରେ ତଦନ୍ତ କରିଥିଲେ। ତଦନ୍ତରୁ ମୃତକ ଜଣକ କନ୍ଧମାଳ ଜିଲା ଟିକାବାଲିର କାମାକ୍ଷାପ୍ରସାଦ ମହାପାତ୍ରଙ୍କ ଝିଅ ବୋଲି ଜଣାପଡିଛି। ଟିକାବାଲି ଥାନା ଗୁଡାରିଗାଁରେ କାମକ୍ଷାପ୍ରସାଦଙ୍କ ଘର। ତାଙ୍କ ନାବଳିକା ଝିଅ (୧୬) ଗତ ଫେବୃଆରୀ ୨୭ରୁ ନିଖୋଜ ଥିଲେ। ଏନେଇ କାମାକ୍ଷା ଟିକାବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଶନିବାର ଜଙ୍ଗଲରୁ ମଣିଷ ଖପୁରି, ପଞ୍ଜାରାହାଡ଼ ପଡିଥିବା ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାକୁ ଠାବ କରିଥିଲା। ଏହି ସମୟରେ ଏକ ବେକର ଚେନ୍‌, ଦୁଇଟି ମୋବାଇଲ, ଗୋଟିଏ ଜିନପ୍ୟାଣ୍ଟ, ଚୁଡିଦାର ପୋଲିସ ଜବତ କରି ଆଣିଥିଲା। ଗାଜଲବାଡି ଜଙ୍ଗଲକୁ ଲାଗିଥିବା କନ୍ଧମାଳ ଜିଲାର ବିଭିନ୍ନ ଥାନା ସହ ଯୋଗାଯୋଗ କରିଥିଲା। ପରେ ଟିକାବାଲି ଥାନାରେ ଗୋଟିଏ ନାବାଳିକା ଝିଅ ଗତ ଫେବୃଆରୀରୁ ନିଖୋଜ ଥିବା ଅଭିଯୋଗ ପୋଲିସ ନଜରକୁ ଆସିଥିଲା। ଏହାକୁ ଆଧାରକରି ପୋଲିସ ପରିବାର ଲୋକଙ୍କୁ ଡକାଇ ମୃତଶରୀର ଆଖପାଖରୁ ମିଳିଥିବା ସାମଗ୍ରୀକୁ ଦେଖାଇ ଚିହ୍ନିବା ପାଇଁ କହିଥିଲା। କାମାକ୍ଷା ପ୍ରସାଦ ମିଳିଥିବା ସାମଗ୍ରୀ ଦେଖି ଏହା ତାଙ୍କ ଝିଅର ବୋଲି ସ୍ବୀକାର କରିଥିଲେ। ଏପରିକି ଠାବ ହୋଇଥିବା କଙ୍କାଳ ଓ ଖପୁରି ଝିଅର ବୋଲି କହିଥିଲେ।

ଅନ୍ୟପକ୍ଷେ ସୋରଡ଼ା ପୋଲିସ ସନ୍ଦେହରେ କେତେ ଜଣଙ୍କୁ ଥାନାକୁ ଆଣି ଅଟକରଖି ପଚାରାଉଚୁରା କରୁଛି। ସୂଚନାଯୋଗ୍ୟ, ଶନିବାର କେତେଜଣ ଗ୍ରାମବାସୀ ଜାଲେଣି କାଠ ସଂଗ୍ରହ ପାଇଁ ଯାଇଥିବା ବେଳେ ଜଙ୍ଗଲ ଭିତରେ ଗୋଟିଏ ମଣିଷ କଙ୍କାଳ ଓ ପଞ୍ଜରା ହାଡ ପଡ଼ିଥିବା ଦେଖି ଗ୍ରାମକୁ ଫେରିଆସି ଗାଜଲବାଡି ସରପଞ୍ଚଙ୍କୁ ଜଣାଇଥିଲେ। ପରେ ଏନେଇ ସରପଞ୍ଚ ପୋଲିସକୁ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାନିଲା ରୁଷିଆ,ୟୁକ୍ରେନ ଯୁଦ୍ଧରେ ଲଢୁଛନ୍ତି ଦକ୍ଷିଣ କୋରିଆ ସୈନିକ, ପ୍ରଶଂସାରେ ପୋତିଲା…

ମସ୍କୋ,୨୭।୪: ଶେଷରେ ମାନିଲା ରୁଷିଆ। ୟୁକ୍ରେନ ଯୁଦ୍ଧରେ ଉତ୍ତର କୋରିଆର ସୈନ୍ୟଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ବୋଲି ରୁଷିଆ ପ୍ରଥମ ଥର ପାଇଁ ନିଶ୍ଚିତ କରିଛି।...

