ଭାଜପାର ମିଶ୍ରଣ ପର୍ବ:ଶତାଧିକ ବିଜେଡି ନେତା, କର୍ମୀ ଭାଜପାରେ ସାମିଲ

ବରୀ, ୮ା୧(ମହେନ୍ଦ୍ର ସ୍ବାଇଁ):ଯାଜପୁର ଜିଲା ବରୀ ବିଧାନସଭା ନିର୍ବାଚନମଣ୍ଡଳୀର ଏରବାଙ୍କ ପଞ୍ଚାୟତ ରଘୁନାଥପୁର ପଡ଼ିଆରେ ମଙ୍ଗଳବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନମଣ୍ଡଳୀର ଭାଜପା ନେତା ଉମେଶ ଜେନାଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ଜିଲା ଭାଜପା କାର୍ଯ୍ୟକାରୀ ସଭାପତି ଆଶୁତୋଷ ପରିଡ଼ା ସଭାପତିତ୍ୱ କରିଥିଲେ ା ଭାଜପା ରାଜ୍ୟ ଉପ ସଭାପତି ଗୋଲକ ମହାପାତ୍ର, ଯାଜପୁର ଏମ୍‌ପି ଡ.ରବି ନାରାୟଣ ବେହେରା, ଯାଜପୁର ଜିଲା ଭାଜପା ସଭାପତି ଗୌତମ ରାୟ, ଯାଜପୁର ଜିଲା ଭାଜପା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲିକ, କୋରେଇ ବିଧାୟକ ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ପୂର୍ବତନ ବିଧାୟିକା ସୁନନ୍ଦା ଦାସ, ସ୍ବରାଜଲାଲ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ଏହି ମିଶ୍ରଣ ପର୍ବରେ ଯାଜପୁର ଜିଲା ବିଜେଡି ସାଧାରଣ ସମ୍ପାଦକ ଅନିଲ କୁମାର ସାହାଣୀ, ରୁଦ୍ରପୁର ପଞ୍ଚାୟତର ପ୍ରାକ୍ତନ ସମିତି ସଭ୍ୟ ଦାଶରଥି ମଲିକ, ସୁଜନପୁର ପଞ୍ଚାୟତର ବରିଷ୍ଠ ନେତା ପ୍ରତାପ କୁମାର ମହାନ୍ତି, ୩୬ନଂ. ପ୍ରାକ୍ତନ ଜିଲା ପରିଷଦ ସଭ୍ୟ ତଥା ପ୍ରାକ୍ତନ ସରପଞ୍ଚ ଗୋପାଳ ଦଳାଇ, ଅର୍ଥଙ୍ଗା ପଞ୍ଚାୟତ ସରପଞ୍ଚ ପ୍ରତିଭା ମଲିକ, ଛତିଶ ଦେବିଲ ପଞ୍ଚାୟତ ପ୍ରାକ୍ତନ ସମିତି ସଭ୍ୟ ପ୍ରଫୁଲ କୁମାର ବିଶ୍ୱାଳଙ୍କ ସମେତ ସହସପୁର, ଝାଲପଡ଼ା, ଏରବାଙ୍କ, ରୁଦ୍ରପୁର, ଛତିଶିଦେବିଲ, ସୁଜନପୁର ଆଦି ପଞ୍ଚାୟତର ଶତାଧିକ ଆଗଧାଡିର ବିଜେଡି କର୍ମୀ ଭାଜପାରେ ଯୋଗ ଦେଇଥିଲେ। ଭାଜପା ନେତାମାନେ ଦଳୀୟ ଉତ୍ତରୀୟ ଦେଇ ବିଜେଡି ନେତା ଓ କର୍ମୀମାନଙ୍କୁ ଦଳରେ ସାମିଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ୍‌ନୋଟ୍‌ କାରବାର ଚାଲିଥିବାବେଳେ ଜବତ କଲା STF

ଟିଟିଲାଗଡ଼,୧୦ା୪(ଶରତ ମିଶ୍ର): ବଲାଙ୍ଗୀର ଜିଲା ଟିଟିଲାଗଡ଼ ବୈଷ୍ଣବଦେବୀ ମନ୍ଦିର ସମ୍ମୁଖରେ ଜାଲ୍‌ ନୋଟ୍‌ କାରବାର ଚାଲିଥିବା ବେଳେ ମାଡ଼ିବସିଛି ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ୍‌)। ଏସ୍‌ଟିଏଫ୍‌ ଟିମ...

“ଅତି ଚତୁର ବ୍ୟକ୍ତି”: ଆମେରିକା-ଚାଇନା ବାଣିଜ୍ୟ ଯୁଦ୍ଧ ମଧ୍ୟରେ ସି ଜିନପିଙ୍ଗଙ୍କୁ ପ୍ରଶଂସା କଲେ ଟ୍ରମ୍ପ

ୱାଶିଂଟନ୍, ୧୦ା୪: ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଆର୍ଥିକ ଝଡ଼ ସୃଷ୍ଟି ହୋଇଛି, ଯାହା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...

ଡାଇବେଟିସ୍‌ ରୋଗୀ କ୍ଷୀର ପିଇ ପାରିବେ କି ନାହିଁ, ଜାଣନ୍ତୁ କ’ଣ କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ…

କ୍ଷୀର ଶରୀରକୁ ପୁଷ୍ଟିକର ପଦାର୍ଥ ଯୋଗାଇଥାଏ ଏବଂ ଯଦି କ୍ଷୀରରେ ଅନ୍ୟ କିଛି ପଦାର୍ଥ ମିଶାଯାଏ ତେବେ ଏହା ଆହୁରି ପୁଷ୍ଟିକର ହୋଇଯାଏ। ଏବେ ପ୍ରଶ୍ନ...

୫୦ ପରିବାରକୁ ମିଳୁନି ପିଇବା ପାଣି,ରାସ୍ତାକୁ ଓହ୍ଲାଇଲେ ମହିଳା

ମୋରଡ଼ା,୧୦ା୪(ସ୍ମାରକ ମାଜୀ): ସାରା ରାଜ୍ୟରେ ତାପମାତ୍ରା ହୁ ହୁ ହୋଇ ବୃଦ୍ଧି ପାଉଥିବା ବେଳେ ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ପାଣି ସମସ୍ୟା ଦେଖାଦେଇଛି l...

ରାଇକିଆ ଚଳଚଞ୍ଚଳ: ଅଷ୍ଟଦଣ୍ଡ ପାଇଁ ବଢୁଛି ଭକ୍ତଙ୍କ ଗହଳି

ରାଇକିଆ,୧୦ା୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଗୁରୁବାର ଅନୁଷ୍ଠିତ ହେଉଛି ଅଷ୍ଟ ଦଣ୍ଡ ମିଳନ କାର୍ଯ୍ୟକ୍ରମ। ଏଥିପାଇଁ ରାଇକିଆ ସହର ଚଳଚଞ୍ଚଳ ହୋଇଉଠିଛି। ସକାଳୁ ଅଷ୍ଟଦଣ୍ଡ...

ନବୀନଙ୍କ ଉପରେ ବର୍ଷିଲେ ପ୍ରଭାତ, ସିଧା ଶୁଣାଇଦେଲେ…

ଭୁବନେଶ୍ୱର,୧୦।୪: ଓ୍ବକଫ୍‌ ବିଲ ପ୍ରସଙ୍ଗରେ ଭି.କେ. ପାଣ୍ଡିଆନଙ୍କୁ ନେଇ ଆକ୍ଷେପ କରିବା ପୂର୍ବତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ମହଙ୍ଗା ପଡ଼ିଛି। ବିଜେଡି ସୁପ୍ରିମୋ ନବୀନ...

ବର୍ଷାକୁ ନେଇ ଆସିଲା ବଡ଼ ଅପଡେଟ୍‌: ୩ଦିନ ଯାଏ ପ୍ରବଳ ବର୍ଷିବ!

ଭୁବନେଶ୍ୱର,୧୦।୪: ଦୁର୍ବଳ ହେଉଛି ବଙ୍ଗୋପସାଗରେ ସକ୍ରିୟ ରହିଥିବା ସଦୃଶ ଲଘୁଚାପ । ତଥାପି ଆସନ୍ତା ୩ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା...

ଖୁବ୍‌ଶୀଘ୍ର ବଜାରକୁ ଆସିବ ଓମ୍‌ଫେଡ୍‌ ଚକୋଲେଟ୍‌, ପାଣି ବୋତଲ

ଭୁବନେଶ୍ୱର,୧୦ା୪(ଅନୁରାଧା ମହାରଣା): ଓଡ଼ିଶା ଷ୍ଟେଟ୍‌ କୋଅପରେଟିଭ୍‌ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେଶନ (ଓମ୍‌ଫେଡ୍‌) ପ୍ରସ୍ତୁତ ଚକୋଲେଟ ଖୁବ୍‌ଶୀଘ୍ର ବଜାର ପ୍ରବେଶ କରିବ। ଏନେଇ ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image