ଶେଷ ହେବେ ମଣିଷ: ବୈଜ୍ଞାନିକ ପ୍ରକାଶ କଲେ ତାରିଖ !…

ଓ୍ବାଶିଂଟନ,୨୫।୧୧ : ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଚିନ୍ତାର କାରଣ ପାଲଟିଛି। କିନ୍ତୁ ଯଦି ଆମେ ଅନେକ ଅତ୍ୟାଧୁନିକ ଆକଳନକୁ ଦେଖିବା, ଜନସଂଖ୍ୟାର ଗତି ହ୍ରାସ ପାଇଛି। ତା’ପରେ ଏକ ସମୟ ଆସିବ ଯେତେବେଳେ ଏହାର ଗତି ସଂପୂର୍ଣ୍ଣ ବନ୍ଦ ହୋଇଯିବ ଏବଂ ଆଗାମୀ ସମୟରେ ମାନବ ଜନସଂଖ୍ୟା କମିବା ଆରମ୍ଭ କରିବ । ଜନସଂଖ୍ୟା ବୃଦ୍ଧି ଯୋଗୁ ସମଗ୍ର ପୃଥିବୀ ଅସୁବିଧାରେ ପଡିଥିବାବେଳେ ଆଗାମୀ ଦିନରେ ଜନସଂଖ୍ୟା ହ୍ରାସ ମଧ୍ୟ ଚିନ୍ତାର କାରଣ ହୋଇପାରେ। କାରଣ ଏହା ଅର୍ଥନୀତିକୁ ସିଧାସଳଖ ପ୍ରଭାବିତ କରିବ।

ଏକ ନୂତନ ଅଧ୍ୟୟନରେ କୁହାଯାଇଛି ଆସନ୍ତା ୩୦୦ ବର୍ଷ ମଧ୍ୟରେ ପୃଥିବୀର ଜନସଂଖ୍ୟା ଏକ ଚତୁର୍ଥାଂଶକୁ ହ୍ରାସ ପାଇ। ଅର୍ଥାତ ବର୍ତ୍ତମାନ ପୃଥିବୀ ଜନସଂଖ୍ୟା ୮ ଶହ କୋଟି। ତେବେ ଆଗାମୀ ବର୍ଷରେ ଏହା ୨ ଶହ କୋଟିକୁ ହ୍ରାସ ପାଇବ। ବିଶେଷଜ୍ଞମାନେ କହିଛନ୍ତି ୨୦୫୦ସୁଦ୍ଧା ପୃଥିବୀର ଜନସଂଖ୍ୟା ସର୍ବୋଚ୍ଚ ସ୍ତରରେ ରହିବ। ୨୭ ବର୍ଷରେ ଜନସଂଖ୍ୟା ପ୍ରାୟ ହଜାରେ କୋଟିକୁ ବୃଦ୍ଧି ପାଇପାରେ। ଆମେରିକାର ଏକ ଜନସଂଖ୍ୟା ଅନୁସନ୍ଧାନ କେନ୍ଦ୍ର କହିଛି ଆମର ଆଗାମୀ ପିଢ଼ି ଜନସଂଖ୍ୟା ହ୍ରାସ ପାଇବ। ଆଗାମୀ ସମୟରେ, ଟୋଟାଲ ଫର୍ଟିଲିଟି ରେଟ (ଟିଏଫଆର) ୨.୧ ରୁ ୨.୦କୁ ହ୍ରାସ ପାଇବ, ଯାହା ଜନସଂଖ୍ୟା ଉପରେ ଗଭୀର ପ୍ରଭାବ ପକାଇପାରେ ।

 

ଭାରତର ଟିଏଫଆର ପୂର୍ବରୁ ୧.୮ କୁ ହ୍ରାସ ପାଇ ସାରିଛି। ଭାରତର ହାରାହାରି ବୟସ ୨୮ ବର୍ଷ ରହିଛି କିନ୍ତୁ ୨୦୪୮ ରେ ଏହା ୪୦ ବର୍ଷକୁ ବୃଦ୍ଧି ପାଇବ। ଅର୍ଥାତ ଭାରତରେ ପ୍ରଜନନ ହାର ମୃତ୍ୟୁ ହାରଠାରୁ କମ ହେବ। ସେହି ଅନୁଯାୟୀ,ପୃଥିବୀର ଅନେକ ଦେଶ ଜନସଂଖ୍ୟା ସଙ୍କଟର ସମ୍ମୁଖୀନ ହେବେ।

ସମ୍ପ୍ରତି, ଜାପାନ ଏବଂ ଚାଇନ ପରି ଅନେକ ବିକଶିତ ଦେଶ ହ୍ରାସ ପାଉଥିବା ଜନସଂଖ୍ୟା ଦ୍ୱାରା ବହୁତ ଅସୁବିଧାରେ ପଡିଛନ୍ତି। ଏଠାରେ ମୃତ୍ୟୁ ହାର ଜନ୍ମ ହାରଠାରୁ ଅଧିକ ଏବଂ ଏଠାରେ ବୃଦ୍ଧ ଜନସଂଖ୍ୟା ଅଧିକ। ଜନସଂଖ୍ୟା ବୃଦ୍ଧି ପାଇଁ ଏଠାରେ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି ଯାହା ଦ୍ୱାରା ସେଠାକାର ଯୁବବର୍ଗମାନେ ବିବାହ କରିବାକୁ ଉତ୍ସାହିତ ହେବେ।

ବୈଜ୍ଞାନିକ ଅନୁସନ୍ଧାନକାରୀମାନେ କହିଛନ୍ତି ୨୦୨୬ ବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। କାରଣ ବର୍ତ୍ତମାନ ପୃଥିବୀର ପ୍ରଜନନ ହାର ୨.୧, କିନ୍ତୁ ଆସନ୍ତା ୨ ବର୍ଷ ମଧ୍ୟରେ ଏହା ୨.୦ କୁ ହ୍ରାସ ପାଇବ, ଯାହା ଜନ୍ମ ହାର ଉପରେ ସିଧାସଳଖ ପ୍ରଭାବ ପକାଇବ। ଯଦି ଏହାକୁ ଆଧାର କରି ଗଣନା କରାଯାଏ, ତେବେ ଆଗାମୀ ୩୦୦ ବର୍ଷରେ ବିଶ୍ୱ ଜନସଂଖ୍ୟା ମାତ୍ର ୨ ଶହ କୋଟିକୁ ହ୍ରାସ ପାଇବ । ପରେ ଏହା କ୍ରମେ ହ୍ରାସ ପାଇ ଶୂନରେ ପରିଣତ ହେବ। ବୈଜ୍ଞାନିକ ମଣିଷ ଜନସଂଖ୍ୟା ଶୂନ ହେବାର ତାରିଖ ୨୩୫୦ ମସିହା ପରେ ହେବ ବୋଲି ଆକଳନ କରିଛନ୍ତି।

Share