ବିପଦକୁ ଡାକୁଛି ଶୁଖିଲା ଗଛ, ପବନରେ ଡାଳ ଭାଙ୍ଗିବାରୁ ଆତଙ୍କିତ ପଥଚାରୀ

ଦାରିଙ୍ଗବାଡ଼ି,୨୭।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପ୍ଳିହେରୀ ପଞ୍ଚାୟତ ମ୍ଲୁକଚେରୀ ଗାଁ ଜାତୀୟରାଜପଥ କଡ଼ରେ ରହିଛି ଶୁଖିଲା ବିରାଟ କାୟ ଗଛ। ଯାହାକି...

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କହି ଠକେଇ; ଯୁବକ ଗିରଫ

ରାଉରକେଲା,୨୭ା୪: ରାଉରକେଲା ପୋଲିସ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO) ର ଜଣେ ଅଧିକାରୀ ଭାବରେ ନିଜକୁ ପରିଚୟ ଦେଇ ଠକେଇ କରିବାକୁ ଚେଷ୍ଟା କରିଥିବା ଅଭିଯୋଗରେ ଜଣେ...

ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: ଓଭର ବ୍ରିଜ ୱାଲରେ ପିଟି ହେଲା ବାଇକ, ୨ ମୃତ ଜଣେ ଗୁରୁତର

ଭଦ୍ରକ,୨୭।୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ବନ୍ତ ଛକ ଓଭର ବ୍ରିଜ ନେହେରୁ ଷ୍ଟାଡିଅମ ନିକଟରେ ରବିବାର ପୂର୍ବାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଘଟିଛି।...

NCC କ୍ୟାମ୍ପରେ ଛାତ୍ରୀଛାତ୍ରଙ୍କୁ ନମାଜ ପଢିବାକୁ ବାଧ୍ୟ କରିବା ଅଭିଯୋଗ, ୭ ଶିକ୍ଷକଙ୍କ ବିରୁଦ୍ଧରେ ମାମଲା

ଛତିଶଗଡ଼,୨୭ା୪: ବିଲାସପୁର ଜିଲାରେ ଗୁରୁ ଘାସୀଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କେତେକ ଛାତ୍ରଛାତ୍ରୀଙ୍କୁ NCC ଶିବିର ସମୟରେ ନମାଜ ପଢିବାକୁ ବାଧ୍ୟ କରାଯାଇଥିବା ଅଭିଯୋଗରେ ଶନିବାର ୭...

କଳାମାଟିଆ ଗ୍ରାମରେ ଅଗ୍ନିକାଣ୍ଡ: ସବୁ ଜଳିଗଲା

ବରୀ,୨୭।୪(ମହେନ୍ଦ୍ର ସ୍ବାଇଁ): ଯାଜପୁର ଜିଲା ବରୀ ତହସିଲ ଅଧୀନସ୍ଥ କଳାମାଟିଆ ପଂଚାୟତ କଳାମାଟିଆ ଗ୍ରାମରେ ଅଗ୍ନିକାଣ୍ଡ ଘଟଛି। ଏଥିରେ ଗୋଟିଏ ପରିବାରର ତିନି ଜଣଙ୍କର ତିନି...

ଭାରତ ପାଇଁ ଅଛି ୧୩୦ଟି ପରମାଣୁ ବୋମା, ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ

ନୂଆଦିଲ୍ଲୀ,୨୭ା୪: ପହଲଗାମ ଆକ୍ରମଣ ପରେ ବଢୁଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନ ମନ୍ତ୍ରୀ ହାନିଫ ଅବ୍ବାସୀ ଭାରତକୁ ପରମାଣୁ ପ୍ରତିଶୋଧର ଖୋଲା ଧମକ ଦେଇଛନ୍ତି, ଚେତାବନୀ ଦେଇଛନ୍ତି...

୪ ବର୍ଷର ଶିଶୁ କନ୍ୟାଙ୍କୁ  ଚକଲେଟ ଓ ଚିପ୍ସ ଦେଇ  ନିର୍ମାଣାଧୀନ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବଳାତ୍କାର କରି ହତ୍ୟା କରିଥିଲେ ମାମୁ:  ବାନ୍ଧିଲା ପୋଲିସ 

ଦିଗପହଣ୍ଡି, ଛତ୍ରପୁର,୨୭।୪(ଅଶେଷ ନାଥ ମିଶ୍ର/ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ଲଜ୍ଜ୍ୟାଜନକ ହୃଦୟବିଦାରକ ଘଟଣା ଘଟିଛି। ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image