ତିନି ସପ୍ତାହ ମଧ୍ୟରେ ପଦରୁ ଇସ୍ତଫା କାମ୍ବୋଡିଆ ପ୍ରଧାନମନ୍ତ୍ରୀ

କାମ୍ବୋଡିଆ,୨୬।୭: ଦୀର୍ଘ ଦିନ ହେବ କାମ୍ବୋଡିଆର ପ୍ରଧାନମନ୍ତ୍ରୀ ରହିଆସିଥିବା ହୁନ ସେନ ତିନି ସପ୍ତାହ ମଧ୍ୟରେ ନିଜ ପଦରୁ ଇସ୍ତଫା ଦେବେ ବୁଧବାର ଘୋଷଣା କରିଛନ୍ତି। ସେ ନିଜ ପଦ ବଡ଼ ପୁଅ ହାତକୁ ହସ୍ତାନ୍ତର କରିବେ। ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ହୁନ ସେନଙ୍କ ବଡ ପୁଅ ପ୍ରଥମ ଥର ପାଇଁ ସାଂସଦ ଭାବେ ଜିତିଛନ୍ତି।
ଗତ ସପ୍ତାହରେ ହୋଇଥିବା ନିର୍ବାଚନରେ ହୁନ ସେନ କାମ୍ବୋଡିଆ ପିପୁଲ୍ସ ପାର୍ଟି ବିଜୟ ହାସଲ କରିବା ପରେ ଏହି ଘୋଷଣା କରାଯାଇଛି। ତେବେ ପାଶ୍ଚାତ୍ୟ ଦେଶ ଏହି ନିର୍ବାଚନକୁ ସମାଲୋଚନା କରି କହିଛନ୍ତି ଯେ, ଏହି ନିର୍ବାଚନ ଦେଶର ମୁଖ୍ୟ ବିରୋଧୀଙ୍କୁ ଦମନ କରିଛି। ହୁନ ସେନ ୩୮ ବର୍ଷ ଧରି କାମ୍ବୋଡିଆର ନିରଙ୍କୁଶ ନେତା ଭାବେ ରହିଆସିଛନ୍ତି।

Share