ଶହଶହ ବୋଦା ବଳିରେ ସୁନାଦେଇ ପୀଠ ରକ୍ତରଞ୍ଜିତ

ନୂଆପଡ଼ା,୨୯।୧୦ (ମକାରୁ ବେମାଲ)ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଚକୋଟିଆ ଭୂଞ୍ଜିଆ ଆଦିବାସୀ ସମ୍ପ୍ରଦାୟର ଇଷ୍ଟଦେବୀ ମା’ ସୁନାଦେଇଙ୍କ ନବରାତ୍ରି ପୂଜା ଅନୁଷ୍ଠିତ ହୋଇଯାଇଛି। ଆଶ୍ୱିନ ଅମାବାସ୍ୟାଠାରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ଦିନ ଶେଷ ହୋଇଛି। ଶେଷ ଦିନରେ ଛତର ଯାତ୍ରା ଅନୁଷ୍ଠିତ ହୋଇ ଦେବୀ ଗ୍ରାମ ପରିକ୍ରମା କରିଥିଲେ। ସୁନାଦେଇ ମୁଖ୍ୟ ମନ୍ଦିରରୁ ଛତର ଲିଙ୍ଗଭଟାକୁ ଯାଇଥିଲା। ସେଠାରେ ମା’ଙ୍କ ପ୍ରଥମ ପୂଜା, ବୋଦା ବଳି ଦେଲା ପରେ ଚାରି ଦିଗର ୮୪ ଖଣ୍ଡ ଗାଁର ଲୋକେ ଆଣିଥିବା ବୋଦା ବଳି ଦିଆଯାଇଥିଲା। ବରୁଆମାନଙ୍କ ଶରୀରରେ କାଳିସି ଆସି ଛତର ଧରି ଗ୍ରାମ ପରିକ୍ରମା କରିଥାନ୍ତି। ମା’ଙ୍କ ଠାରେ ଅଧିଆ ପଡିଲେ ସବୁ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ପୂର୍ବରୁ ବିଶ୍ୱାସ ରହିଛି। ଦେବୀ ଛତର ଧରି ଗ୍ରାମ ପରିକ୍ରମା କରୁଥିବା ସମୟରେ ଭକ୍ତମାନେ ଅଧିଆ ପଡିଥାନ୍ତି। ଯେଉଁ ଭକ୍ତମାନଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ। ସେ ଯାତ୍ରା ସମୟରେ କିମ୍ବା ଅନ୍ୟ ସମୟରେ ମା’ଙ୍କଠାରେ ବୋଦା ବଳି ଦେଇଥାନ୍ତି। ଛତର ଧରି ଗ୍ରାମ ପରିକ୍ରମା କରୁଥିବା ସମୟରେ ମଧ୍ୟ ଶହ ଶହ ବୋଦା ବଳିରେ ସୁନାବେଡା ଓ ସୁନାଦେଇ ପୀଠ ରକ୍ତରଞ୍ଜିତ ହୋଇଛି। ମା’ ସୁନାଦେଇଙ୍କ ଛତର ଯାତ୍ରା ଦର୍ଶନ ପାଇଁ ନୂଆପଡ଼ା ଜିଲା ସମେତ କଳାହାଣ୍ଡି, ବରଗଡ, ବଲାଙ୍ଗିର ଓ ପଡୋଶୀ ରାଜ୍ୟ ଛତିଶଗଡର ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି। ଶ୍ରଦ୍ଧାଳୁ ଭକ୍ତଙ୍କ ମନୋରଞ୍ଜନ ପାଇଁ ରାତ୍ରି ସମୟରେ ଦଣ୍ଡନାଚ, ଓଡିଆ ପୌରାଣିକ ନାଟକ, ସାମାଜିକ ନାଟକ ଓ ଛତିଶଗଡି ନାଚ ଭଳି ନାଟକ ଅନୁଷ୍ଠିତ ହୋଇଥାଏ। ଏହି ନାଟକ ପାର୍ଟିମାନେ ମା’ଙ୍କ ଆଶୀର୍ବାଦ ନେବା ପାଇଁ ବିନା ଖର୍ଚ୍ଚରେ ଆସି ନାଟକ ପରିବେଷଣ କରି ଯାଇଥାନ୍ତି ା

ଚଳିତବର୍ଷ ମଧ୍ୟ ମା’ ସୁନାଦେଇଙ୍କ ଛତର ଯାତ୍ରା ଅନୁଷ୍ଠିତ ହେଉଛି। ଏହା ଗୋଟିଏ ଭାଇଚାରାର ପର୍ବ ବୋଲି ଆମେ ଭାବିଥାଉ। କାହିକି ନା ଏହି ପର୍ବ ଦିନ ଅନେକ ଲୋକଙ୍କ ସହିତ ମିଳାମିଶା ହୋଇଥାଏ। ଅନେକ ବନ୍ଧୁବାନ୍ଧବ କୁଣିଆ ଆକାରରେ ଆସି ମା’ଙ୍କ ଆଶୀର୍ବାଦ ଭିକ୍ଷା ନେଇଥାନ୍ତି।
ରଜନି ଜଗତ, ସୁନାବେଡା ସରପଞ୍ଚ

ମା’ ସୁନାଦେଇଙ୍କ ଛତର ଯାତ୍ରାରେ ବହୁତ ଲୋକ ଆସନ୍ତି ଓ ମା’ଙ୍କ ଆଶୀର୍ବାଦ ନେଇଥାନ୍ତି ବୋଲି ଆମେ ଶୁଣିଥିଲୁ ା ହେଲେ ଏହି ବର୍ଷ ପ୍ରଥମ କରି ପରିବାର ସହିତ ଆସିଛୁ ଆମକୁ ବହୁତ ଖୁସି ଓ ଆନନ୍ଦ ଲାଗୁଛି ା
କମଲା ମାଝି, ବରଗଡ ଜିଲା ଜାମସେଟ ଗାଁର ଶ୍ରଦ୍ଧାଳୁ

ଅନ୍ୟ ବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ମା’ଙ୍କ ଛତର ଯାତ୍ରା ବିଧି ବିଧାନରେ ଧୂମଧାମରେ ପାଳିତ ହେଉଛି ା ମା’ଙ୍କ ପୂଜା ପାଇଁ ଆଶ୍ୱିନ ମାସ ଅମାବାସ୍ୟା ଦିନ ଠାରୁ ନବରାତ୍ର ପୂଜା ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ଦିନ ଛତର ଯାତ୍ରା ହେଲା ପରେ ମା’ଙ୍କ ଯାତ୍ରା ସମ୍ପନ୍ନ ହୋଇଥାଏ ା
ଯୁବରାଜ ସିଂ ଛତ୍ରିଆ, ସୁନାବେଡା ସୁନାଦେଇ ପୂଝାରୀ

ଅତି ଦୁଃଖର ବିଷୟ ଜିଲା ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନ ଥିବାରୁ ମା’ଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପୋଲିସ ସୁରକ୍ଷା ନ ଥିବାରୁ ଟ୍ରାଫିକ ଜାମ ଭଳି ପରିସ୍ଥିତି ରହୁଥିଲା ା ଲୋକେ ଯେଉଁ ସ୍ଥାନକୁ ଯିବା କଥା ଯାଇ ପାରୁ ନାହାନ୍ତି।
ପ୍ରସନ୍ନ କୁମାର ପାଢୀ, ଜିଲା ଓକିଲ ସଂଘ ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ଏମିତି କହିଲେ ବିଜୟଲକ୍ଷ୍ମୀ

ଭୁବନେଶ୍ୱର,୧୮।୧୦: ବିଜେଡିକୁ ପୁଣି ଝଟ୍‌କା ଲାଗିଛି । ଜଣଙ୍କ ପରେ ଜଣେ ଦଳ ଛାଡ଼ୁଥିବା ବେଳେ ଶୁକ୍ରବାର  ବିଜେଡିରୁ ଇସ୍ତଫା ଦେଇଛନ୍ତି ବିଜୟଲକ୍ଷ୍ମୀ ମହାପାତ୍ର।ଭୁବନେଶ୍ବର ମହିଳା...

ବିବାହ କରିବାକୁ ମନା କରିବାରୁ ଯୁବତୀଙ୍କୁ ଅପହରଣ କରି ମାଡ ମାରିଲେ ଯୁବକ

ଭୁବନେଶ୍ୱର,୧୮ା୧୦(ସୂର୍ଯ୍ୟକାନ୍ତ ବେହେରା) – ବିବାହ କରିବାକୁ ମନା କରିବାରୁ ଜଣେ ଯୁବତୀଙ୍କୁ ଅପହରଣ କରି ମାଡ ମାରିବା ଅଭିଯୋଗରେ ଖାରବେଳନଗର ଥାନା ପୋଲିସ ଜଣେ ଯୁବକଙ୍କୁ...

ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ୧୫ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା...

କେବେ ଘୋଷଣା ହେବ ନୂଆ ପିସିସି ସଭାପତିଙ୍କ ନାଁ ?

  ଭୁବନେଶ୍ୱର, ୧୮।୧୦(ସୁନିତ୍‌ ମିଶ୍ର): ଓଡ଼ିଶାର ପିସିସି(ପ୍ରଦେଶ କଂଗ୍ରେସ କମିଟି) ସଭାପତି ଚୟନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଶେଷ ହେବ। ୨ ଜଣ ବରିଷ୍ଠ ନେତାଙ୍କୁ ଏନେଇ...

ମୁମ୍ବାଇରେ ଓଡିଆ ଶ୍ରମିକ ମୃତ

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡା ଗଣିଆସାହିର ଜଣେ ଯୁବକଙ୍କ ମୁମ୍ବାଇରେ ଗୁରୁବାର ମୃତ୍ୟୁ ହୋଇଛି। ପରିବାର ଚଳାଇବା ପାଇଁ ସେ ଦାଦନ ଖଟିବାକୁ...

ଭଡାଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ: ଜଣେ ଅଟକ, ରହସ୍ୟ ଘେରରେ….

ଭବାନୀପାଟଣା,୧୮।୧୦ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବାହାଦୁର ବଗିଚା ପଡାର ଏକ ଭଡ଼ା ଘରୁ ଶୁକ୍ରବାର ସକାଳରେ ଜଣେ ଯୁବତୀଙ୍କ ଝୁଲନ୍ତା...

୨୪ରେ ଉପକୂଳ ଅତିକ୍ରମ କରିପାରେ ସାମୁଦ୍ରିକ ଝଡ଼: ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ)- ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧୁଛି। ବର୍ଷା ହେଲେ ଧାନଚାଷ ସୁଧୁରିଯିବ। ଝଡ଼ ହେଲେ ଉଜୁଡ଼ିଯିବ। ସମ୍ଭାବ୍ୟ ବାତ୍ୟାକୁ ନେଇ ଚାଷୀକୁଳ ଶଙ୍କାରେ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri