ନଦୀ ଗର୍ଭରେ ଲୀନ ହେବ ଶତାଧିକ ଏକର ଜମି

ଖଣ୍ଡପଡ଼ା,୧୫ା୫(ସ୍ବ.ପ୍ର.): ନୟାଗଡ଼ ଜିଲାରେ ପ୍ରତିବର୍ଷ କୁସୁମୀ ଓ କୁଆଁରିଆ ନଦୀ ବନ୍ୟାରେ ତଟବର୍ତ୍ତୀ ଫସଲ ଜମି କ୍ରମଶଃ ଲୀନ ହେବାରେ ଲାଗିଛି। ଏହାଛଡା ପ୍ରବଳ ବନ୍ୟା ସ୍ରୋତରେ ଅନେକ ଚାଷ ଜମି ମଧ୍ୟ ବାଲିଚର ହେଉଛି। ସଂପୃକ୍ତ ନଦୀ ତଟବର୍ତ୍ତୀ ଜମିର ସୁରକ୍ଷା ପାଇଁ ଉଭୟ ନଦୀର ସଙ୍ଗମ ସ୍ଥଳରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ଏସ୍‌କେପ ନିର୍ମାଣ ସହ ନଦୀ କୂଳରେ ପଥର ପ୍ୟାକିଂ କରାଯିବାକୁ ଚାଷୀମାନଙ୍କ ପକ୍ଷରୁ ଦାବି ହେଉଛି।
ଜିଲାର କଣ୍ଟିଲୋ, ଦୁଆରଗଁା ଓ ଧାନଚେଙ୍ଗଡା ଗ୍ରାମ ନିକଟ କୁସୁମୀ ଓ କୁଆଁରିଆ ନଦୀର ସଙ୍ଗମ ସ୍ଥଳରୁ କମେଇ ନଦୀର ସୃଷ୍ଟି। ଏହି କମେଇ ନଦୀର ଗଭ ର୍‌(ଓସାର) ପ୍ରାୟ ଦେଢ ଶହ ଫୁଟ ହୋଇଥିବା ବେଳେ କୁସୁମୀ ଓ କୁଆଁରିଆ ନଦୀର ସଙ୍ଗମ ସ୍ଥଳଠାରୁ ପ୍ରାୟ ୪ କି.ମି. ଦୂର ତଳ ମୁଣ୍ଡରେ ପ୍ରବାହିତ ମହାନଦୀ ସହ କମେଇ ନଦୀ ମିଶିଛି। ନିକଟବର୍ତ୍ତୀ ଗ୍ରାମ ଓ ଚାଷ ଜମିର ସୁରକ୍ଷା ଦୃଷ୍ଟିରୁ ଜଳ ସମ୍ପଦ ବିଭାଗ ପକ୍ଷରୁ କମେଇ ବ୍ରିଜଠାରୁ ଧାନଚେଙ୍ଗଡା ପର୍ଯ୍ୟନ୍ତ କମେଇ ନଦୀର ଦକ୍ଷିଣପାର୍ଶ୍ୱରେ ପ୍ରାୟ ଅଢେଇ କି.ମି. ଲମ୍ବର ମାଳ ବନ୍ଧ ନିର୍ମାଣ କରାଯାଇଛି। ସେହିପରି କଣ୍ଟିଲୋ ପୂର୍ତ୍ତ ବିଭାଗ ରାସ୍ତାଠାରୁ କମେଇ ନଦୀ ବାମପାର୍ଶ୍ୱ ଧୋବଣୀଘାଇ-ଭାଗବତ ମୁଣ୍ଡିଆ ପର୍ଯ୍ୟନ୍ତ ପ୍ରାୟ ୪ କି.ମି. ଲମ୍ବର ମାଳବନ୍ଧ ନିର୍ମାଣ କରାଯାଇଛି। ମାତ୍ର କମେଇ ନଦୀ ବାମପାର୍ଶ୍ୱ ମାଳବନ୍ଧ ମଧ୍ୟରେ ଥିବା ଛଣପାଟ, ପାଟକୁକୁଟା, ବୋଲୁଅ ପାଟ, କେନ୍ଦୁଆ ଓ ମରେଇକଣର ପ୍ରାୟ ହଜାର ଏକରରୁ ଊର୍ଦ୍ଧ୍ୱ ଜମି ପ୍ରତିବର୍ଷ ବନ୍ୟାରେ ଜଳ ମଗ୍ନ ହୋଇଥାଏ। ଜମିଗୁଡ଼ିକରେ ପଟୁ ମାଡି ଯାଉଥିବାରୁ ସେଥିରେ ଧାନ ଫସଲ କରିବା ସମ୍ଭବ ନୁହେଁ। ମାତ୍ର ଏହିସବୁ ଜମିଗୁଡ଼ିକରେ ଧାନ ଫସଲ ବ୍ୟତିତ ଆଖୁ, ମୁଗ, ବିରି, କୋଳଥ ଓ ବାଦାମ ଚାଷ କରାଯାଇ ପ୍ରଚୁର ପରିମାଣର ମୁଗ, ବିରି ଫସଲ ଉପତ୍ାଦନ ହୋଇଥାଏ। ପରିତାପର ବିଷୟ ପ୍ରବଳ ବନ୍ୟା ଜଳ ଉକ୍ତ ଜମିରେ ପ୍ରବାହିତ ହେବା ସମୟରେ ଅଧିକାଂଶ ଜମି ବାଲିଚର ହେବାରେ ଲାଗିଛି। ଫଳରେ ନଦୀ କୂଳରେ ଥିବା ଜମି ଅତଡ଼ା ଖାଇ ପ୍ରତିବର୍ଷ ଆସ୍ତେ ଆସ୍ତେ ନଦୀ ଗର୍ଭରେ ଲୀନ ହେଉଛି। ଏ ନେଇ କ୍ଷତିଗ୍ରସ୍ତ ଚାଷୀ ଜଳ ସମ୍ପଦ ବିଭାଗୀୟ କର୍ତ୍ତୃପକ୍ଷମାନଙ୍କୁ ଦୀର୍ଘବର୍ଷରୁ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରତିକାର ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ରାଜ୍ୟ ସରକାର ପ୍ରତିବର୍ଷ ମାଳବନ୍ଧଗୁଡ଼ିକର ରକ୍ଷଣାବେକ୍ଷଣ ଓ ନୂତନ ମାଳ ବନ୍ଧ ନିର୍ମାଣ ପାଇଁ ଅର୍ଥ ବ୍ୟୟ କରୁଛନ୍ତି। ମାତ୍ର ପ୍ରକୃତ ପକ୍ଷରେ ଆବଶ୍ୟକ କାର୍ଯ୍ୟ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ଅବହେଳା ପ୍ରଦର୍ଶନ କରି ବିଭିନ୍ନ ମାଳବନ୍ଧର ରକ୍ଷଣାବେକ୍ଷଣ ଆଳରେ ଅର୍ଥ ବ୍ୟୟ କରୁଥିବା ଅଭିଯୋଗ ହେଉଛି। ତେବେ କମେଇ ନଦୀ ତଟବର୍ତ୍ତୀ ଜମିର ସୁରକ୍ଷା ତଥା ବାଲିଚରରୁ ରକ୍ଷା କରିବାକୁ କୁସୁମୀ ଓ କୁଆଁରିଆ ନଦୀର ସଙ୍ଗମ ସ୍ଥଳ ତଳ ମୁଣ୍ଡରେ ୨ କୂଳକୁ ଲଗାଇ ପ୍ରାୟ ଦେଢ ଶହ ଫୁଟ ଲମ୍ବ ଓ ୨ ମିଟର ଉଚ୍ଚତା ବିଶିଷ୍ଟ ଏକ ପଥର ବନ୍ଧ (ଏସ୍‌କେପ) ନିର୍ମାଣ କରାଗଲେ ଚାଷୀମାନଙ୍କର ବହୁ ଦିନର ସମସ୍ୟା ଦୂର ହୋଇ ପାରନ୍ତା ବୋଲି ସାଧାରଣରେ ଦାବି ହେଉଛି।
ସୂଚନାଯୋଗ୍ୟ, ବନ୍ୟା ସମୟରେ କମେଇ ନଦୀର ଜଳ ପତନ ୨ କୂଳ ଲଂଘି ଉଚ୍ଚରେ ପ୍ରବାହିତ ହୋଇଥାଏ। ନଦୀ ମଧ୍ୟରେ ୨ ମିଟର ଉଚ୍ଚତା ବିଶିଷ୍ଟ ଏହି ଏସ୍‌କେପ ନିର୍ମାଣ ହେଲେ ବନ୍ୟା ସ୍ରୋତରେ ଭାସି ଆସୁଥିବା ବାଲି ବାଧା ପ୍ରାପ୍ତ ହୋଇ ସେଠାରେ ଅଟକି ଯାଆନ୍ତା। ଏଥିସହ ନଦୀର ପ୍ରଖର ସ୍ରୋତ ଏଠାରେ ବାଧା ପାଇ ତା’ର ପ୍ରଖରତା ହରାଇ ନଦୀ କୂଳବର୍ତ୍ତୀ ଜମିଗୁଡ଼ିକରେ ସେତେଟା ପ୍ରଭାବ ପକାଇବ ନାହିଁ କିମ୍ବା ବିଶେଷ କ୍ଷୟକ୍ଷତି ଘଟାଇବ ନାହିଁ। ଏ ସମସ୍ୟାର ପ୍ରତିକାର ସମ୍ପର୍କରେ ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ରାମମୋହନ ବେହେରାଙ୍କୁ ପଚାରିବାରେ ଏସ୍‌କେପର ଆବଶ୍ୟକତା ରହିଛି। ତେବେ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯିବ। ସେମାନେ ସମ୍ପୃକ୍ତ ସ୍ଥାନ ପରିଦର୍ଶନ କରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯାଇ ପାରେ ବୋଲି ସେ କହିଛନ୍ତି। ଏହାଛଡା ଲୋକ ପ୍ରତିନିଧିମାନେ ଏହି ଯୋଜନା ଉପରେ ଗୁରୁତ୍ୱାରୋପ କରି ପ୍ରଶାସନର ସହଯୋଗ ଲୋଡି ପାରିଲେ ସମ୍ପୃକ୍ତ କାର୍ଯ୍ୟ ସମ୍ପାଦନ ସମ୍ଭବ ହୋଇପାରିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri