ସରକାରୀ ନିର୍ଦ୍ଦେଶକୁ ଫୁ: ଗଢ଼ିଉଠିଛି ଶତାଧିକ ଇଟାଭାଟି

ଆଳି,୩୦ା୩ (ବନମାଳୀ ସେନାପତି): ସମସ୍ତ ପ୍ରକାର ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର କରି ଆଳି ଅଞ୍ଚଳର ବିଭିନ୍ନ ନଦୀ କୂଳବର୍ତ୍ତୀ ସ୍ଥାନ ଓ ରାସ୍ତାର ଦୁଇପାର୍ଶ୍ୱରେ ମାଲିକମାନେ ଇଟାଭାଟିମାନ ଗଢ଼ିଚାଲିଛନ୍ତି। ଏକ ସମୟରେ ଶତାଧିକ ଇଟାଭାଟିରେ ଅଗ୍ନି ସଂଯୋଗ ଯୋଗୁ ନିକଟରେ ବାସ କରୁଥିବା ଲୋକମାନେ ଧୂଅଁା ଯୋଗୁ ବ୍ୟତିବ୍ୟସ୍ତ ହୋଇପଡ଼ୁଛନ୍ତି। କେବଳ ଭାଟି ନିକଟସ୍ଥ ଗ୍ରାମ ନୁହେଁ, ଅନ୍ୟ ଗଁାରେ ମଧ୍ୟ ଏହାର ପ୍ରଭାବ ପରିଲକ୍ଷିତ ହେଉଛି। ପ୍ରତିବର୍ଷ ଶତାଧିକ ସଂଖ୍ୟାରେ ଇଟା ତିଆରି ହେଉଥିବା ଯୋଗୁ ଯେତିକି ମୃତ୍ତିକା ଆଳି ଅଞ୍ଚଳରୁ କ୍ଷୟ ହେଲାଣି ଆଗାମୀ ଶହେବର୍ଷ ମଧ୍ୟରେ ଏହା ପୂରଣ ହୋଇପାରିବ ନାହିଁ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା କରିଛନ୍ତି। ଗତ ୨୦ ତାରିଖରେ ଆଳି ତହସିଲ କାର୍ଯ୍ୟାଳୟ ପକ୍ଷରୁ ସର୍ବସାଧାରଣଙ୍କ ନିମନ୍ତେ ଧୂଅଁାଯୁକ୍ତ ନାଲିଇଟା ପ୍ରସ୍ତୁତ ବେଆଇନ ବୋଲି ଏକ ନୋଟିସ ଜାରି କରାଯାଇଛି। ସେଥିରେ ଉଲ୍ଲେଖ କରାଯାଇଛି, ଏନ୍‌ଜିଟି ଓ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଧୂଅଁାଯୁକ୍ତ ଭାଟି ନିର୍ମାଣକରି ନାଲିଇଟା ପ୍ରସ୍ତୁତ କରିବା ବେଆଇନ କାର୍ଯ୍ୟ। ତେଣୁ ଇଟାଭାଟିଗୁଡିକ ତୁରନ୍ତ ବନ୍ଦ ହେବା ଉଚିତ ବୋଲି କୁହାଯାଇଛି। ଏହା ମଧ୍ୟରେ ଗୋଟିଏ ସପ୍ତାହ ଯାଇ ଆଉ ଏକ ସପ୍ତାହ ଆରମ୍ଭ ହେଲାଣି। କିନ୍ତୁ ଇଟାଭାଟିଗୁଡ଼ିକ ଯେମିତି ପୂର୍ବରୁ ଚାଲିଥିଲା ସେହିଭଳି ଚାଲିଛି। ଯେମିତି ଜଣାପଡ଼ୁଛି ସରକାରୀ ନିର୍ଦ୍ଦେଶନାମା ଧର୍ମକୁ ଆଖିଠାର ନ୍ୟାୟରେ ଦିଆଯାଇଛି। ନିୟୋଜିତ ପ୍ରଶାସନିକ ଅଧିକାରୀମାନେ ଏହା ଜାଣି ମଧ୍ୟ ଆଖି ବୁଜିଦେଲା ଭଳି ଲାଗୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।
ବର୍ଷଗୁଡ଼ିକରେ ଭାଟି ମାଲିକମାନେ ନିଜ ଇଚ୍ଛା ଅନୁଯାୟୀ ନଭେମ୍ବରରୁ ଜୁଲାଇ ପର୍ଯ୍ୟନ୍ତ ଇଟା ଗଢ଼ିଚାଲନ୍ତି। ଏହି କାର୍ଯ୍ୟରେ ତାଙ୍କୁ କେହି ବାଧାଦେବା ପରି ଜଣାପଡ଼େନାହିଁ। ସେହି ଅଭ୍ୟାସରେ ଏ ବର୍ଷ ବି ଚାଲିଛି। ଆଉ ଦେଖିବାକୁ ବାକି ରହିଲା ପ୍ରଶାସନ ନିୟମ ଉଲ୍ଲଂଘନକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କିପରି ହେଉଛି। ଏହି ଇଟାଭାଟିଗୁଡ଼ିକ ପରିବେଶ ଦୂଷିତ କରୁଛି। ସେହିପରି ଭାଟିରୁ ଇଟା ନେବା ପାଇଁ ଆଳି ରିଙ୍ଗ୍‌ବନ୍ଧ ପାର୍ଶ୍ୱକୁ କାଟି ରାସ୍ତା ତିଆରି କରିବା ଯୋଗୁ ଏହା ଅଞ୍ଚଳ ପାଇଁ ବନ୍ୟା ବିପତ୍ତି ଆଣିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ତୁରନ୍ତ ଇଟାଭାଟି ବନ୍ଦ ହେବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ସମ୍ପର୍କରେ ଆଳି ତହସିଲଦାର ଶାନ୍ତିସ୍ବରୂପ ମିଶ୍ରଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଷ୍ଣୁମୁଣ୍ଡା ମନୋଜ ନାଏକଙ୍କ ହତ୍ୟା ମାମଲା: ଭୁବନେଶ୍ବରରୁ ଅଭିଯୁକ୍ତ ଗିରଫ

ବଲାଙ୍ଗୀର,୨୨।୪: ବଲାଙ୍ଗୀର ସହର ବିଷ୍ଣୁମୁଣ୍ଡା ମନୋଜ ନାଏକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ପୋଲିସ ଗିରଫ କରିଛି। ମଙ୍ଗଳବାର ବଲାଙ୍ଗୀର ଟାଉନ ଥାନା ଠାରେ...

ଗର୍ଭବତୀ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା: ସ୍ବାମୀ ଫେରାର

ଲକ୍ଷ୍ମୀପୁର,୨୨।୪: କୋରାପୁଟ ଜିଲା ଦଶମନ୍ତପୁର ଥାନା ନେର୍କାଗୁଡ଼ା ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଗର୍ଭବତୀ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ...

ଡେଲାଙ୍ଗ ରତନପୁର ବର୍ବର ହତ୍ୟାକାଣ୍ଡ: ପୁରୀ ଏସ୍‌ପି କଲେ ବଡ଼ ଖୁଲାସା

ପୁରୀ,୨୨।୪: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ରତନପୁର ଗ୍ରାମରେ ଏକ ନାବାଳକଙ୍କୁ ବର୍ବରୋଚିତ ଭାବେ ହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।...

ସରିଲା ବିଶ୍ବଶାନ୍ତି ମହାଯଜ୍ଞ: ମହାଦେବଙ୍କ ପୀଠ ଲୋକାରଣ୍ୟ

ପୁରୁଷୋତ୍ତମପୁର, ୨୨।୪ (ସିମାଞ୍ଚଳ ମିଶ୍ର) ରାଜ୍ୟ ଓ ଦେଶକୁ କଳୁଷିତ ମୁକ୍ତ କରି କିପରି ଶାନ୍ତିପ୍ରତିଷ୍ଠା ହେବ। ଲୋକେ ସୁରକ୍ଷିତ ଭାବେ ବଞ୍ଚିରହିବେ। ସେଥିପାଇଁ ଗଞ୍ଜାମ...

୨୪ରୁ ଦିଆଯିବ ନୂଆ ରାଶନ କାର୍ଡ: ଏଯାବତ୍‌ E-KYC କରିନାହାନ୍ତି…

ଭୁବନେଶ୍ୱର,୪।୨୨ ଆସନ୍ତା ୨୪ ତାରିଖରେ ବଣ୍ଟାଯିବ ନୂଆ ରାଶନ କାର୍ଡ। ପ୍ରଥମ ପର୍ଯ୍ୟାୟ ରାଶନ କାର୍ଡ ପୁରୀରେ ବଣ୍ଟନ କରାଯିବ । ପୁରୀଠାରେ ପଞ୍ଚାୟତିରାଜ ଦିବସ...

ମାରୱଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ

ପଦ୍ମପୁର,୨୨।୪ (ପ୍ରଦୀପ୍ତ ଦାଶ): ସ୍ଥାନୀୟ ମାରୱାଡି ଧର୍ମଶାଳା ପଦ୍ମପୁର ଠାରେ ମାରୱାଡି ଯୁବାମଞ୍ଚର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି...

ମୋଦିଙ୍କ ଆପ୍ରୁଭାଲ୍‌ ରେଟିଂ ଦେଖି ଇର୍ଷା କରୁଛନ୍ତି ଆମେରିକାର ଉପରାଷ୍ଟ୍ରପତି: କହୁ କହୁ କହିଦେଲେ…

ଜୟପୁର,୨୨।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ରାଜସ୍ଥାନର ଜୟପୁରରେ ଏକ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଥିଲେ। ଏହି ଅବସରରେ ସେ ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ...

ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ ଗିରଫ: ୨ ବନ୍ଧୁକ ଜବତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ମଙ୍ଗଳବାର ବେଆଇନ ବନ୍ଧୁକ ରଖିବା ଏବଂ ସହଯୋଗ କରିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି। ସେମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image