Categories: ଫୁରସତ

ମାନବ କଲ୍ୟାଣ ଅପରିହାର୍ଯ୍ୟ

ମାନବିକ କର୍ମଚାରୀ ତଥା ଯେଉଁମାନେ ମାନବିକତା ପାଇଁ କାର୍ଯ୍ୟ କରି ଜୀବନ ହରାଇଛନ୍ତି ସେମାନଙ୍କ ପ୍ରତି ସମ୍ମାନ ଜଣାଇବା ଲାଗି ପ୍ରତିବର୍ଷ ଅଗଷ୍ଟ ୧୯ରେ ବିଶ୍ୱ ମାନବିକତା ଦିବସ ପାଳନ କରାଯାଇଥାଏ। ବିଶ୍ୱରେ ମାନବ କଲ୍ୟାଣ ଅପରିହାର୍ଯ୍ୟ। ମାନବିକ ଚିନ୍ତାଧାରାକୁ ପ୍ରୋତ୍ସାହନ କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ମିଳିତ ଜାତିସଂଘର ସାଧାରଣ ସଭା ଏକ ପ୍ରସ୍ତାବର ଅଂଶ ଭାବରେ ୨୦୦୯ରେ ଏହି ଦିବସ ପାଳନ ପାଇଁ ସ୍ବୀକୃତି ପ୍ରଦାନ କରିଥିଲେ। ଏହା ପରଠାରୁ ଏହାକୁ ବିଶ୍ୱ ମାନବିକତା ଦିବସ ରୂପେ ପାଳନ କରାଯାଇଛି।
ଦିନକୁ ବିଶ୍ୱ ମାନବିକତା ଦିବସ ରୂପେ ପାଳନ କରିବା ପଛରେ ଥିବା ଇତିହାସ ହେଲା, ୨୦୦୩ ଅଗଷ୍ଟ ୧୯ରେ ବାଗ୍‌ଦାଦରେ ମିଳିତ ଜାତିସଂଘ ମୁଖ୍ୟାଳୟ ବିସ୍ଫୋରଣରେ ଇରାକରେ ଥିବା ସେକ୍ରେଟାରି ଜେନେରାଲ ସେରଜିଓ ଭିଏରା ଦେ ମେଲୋଙ୍କ ସମେତ ୨୧ଜଣ ସହକର୍ମୀଙ୍କର ମୃତ୍ୟୁ ଘଟିଥିଲା ।
ମାନବିକତା ଦିବସର ଲକ୍ଷ୍ୟ ହେଉଛି ସଙ୍କଟ ଦ୍ୱାରା ପ୍ରଭାବିତ ଲୋକଙ୍କୁ ବଞ୍ଚାଇବା ତଥା ସେମାନଙ୍କର ସୁରକ୍ଷା ଏବଂ ନିରାପତ୍ତା ପାଇଁ ଉଦ୍ୟମ କରିବା। ଜାତିସଂଘର ଏହି କାର୍ଯ୍ୟକ୍ରମ, ବିଶ୍ୱବ୍ୟାପୀ ଶାନ୍ତି ଏବଂ ବିକାଶ ବାର୍ତ୍ତା ଦେଇଥାଏ। ଏହି ଦିବସ ପାଳନ ଅବସରରେ ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟ ଲୋକମାନଙ୍କ ଜୀବନ ବଞ୍ଚାଇବା ପାଇଁ ଆଗକୁ ଆସିଥିଲେ ସେମାନଙ୍କୁ ଜାତିସଂଘ ପକ୍ଷରୁ ସମ୍ମାନ ପ୍ରଦର୍ଶନ କରାଯାଇଥାଏ। ଜାତିସଂଘ ସେମାନଙ୍କୁ ପ୍ରକୃତ ନାୟକ ବୋଲି ସମ୍ବୋଧନ କରିଥାନ୍ତି, ଯେଉଁମାନେ ନିଜେ ବିପଦଥିବା ସତ୍ତ୍ୱେ ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟ ପ୍ରଦାନ କରିବାକୁ ନିଜର ପ୍ରଥମ କର୍ତ୍ତବ୍ୟ ବୋଲି ଭାବିଥାନ୍ତି।

Share