ଜଙ୍ଗଲରୁ ମଣିଷ କଙ୍କାଳ ଠାବ: ହତ୍ୟା ପରେ ପୋଡି ଦିଆଯାଇଥିବା ସନ୍ଦେହ

ସୋରଡ଼ା,୨୨ା୩ (ରଜନୀ ମହାପାତ୍ର ): ଗଞ୍ଜାମ ଜିଲା ସୋରଡ଼ା ଗାଜଲବାଡ଼ି ଜଙ୍ଗଲରୁ ଶନିବାର ମଣିଷ କଙ୍କାଳ ଓ ହାଡ଼ ଠାବ ହୋଇଛି। ହତ୍ୟା ପରେ ମୃତଦେହ ପୋଡି ଦିଆଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ସୋରଡ଼ା ଥାନା ଅଧିକାରୀ ସୁଧୀର ସାହୁ ଓ ଆସିକା ଏସ୍‌ଡିପିଓ ସନ୍ତୋଷ ଜେନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ମିଳିଥିବା ସୂଚନା ମୁତାବକ, ସୋରଡ଼ା ଥାନା ଅଧୀନ ଗାଜଲବାଡି ପଞ୍ଚାୟତର ଖଜୁରୀପଲି ଗ୍ରାମ ନିକଟସ୍ଥ କୋଟାମଣି ପାହାଡ ଅଞ୍ଚଳରେ ଶନିବାର କେତେଜଣ ଗ୍ରାମବାସ ଜାଲେଣି କାଠ ସଂଗ୍ରହ ପାଇଁ ଯାଇଥିଲେ। ଏହି ସମୟରେ ଗ୍ରାମବାସୀ ଜଙ୍ଗଲ ଭିତରେ ମଣିଷ କଙ୍କାଳ ଓ ପଞ୍ଜରା ହାଡ ପଡ଼ିଥିବା ଦେଖିବାକୁ ପାଇଥିଲେ। ସେମାନେ ଭୟଭୀତ ହୋଇ ଚାଲିଆସି ଗାଜଲବାଡି ସରପଞ୍ଚକୁ ଜଣାଇଥିଲେ। ଏହି ସମ୍ପର୍କରେ ସରପଞ୍ଚ ସୋରଡ଼ା ଥାନାକୁ ଖବର ଦେଇଥିଲେ।

ପରେ ଘଟଣାସ୍ଥଳରେ ସୋରଡ଼ା ଥାନା ଅଧିକାରୀ ସାହୁ ଓ ଏସ୍‌ଡିପିଓ ଜେନା ଘଟଣା ସ୍ଥଳରେ ପହଞ୍ଚି ଜଙ୍ଗଲରୁ ଗୋଟିଏ ମଣିଷ ଖପୁରି ଓ ପଞ୍ଜରା ହାଡ ଠାବ କରି ତଦନ୍ତ କରିଛନ୍ତି। ଏଥିସହ ଆଖପାଖ ସ୍ଥାନରେ ଖୋଜାଖୋଜି କରି ପୋଲିସ ମୋବାଇଲ ଫୋନ, ପ୍ୟାଣ୍ଟଶାର୍ଟ, ବେକର ମାଳି ଓ ଗୋଟିଏ ବ୍ରେସଲେଟ୍‌ ମଧ୍ୟ ପାଇଛି। ମିଳିଥିବା ଜିନିଷକୁ ଦେଖିଲେ ଏଠାରେ ଦୁଇଜଣଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ହତ୍ୟା ପରେ ମୃତଦେହ ପୋଡି ଦେଇଥିବା ପୋଲିସ ସନ୍ଦେହ କରୁଛି। ତେବେ ଘଟଣା ସମ୍ପର୍କରେ ପ୍ରକୃତ ତଥ୍ୟ ମିଳିବା କଷ୍ଟକର ହୋଇପଡିଛି। ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାକୁ ସାଇଣ୍ଟିଫିକ ଟିମ୍‌କୁ ଅବଗତ କରାଯାଇଛି। ମିଳିଥିବା ସାମଗ୍ରୀରୁ ମୃତକଙ୍କ ବୟସ ୨୦ରୁ ୨୫ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ୨୮ା୧୧ା୨୪ରେ ଗାଜଲବାଡି ନିକଟସ୍ଥ ସିକୁଳାପଦର ଜଙ୍ଗଲରୁ ଜଣେ ଦରପୋଡା ମହିଳାଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା। ଏହାର ତିନିମାସ ପରେ ପୁଣି ଥରେ ଆଉ ଜଣେ ବ୍ୟକ୍ତିଙ୍କ ଖପୁରି ଓ ପଞ୍ଜାରା ହାଡ଼ ଜଙ୍ଗଲରୁ ଠାବ ହେବା ଏହା ପଛରେ ଏକ ର଼୍ୟାକେଟ୍‌ କାମ କରୁଥିବା ସନ୍ଦେହକୁ ଦୃଢୀଭୂତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଛି ଛି ଛିରେ ମୋହନ ସରକାର ଛି’ ବିଧାନସଭାରେ ଏ କ’ଣ କହିଦେଲେ ତାରା

