ଝରଣା କୂଳରୁ ମିଳିଲା ନରକଙ୍କାଳ

ନୂଆଗଡ,୨୫ା୩(ଡି.ଏନ୍‌.ଏ.): ଗଜପତି ଜିଲା ନୂଆଗଡ ବ୍ଲକର ବଡପଦା ଗ୍ରାମ ନିକଟ ଝରଣା କୂଳରେ ଶୁକ୍ରବାର ଏକ ନରକଙ୍କାଳ ଦେଖିବାକୁ ମିଳିଛି। ସେହି କଙ୍କାଳ ଗ୍ରାମର ଲିଟୁ ଦଳାଇ(୩୫) ବୋଲି ଚିହ୍ନଟ ହୋଇଛି। ଖଜୁରୀପଦା ଗ୍ରାମର ଲିଟୁ ମାନଶିକ ଭାରସାମ୍ୟ ହରାଇ ୨୦୨୨ ଫେବୃୟାରୀ ୨୩ ତାରିଖରେ ଘରୁ ଚାଲିଯାଇଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିବା ବେଳେ ତାଙ୍କର କୌଣସି ପତ୍ତା ପାଇ ନ ଥିଲେ। ଏନେଇ ପରିବାର ଲୋକେ ଖଜୁରିପଦା ଫାଣ୍ଡିରେ ଏକ ଏତଲା ଦେଇଥିଲେ। ପୋଲିସ ଏକ ନିଖୋଜ ମାମଲା(ନଂ.୨/୨୨) ରୁଜୁ କରିଥିଲା।

ଶୁକ୍ରବାର କିଛି ପିଲା ମାଛ ଧରିବା ପାଇଁ ଝରଣା କୂଳକୁ ଯାଇଥିଲେ। ସେଠାରେ ଏକ କଙ୍କାଳ ପଡିଥିବା ଦେଖି ଭୟଭୀତ ହୋଇଯାଇଥିଲେ। ଖବର ପାଇ ଗଁା ଲୋକେ ପହଞ୍ଚତ୍ ନରକଙ୍କାଳକୁ ଦେଖିଥିଲେ। ତେବେ କଙ୍କାଳର ହାତରେ ଥିବା ଟାଟୁ ଏବଂ ପିନ୍ଧିଥିବା ପ୍ୟାଣ୍ଟରୁ କଙ୍କାଳଟି ଲିଟୁ ଦଳାଇ ବୋଲି ଚିହ୍ନଟ କରିଥିଲେ। ଏ ନେଇ ଖଜୁରିପଦା ଫାଣ୍ଡି ଅଧିକାରୀ ଡି. ଗଜପତି ଦୋରାଙ୍କୁ ପଚାରିବାରୁ ନର କଙ୍କାଳର ସମ୍ପର୍କରେ କୌଣସି ସୂଚନା ନ ଥିବା କହିଛନ୍ତି।