ଶ୍ରୀନଗର,୨୯।୧୦: ଜମ୍ମୁ-କଶ୍ମୀର ବୁଡଗାଓ ଜିଲାରୁ ଏକ ମାନବ ଚାଲାଣ ଗ୍ୟାଙ୍ଗ୍କୁ ଶୁକ୍ରବାର ସ୍ଥାନୀୟ ପୋଲିସ ଧରିବାରେ ସଫଳ ହୋଇଛି। ଶାମିମ୍ ଅହମଦ୍ ଭଟ୍ଟ, ଶାଗୁଫ୍ତା ଏବଂ ଆସମତଙ୍କୁ ଗିରଫ କରାଯାଇଥିବା ବେଳେ ୧୪ଜଣ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଦୁଲିପୋରା ଗ୍ରାମରେ ମାନବ ଚାଲାଣ ନେଇ ଗୋଇନ୍ଦା ସୂଚନା ମିଳିବା ପରେ ପୋଲିସ ବିଭାଗର ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ଚଢ଼ାଉ କରିଥିଲା। ଉକ୍ତ ଗ୍ୟାଙ୍ଗ୍ ଗଡଗାମରୁ ମହିଳାଙ୍କୁ ନେଇ ପ୍ରଦେଶର ବିଭିନ୍ନ ଅଞ୍ଚଳରେ ବିକ୍ରି କରୁଥିବା ପୋଲିସ କହିଛି। ମାମଲା ରୁଜୁ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।