ଭୁବନେଶ୍ୱର,୨୫।୩: ନିକଟରେ ନିଲମ୍ବନ ପ୍ରତ୍ୟାହାର ଉଠିବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭାକୁ ଫେରିଛନ୍ତି। ଫେରିବା ପ୍ରଥମ ଦିନରୁ ହିଁ କଂଗ୍ରେସ ବିଧାୟକମାନେ...

ଇଥାନଲ ପ୍ରକଳ୍ପରେ ସ୍ଥାନୀୟ ଯୁବକଙ୍କୁ ମିଳୁ ନିଯୁକ୍ତି: ସଂସଦରେ ଦାବି କଲେ ପ୍ରଦୀପ ପୁରୋହିତ

ବରଗଡ,୨୫।୩(ପ୍ରେମାନନ୍ଦ ଖମାରୀ): ଇଥାନଲ ପ୍ରକଳ୍ପରେ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ପାଇଁ ଆଜି ସଂସଦରେ ବରଗଡ଼ ଏମ୍‌ପି ପ୍ରଦୀପ ପୁରୋହିତ ଏହି ଦାବି କରିଛନ୍ତି। ବରଗଡ଼ ଜିଲାରେ...

ଏପ୍ରିଲରେ ଲାଲ ଚନ୍ଦନ କାଠର ବିଶ୍ୱସ୍ତରୀୟ ଇ-ନିଲାମ କରିବ ଓଡିଶା

ଭୁବନେଶ୍ୱର,୨୫ା୩: ଓଡିଶା ସରକାର ୯ ଏପ୍ରିଲରେ ଲାଲ ଚନ୍ଦନ କାଠର ବିଶ୍ୱସ୍ତରୀୟ ଇ-ନିଲାମର ଚତୁର୍ଥ ପର୍ଯ୍ୟାୟ କରିବାକୁ ଯାଉଛନ୍ତି। ଏହି ନିଲାମ ଇ-ଟେଣ୍ଡରିଂ ପ୍ରକ୍ରିୟା ମାଧ୍ୟମରେ...

ଦେଶୀ-ବିଦେଶୀ ମଦ ଜବତ: ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ବ୍ରହ୍ମପୁର ଅବକାରୀ ଉପଅଧିକ୍ଷକ ସ୍କୃତିକାନ୍ତ ରାଉତଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ଓ ଏନଫୋର୍ସମେଣ୍ଟ ବ୍ୟୁରୋ ଏଏସଆଇ କେ.ଚନ୍ଦ୍ର...

ହସ୍ପିଟାଲରୁ ଚମ୍ପଟ ମାରିଲେ କଏଦୀ

ଢେଙ୍କାନାଳ,୨୫।୩: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ମଙ୍ଗଳବାର ଚିକିତ୍ସା ପାଇଁ ଆସିଥିବା ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛନ୍ତି। ମିଳିଥିବା ସୂଚନା ମୁତାବକ, ଚିକିତ୍ସା ପାଇଁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଞ୍ଚ: ସ୍ବାମୀଙ୍କ ସହିତ ପିଇଓଙ୍କୁ ଧରିଲା ଭିଜିଲାନ୍ସ

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ)- ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଞ୍ଚ ନେଉଥିବା ବେଳେ ମଙ୍ଗଳବାର ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଜ୍ଞାନ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)...

ମଧ୍ୟାହ୍ନ ଭୋଜନ ଖାଇ ଛାତ୍ରୀ ଅସୁସ୍ଥ: ହସ୍ପିଟାଲରେ ଭର୍ତ୍ତି

ଟିଟିଲାଗଡ଼,୨୫।୩(ଶରତ କୁମାର ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ପଞ୍ଚାୟତ ଅଧୀନରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେମଙ୍ଗଳବାର ଏକ ଅଘଟଣ ଘଟିଛି। ମଧ୍ୟାହ୍ନ ଭୋଜନ ଖାଇ...

ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ଚାଲିଗଲା ଜୀବନ

ପାଟଣା,୨୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ନମ୍ବର ମୁମ୍ବାଇ କଲିକତା ଜାତୀୟ ରାଜପଥର ହାତୀବାରୀ ନିକଟରେ ଏକ ଟ୍ରକ ବାଇକ ଆରୋହୀଙ୍କୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image