ଜଗନ୍ନାଥ ପ୍ରସାଦ, ୩।୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ପଞ୍ଚଭୂତି ଗୌଡ଼ ସାହିରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହକୁ କରୋନା ଭୟରେ ସାହି ଲୋକେ ଛୁଉଁ ନାହାନ୍ତି।
ପ୍ରକାଶ ଯେ, ପଞ୍ଚଭୂତି ଗୌଡ଼ ସାହିର ଗଣେଶ ସତପଥିଙ୍କୁ ଜ୍ୱର ହେବାରୁ ସକାଳ ୮ଟାରେ ସ୍ତ୍ରୀତାଙ୍କୁ ଜଗନ୍ନାଥ ପ୍ରସାଦ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା l ଚାରି ଦିନ ପୂର୍ବେ ବଡ଼ ଭାଇ ବିନାୟକଙ୍କର ହୃଦ୍ରୋଗରେ ମୃତ୍ୟୁ ଘଟିଥିଲା l କରୋନା ଜନିତ ୨ ଭାଇଙ୍କ ମୃତ୍ୟୁ ଘଟିଥିବା ସାହିବାସୀ ଅନୁମାନ କରି ଗଣେଶଙ୍କ ମୃତଦେହକୁ କେହି ଛୁଇଁବାକୁ ରାଜି ହେଉ ନାହାନ୍ତି। ଦୀର୍ଘ ୬ ଘଣ୍ଟା ହେବା ତାଙ୍କ ମୃତଦେହ ଗାଁ ଦାଣ୍ଡରେ ପଡିରହିଥିବା ଦେଖିବାକୁ ମିଳୁଛି। ଖବର ଲେଖାହେବା ବେଳକୁ ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ସାହିରେ ପହଞ୍ଚିଥିବା ଜଣାପଡ଼ିଛି।
Posted inଆମ ଜିଲା ଖବର, କରୋନା ଭାଇରସ୍, ଗଞ୍ଜାମ, ରାଜ୍ୟ