Posted inଜାତୀୟ

ଜେଡିୟୁକୁ ଅଡ଼ୁଆ ଅନୁକମ୍ପା ହାଓ୍ବା

ପାଟନା, ୧୦ା୧୦: ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଖେଇ ଆସୁଥିବାବେଳେ ଗୁରୁବାର କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ପ୍ରତିଷ୍ଠାତା ରାମବିଳାସ ପାଶ୍ୱାନଙ୍କ ପରଲୋକ ହୋଇଛି। ଏହି ଘଟଣା ରାଜନୈତିକ ସମୀକରଣକୁ ବଦଳାଇଦେବା ଭଳି ସମ୍ଭାବନା ସୃଷ୍ଟି କରିଛି। ପାଶ୍ୱାନଙ୍କ ଦେହାନ୍ତ ପରେ ତାଙ୍କ ପୁଅ ତଥା ଏଲ୍‌ଜେପି ଅଧ୍ୟକ୍ଷ ଚିରାଗ ପାଶ୍ୱାନଙ୍କ ନେତୃତ୍ୱରେ ଦଳ ଏହି ନିର୍ବାଚନ ଲଢ଼ିବାକୁ ଯାଉଛି। ଏଭଳି ସମୟରେ ଏଲ୍‌ଜେପି ସପକ୍ଷରେ ଅନୁକମ୍ପା ହାଓ୍ବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗଣିତକୁ ଭୁଲ୍‌ ପ୍ରମାଣିତ କରି ଶାସକ ସଂଯୁକ୍ତ ଜନତା ଦଳ (ଜେଡିୟୁ) ପାଇଁ ଅଡ଼ୁଆ ସ୍ଥିତି ସୃଷ୍ଟି କରିପାରେ ବୋଲି ବିଶ୍ଳେଷକ ଓ ରାଜନେତାମାନେ ମତ ଦେଇଛନ୍ତି।
ପର୍ଯ୍ୟାୟ ବିଶିଷ୍ଟ ବିଧାନସଭା ନିର୍ବାଚନ ଅକ୍ଟୋବର ୨୮ରେ ଆରମ୍ଭ ହେବ। ଇତିମଧ୍ୟରେ ରାମବିଳାସ ପାଶ୍ୱାନଙ୍କ ଦେହାନ୍ତ ପରେ ବିହାରରେ ଏଲ୍‌ଜେପି ସପକ୍ଷରେ ଅନୁକମ୍ପା ହାଓ୍ବା ପ୍ରବାହିତ ହେବା ଆରମ୍ଭ ହୋଇଛି। ରାଜ୍ୟର ସବୁଠୁ ବଡ଼ ଦଳିତ ନେତାଙ୍କ ମୃତ୍ୟୁ ଏହି ନିର୍ବାଚନକୁ କେତେ ପ୍ରଭାବିତ କରିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଲ୍‌ଜେପି ସପକ୍ଷରେ ଅନୁକମ୍ପା ହାଓ୍ବା ନିର୍ବାଚନ ଶେଷ ଯାଏ ବହିଚାଲିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପାଇଁ ପୁଣି ସରକାର ଗଠନ କରିବା କଷ୍ଟକର ହୋଇଯିବ। ଏବେ ନୀତୀଶଙ୍କ ଜେଡିୟୁ ଏବଂ ଏଲ୍‌ଜେପି ମଧ୍ୟରେ କଟୁତାକୁ ନେଇ ଜୋର୍‌ଦାର ଆଲୋଚନା ହେଉଛି। ବିଶେଷକରି ନୀତୀଶଙ୍କୁ ଚିରାଗଙ୍କ ଖୋଲା ଚ୍ୟାଲେଞ୍ଜ ପରେ ସମ୍ପର୍କ ଆହୁରି ଖରାପ ହୋଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ସିନିୟର ପାଶ୍ୱାନଙ୍କ ସହ ତାଙ୍କ ସମ୍ପର୍କ ନେଇ ଅବତାରଣା କରିଥିଲେ। ହେଲେ ଜେଡିୟୁର ବିନା ସମର୍ଥନରେ ପାଶ୍ୱାନ କ’ଣ ରାଜ୍ୟ ସଭାକୁ ଯାଇପାରିଥାନ୍ତେ ବୋଲି ମଧ୍ୟ କହିବାକୁ ପଛାଇ ନ ଥିଲେ। ଖବରଦାତା ସମ୍ମିଳନୀରେ ଉପସ୍ଥିତ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି କହିଥିଲେ, ରାମବିଲାସ ପାଶ୍ୱାନ ହସ୍ପିଟାଲରେ ନ ଥିଲେ ଏଭଳି ସ୍ଥିତି ଉପୁଜି ନ ଥାଆନ୍ତା। ଏଲ୍‌ଜେପି କେନ୍ଦ୍ରରେ କ୍ଷମତାସୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଛାଡ଼ି ନ ଥିବାବେଳେ ରାଜ୍ୟ ଏନ୍‌ଡିଏରୁ ଓହରିସାରିଛି। ଜେଡିୟୁ ବିରୋଧରେ ସମସ୍ତ ଆସନରେ ପ୍ରାର୍ଥୀ ଦେବା ପାଇଁ ଘୋଷଣା କରିଥିବା ଚିରାଗ ଭାଜପା ଓ ଅନ୍ୟ ଦଳର ନେତାଙ୍କୁ ଏଲ୍‌ଜେପିକୁ ସ୍ବାଗତ କରୁଛନ୍ତି। ଇତିମଧ୍ୟରେ କେତେଜଣ ନେତା ମଧ୍ୟ ଏଲ୍‌ଜେପିରେ ସାମିଲ ହୋଇସାରିଛନ୍ତି ଓ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି କୁହାଯାଉଛି। ଅର୍ଥାତ୍‌ ଜେଡିୟୁ କୋଟା ଯୋଗୁ ଟିକେଟ ପାଇବାରୁ ବଞ୍ଚତ୍ତ ହେବାକୁ ଥିବା ଭାଜପାର ଅସନ୍ତୁଷ୍ଟ ଆଶାୟୀମାନେ ଚିରାଗଙ୍କ ସହ ହାତ ମିଳାଇପାରନ୍ତି। ତେବେ ନୀତୀଶଙ୍କୁ ପ୍ରତ୍ୟାଖ୍ୟାନ କରି ରାଜ୍ୟରେ ଭାଜପା ମୁଖ୍ୟମନ୍ତ୍ରୀ ଚାହୁଁଥିବା ଚିରାଗ ଗୈରିକ ଦଳରୁ ଏଲ୍‌ଜେପିକୁ କେତେ ଭୋଟ ଆଣିପାରୁଛନ୍ତି ଏବଂ ବାପାଙ୍କ ମୃତ୍ୟୁର ଅନୁକମ୍ପା ହାଓ୍ବାକୁ କେତେମାତ୍ରାରେ ଭୋଟରେ ରୂପାନ୍ତରିତ କରିପାରୁଛନ୍ତି ତାହା ନଭେମ୍ବର ୧୦ରେ ଗଣତି ପରେ ସ୍ପଷ୍ଟ ହୋଇଯିବ। ଜାତୀୟ ରାଜନୀତିରେ ମୌସୁମୀ ବୈଜ୍ଞାନିକ ଭାବେ ପରିଚିତ ସ୍ବର୍ଗତ ପାଶ୍ୱାନଙ୍କ ପୁଅ ଯୁବ ବିହାରୀ ଚିରାଗ ପାଶ୍ୱାନ ବାପାଙ୍କ ଅବର୍ତ୍ତମାନରେ ପ୍ରଥମ ନିର୍ବାଚନ ଲଢ଼ି କେତେ ସଫଳ ହେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଏମ ମ୍ୟାଡାମ ‘ରାମାୟଣ’କୁ ନେଇ ଚାଲିବ ନାହିଁ ସରକାର, କାହିଁକି ଆତିଶୀଙ୍କୁ ଏମିତି କହିଲେ…

ନୂଆଦିଲ୍ଲୀ,୨୪।୯: ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ଆତିଶୀ ସୋମବାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ ଥର ପାଇଁ ଦିଲ୍ଲୀର ସିଂହାସନରେ ବସିଛନ୍ତି। ସେ...

ସବୁ ରେକର୍ଡ ଭାଙ୍ଗିଲା ସେନସେକ୍ସ: ନିଫ୍ଟି ବି ଉପରମୁହାଁ

ମୁମ୍ବାଇ,୨୪।୯: ସେନସେକ୍ସ ମଙ୍ଗଳବାର ସବୁ ରେକର୍ଡ ଭାଙ୍ଗିଛି। ବିଏସ୍‌ଇ ସେନସେକ୍ସ ଏବଂ ଏନ୍‌ଏସ୍‌ଇ ନିଫ୍ଟି ସକାଳୁ ସକାଳୁ ଜବରଦସ୍ତ କାରବାର ଆରମ୍ଭ କରିଛି। ସକାଳ ୯.୧୫ରେ,...

ତିରୁପତି ମନ୍ଦିରକୁ ଘିଅ ସପ୍ଲାଇ କରୁଥିବା କମ୍ପାନୀର ସମସ୍ତ ଅଧିକାରୀ ମୁସଲିମ! ବଡ ଦାବି, ଜାଣନ୍ତୁ ସତ କ’ଣ

ତିରୁପତି,୨୪।୯: ତିରୁପତି ମନ୍ଦିରର ପ୍ରସାଦ ତିଆରି କରିବା ପାଇଁ ବ୍ୟବହୃତ ଘିଅରେ ପଶୁ ଚର୍ବିର ବ୍ୟବହାର କରାଯାଉଥିବା ବାକୁ ନେଇ ଆଲୋଚନା ସମାଲୋଚନା ବୃଦ୍ଧି ପାଇବାରେ...

ମିଳିବ ଖୁସି ଖବର, ବନ୍ଦ ହୋଇଯିବ ଯୁଦ୍ଧ! ପୁଟିନଙ୍କ ପର୍ଯ୍ୟନ୍ତ ବାର୍ତ୍ତା ପହଞ୍ଚାଇଲେ ଡୋଭାଲ, ଏବେ ମୋଦିଙ୍କୁ ଭେଟିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୯: ସମସ୍ତେ ଆଶା କରୁଛନ୍ତି ଯେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶୀଘ୍ର ଶେଷ ହେବ। ଏଥିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ କୌଣସି ପଥ...

ଆଉ ନର୍ଥଇଷ୍ଟ-ଲଦ୍ଦାଖରେ ପଶିବାକୁ ଚେଷ୍ଟା କରିବନି ଡ୍ରାଗନ! ଭାରତର ମିତ୍ର ଦେଶ ଆମେରିକା ଦେଲା ବଡ ବୟାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪।୯: ଆମେରିକୀୟ ଗସ୍ତରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବଦେଶ ଫେରିଛନ୍ତି। ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଜୋ ବାଇଡେନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ...

ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି

ନୂଆଦିଲ୍ଲୀ,୨୪।୯ (ପି.ଟି.): ସରକାରୀ ବିଭାଗଗୁଡ଼ିକ ୩୪ଟି ବଡ଼ ମାମଲାରେ ଦୁର୍ନୀତିଗ୍ରସ୍ତ ବାବୁମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶନାମାର ଅନୁପାଳନ କରି ନ ଥିବା କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି)...

ସମାଧାନ କରିବାକୁ ଯାଇଥିଲେ: ମହିଳା ପୋଲିସଙ୍କୁ ତୀର ମାଡ଼ କଲେ….

ପାଟନା,୨୪।୯: ବିହାରର ଅରରିଆ ଜିଲା ମହଲଗାଓଁ ଥାନା ପୋଖରିଆ ଗ୍ରାମରେ ଏକ ଜମି ବିବାଦର ସମାଧାନ କରିବା ପାଇଁ ପହଞ୍ଚିଥିବା ପୋଲିସ ଟିମ୍‌ ଉପରେ ସ୍ଥାନୀୟ...

ମାନବଜାତିର ସଫଳତା ଯୁଦ୍ଧକ୍ଷେତ୍ରରେ ନାହିଁ: ପ୍ରଧାନମନ୍ତ୍ରୀ ମୋଦି

ଜାତିସଂଘ,୨୪ା୯: ମାନବଜାତିର ସଫଳତା ଯୁଦ୍ଧକ୍ଷେତ୍ରରେ ନୁହେଁ, ଆମର ସାମୂହିକ ସାମର୍ଥ୍ୟରେ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଜାତିସଂଘର ‘ସମିଟ୍‌ ଅଫ୍‌ ଦି ଫ୍ୟୁଚର’ରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri