Categories: ଜାତୀୟ

‘ଦଳ ମୋତେ ଅପମାନିତ କରିଛି’

ଚଣ୍ଡିଗଡ଼,୧୮।୯: ବହୁ ବାଦବିବାଦ ପରେ ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶନିବାର ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ଅମରିନ୍ଦର ଗଣମାଧ୍ୟମକୁ କହିଛନ୍ତି, ସକାଳେ ସୋନିଆ ଗାନ୍ଧୀଙ୍କ ସହ କଥା ହୋଇଥିଲି। ଆଲୋଚନା ବେଳେ ଗତ କିଛି ମାସ ମଧ୍ୟରେ ୩ ଥର ପଞ୍ଜାବ କଂଗ୍ରେସ ବିଧାୟକ ଦଳ ବୈଠକ ବସିଛି। ଏହା ଦ୍ବାରା ସେ ଅପମାନିତ ଅନୁଭବ କରୁଛନ୍ତି। ତେଣୁ ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା କଥା ଜଣାଇଥିଲି। ଏବେ ଦଳ ଯାହା ଉପରେ ଭରସା ଅଛି ତାଙ୍କୁ ମୁଖ୍ୟମନ୍ତ୍ରୀ କରୁ। ଏଥିରେ ତାଙ୍କର କୌଣସି ଆପତ୍ତି ନାହିଁ । ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ମଧ୍ୟ ମୁଁ ଦଳରେ ରହିଛି। ତେବେ ଆଗାମୀ ଭବିଷ୍ୟତକୁ ନେଇ ବିକଳ୍ପ ରହିଛି। ସମର୍ଥକ ଓ ଲୋକଙ୍କ ସହ ଆଲୋଚନା ପରେ ଠିକ୍‌ ସମୟ ଆସିଲେ ନିଷ୍ପତ୍ତି ନେବି।

Share