ଅପରକୋଲାବ କେନାଲରେ ୩୦ ଫୁଟ ଘାଇ: ଶତାଧିକ ଏକର ଚାଷଜମିରେ ମାଡ଼ିଗଲା ପାଣି, ମାଟି

ଜୟପୁର, ୧୦।୧(ନି.ପ୍ର.): ଅପର କୋଲାବ ପ୍ରୋଜେକ୍ଟର ଧନପୁର ଶାଖା କେନାଲ ଶୁକ୍ରବାର ରାତିରେ ଭୁଶୁଡ଼ିପଡିଛି। ଫଳରେ ପାଖାପାଖି ୩୦ ଫୁଟ୍‌ ଓସାରରେ ଘାଇ ସୃଷ୍ଟି ହୋଇ ଚାଷଜମିରେ ପାଣି ପଶିଛି। ଶତାଧିକ ଏକର ଚାଷଜମିରେ ପାଣି ପଶି ମାଟି ମାଡ଼ିଯାଇଛି। ମୁଖ୍ୟ ରାଇଟ କେନାଲଠାରୁ ୫ ଶହ ମିଟର ଦୂରରେ ଥିବା ଏହି ଶାଖା କେନାଲ ଜୟପୁର ସହରର ଗାନ୍ଧୀ ଛକଠାରୁ ପାରାବେଢ଼ା ଓ ଏକଟାଗୁଡା ମଝିରେ ପ୍ରବାହିତ ହେଉଛି। କେନାଲ ଭାଙ୍ଗି ଚାଷଜମି ଓ ଗ୍ରାମ ଆଡ଼କୁ ପାଣି ମାଡି ଆସିବାରୁ ଖଳାରେ ଶୋଇଥିବା ଚାଷୀ ଏବଂ ଗ୍ରାମ ଲୋକେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ। ଖବରପାଇ ବିଳମ୍ବିତ ରାତିରେ ବିଧାୟକ ତାରାପ୍ରସାଦ ବାହିନୀପତି ଘଟଣାସ୍ଥଳରେ ପହଞ୍ଚତ୍ କୋଲାବ କେନାଲ କର୍ତ୍ତୃପକ୍ଷଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ୨ ଘଣ୍ଟା ପରେ ଅଧିକାରୀମାନେ ସେଠାରେ ପହଞ୍ଚତ୍ଥିଲେ। ଗ୍ରାମବାସୀଙ୍କ ସହାୟତାରେ ୨ଟି ଗେଟ୍‌ ବନ୍ଦ କରିବା ପରେ ବିପଦ ଟଳିଥିଲା। ଚାଷ କ୍ଷତିଗ୍ରସ୍ତ ହେବାନେଇ ଜୟପୁର ବ୍ଳକ ଏକଟାଗୁଡା ପଞ୍ଚାୟତର ଚାଷୀ ଚିନ୍ତାରେ ପଡିଛନ୍ତି। ସେମାନେ ରବିଫସଲ ନେଇ ଜମିରେ ଧାନ ରୋଇଥିଲେ। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁ ୩୦/୪୦ ବର୍ଷର କେନାଲ ସମୟକ୍ରମେ ଦୁର୍ବଳ ହୋଇ ଭାଙ୍ଗିପଡ଼ିଥିବା ସେମାନେ ଅଭିଯୋଗ କରିଛନ୍ତି। ଜମିକୁ ପାଣି ମାଡିବା ପାଇଁ ଚାଷୀ ଜଳକର ଦେଉଥିବା ବେଳେ କେନାଲର ରକ୍ଷଣାବେକ୍ଷଣ କରା ନ ଯିବା ହେତୁ ଏବେ ଦୁର୍ବଳ ହୋଇପଡି କେନାଲ ଭୁଶୁଡିପଡିଛି। ଏହା ମାଟି କେନାଲ ହୋଇଥିବାରୁ ଏପରି ଘଟିଲା। ୨ ଦିନ ମଧ୍ୟରେ ଏହାର ମରାମତି କାର୍ଯ୍ୟ ଶେଷ ହେବ ବୋଲି ବିଭାଗୀୟ ଏସ୍‌ଡିଓ ସୁବାସ ଚନ୍ଦ୍ର ମିଶ୍ର ସଫେଇ ଦେଇଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ଶନିବାର ଜିଲାପାଳ ମଧୁସୂଦନ ମିଶ୍ର, ଉପଜିଲାପାଳ ହେମକାନ୍ତ ସାୟ ଘଟଣାସ୍ଥଳ ପରିଦର୍ଶନ କରି ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି। କନିଷ୍ଠଯନ୍ତ୍ରୀ ପ୍ରସନ୍ନ କୁମାର ପଣ୍ଡା, ଏସ୍‌ଡିଓ ମିଶ୍ର କେନାଲରେ ମାଟି ପକାଇ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଭାଗ କୋଲାବ ଜଳଭଣ୍ଡାରର ୪ଟି ଗେଟ୍‌ ବନ୍ଦ କରିଛି। ଫଳରେ ଧନପୁର, କାଳିଆ ଗାଁ, ଖୁଡୁପି, ଅନ୍ତା, ବାଲିଆ ଭଳି ଗ୍ରାମକୁ ଜଳ ଯୋଗାଣ ବନ୍ଦ ରହିଛି। କେନାଲ ବିପଦସଙ୍କୁଳ ଅବସ୍ଥାରେ ଥିବା ବେଳେ କଂକ୍ରିଟ କେନାଲ କରିବା ପାଇଁ ବିଭାଗ ପ୍ରସ୍ତାବ ଦେଇଥିଲେ ମଧ୍ୟ ସରକାର ଗୁରୁତ୍ୱ ଦେଇ ନ ଥିବା ଉପସ୍ଥିତ ଲୋକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତରରେ ଏସ୍‌ଡିଓ ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ବିଧାୟକ ବାହିନୀପତି କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ଦେବା ସହ ଏ ଦିଗରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଲାଙ୍ଗ ରତନପୁର ବର୍ବର ହତ୍ୟାକାଣ୍ଡ: ପୁରୀ ଏସ୍‌ପି କଲେ ବଡ଼ ଖୁଲାସା

ପୁରୀ,୨୨।୪: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମରେ ଏକ ନାବାଳକଙ୍କୁ ବର୍ବରୋଚିତ ଭାବେ ହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।...

ସରିଲା ବିଶ୍ବଶାନ୍ତି ମହାଯଜ୍ଞ: ମହାଦେବଙ୍କ ପୀଠ ଲୋକାରଣ୍ୟ

ପୁରୁଷୋତ୍ତମପୁର, ୨୨।୪ (ସିମାଞ୍ଚଳ ମିଶ୍ର) ରାଜ୍ୟ ଓ ଦେଶକୁ କଳୁଷିତ ମୁକ୍ତ କରି କିପରି ଶାନ୍ତିପ୍ରତିଷ୍ଠା ହେବ। ଲୋକେ ସୁରକ୍ଷିତ ଭାବେ ବଞ୍ଚିରହିବେ। ସେଥିପାଇଁ ଗଞ୍ଜାମ...

ମାରୱଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ

ପଦ୍ମପୁର,୨୨।୪ (ପ୍ରଦୀପ୍ତ ଦାଶ): ସ୍ଥାନୀୟ ମାରୱାଡି ଧର୍ମଶାଳା ପଦ୍ମପୁର ଠାରେ ମାରୱାଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି...

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ: ୨ ବନ୍ଧୁକ ଜବତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ମଙ୍ଗଳବାର ବେଆଇନ ବନ୍ଧୁକ ରଖିବା ଏବଂ ସହଯୋଗ କରିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି। ସେମାନେ...

ବେଲବାହାଳିରେ ବାଘ ଆତଙ୍କ

ଆନନ୍ଦପୁର,୨୨।୪(ସୁଶାନ୍ତ କୁମାର ସାହୁ ): ବାଘ ଆତଙ୍କରେ ଆତଙ୍କିତ ଗ୍ରାମବାସୀ। ବନ ବିଭାଗର ତଦନ୍ତ ଆରମ୍ଭ। ଆନନ୍ଦପୁର ବନଖଣ୍ଡ ଅଧୀନ ବେଲବାହାଳି ଗାଁରୁ ଟୋଲଙ୍କପଡା ଯିବା...

ମିଶନ ଶକ୍ତି ପୁନର୍ଗଠନ ବିଜ୍ଞପ୍ତିରେ ଲାଗିଲା ରୋକ

ପାଟଣା, ୨୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ବୈତରଣୀ ମିଶନ ଶକ୍ତି ଫେଡରେଶନ ପକ୍ଷରୁ କାର୍ଯ୍ୟରତ ମହିଳାମାନେ ସରକାରଙ୍କ ଜାନୁୟାରୀ ୨୨ର ବିଜ୍ଞପ୍ତି ବିରୋଧରେ ହାଇକୋର୍ଟର ଦ୍ବାରସ୍ଥ...

୧୬୦୦ କୋଟିର ମେଗା ପ୍ରକଳ୍ପ ସମୀକ୍ଷା କଲେ ସିଡିଓ: ଏଯାଏ ହୋଇନାହିଁ ପାଣି ଉଠାଇବା ସ୍ଥାନ ଚହ୍ନଟ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ବିଭାଗ ଅଧୀନରେ ପ୍ରାୟ ୧୬୦୦ କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ...

ଗଞ୍ଜାମ ପୋଲିସର ସ୍ବତନ୍ତ୍ର ଅଭିଯାନ: ୩୪ ନିଖୋଜ ଶିଶୁ ଉଦ୍ଧାର

ଛତ୍ରପୁର,୨୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୋଲିସ ଅଧୀନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image