Categories: ଜାତୀୟ

ରୋଡ୍‌ଶୋ ବେଳେ ମୁହାଁମୁହିଁ ହେଲେ ଅଖିଳେଶ-ପ୍ରିୟଙ୍କା

ଲକ୍ଷ୍ନୌ,୪।୨: ଉତ୍ତରପ୍ରଦେଶର ବୁଲନ୍ଦଶହର ରୋଡ୍‌ଶୋ ବେଳେ ପରସ୍ପରକୁ ଭେଟିଥିଲେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ପ୍ରିୟଙ୍କା ତାଙ୍କର ଖୋଲା ଗାଡ଼ିରେ ଯାଉଥିବା ବେଳେ ଅଖିଳେଶ ବସ୍‌ରେ ବୁଲନ୍ଦଶହରରେ ପ୍ରଚାର କରୁଥିବା ବେଳେ ଦୁହେଁ ସାମ୍ନାସାମ୍ନି ହୋଇଥିଲେ।

ପ୍ରିୟଙ୍କା ଏହି ଘଟଣା ଭିଡିଓର ଶେୟାର କରି ‘ମୋ ଆଡ଼ୁ ବି ତୁମକୁ ରାମ ରାମ’।

ଅଖିଳେଶ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ମୁଖ୍ୟ ଜୟନ୍ତ ଚୌଧାରୀଙ୍କ ସହ ପ୍ରଚାର କରୁଥିଲେ। ଦୁହେଁ ବସ୍‌ର ଛାତ ଉପରୁ ପ୍ରିୟଙ୍କାଙ୍କୁ ନମସ୍କାର କରୁଥିଲା ବେଳେ ପ୍ରିୟଙ୍କା ସେମାନଙ୍କୁ ନମସ୍କାର କରିଥିଲେ। ଉଲ୍ଲେଖଯୋଗ୍ୟ, ପ୍ରିୟଙ୍କା ନିକଟରେ ଏକ ଟିଭି ଚ୍ୟାନେଲକୁ ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ସହ ମେଣ୍ଟକୁ ବଡ଼ ଭୁଲ କହିଥିଲେ।

Share