କୋକୁଆ ଭୟ: ନଦୀରେ ଘୂରି ବୁଲୁଛନ୍ତି ଶତାଧିକ କୁମ୍ଭୀର

ମହାକାଳପଡ଼ା,୧୫ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲାରେ ବ୍ରାହ୍ମଣୀ, ଖରସ୍ରୋତା, ମହାନଦୀ, ଗୋବରୀ, ଲୁଣା, ଚିତ୍ରୋତ୍ପଳା ଓ ପାଇକା ନଦୀ କୂଳିଆ ଅଞ୍ଚଳରେ ବଉଳା କୁମ୍ଭୀରଙ୍କ ଆତଙ୍କ ସୃଷ୍ଟି ହୋଇଛି। ଗତ ୨ଦିନ ତଳେ ବ୍ରାହ୍ମଣୀ ନଦୀରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିଲା। ସମ୍ପୃକ୍ତା ମହିଳାଙ୍କ ମୃତଦେହ କିଛି ଦୂରରେ ଠାବ କରାଯାଇଥିଲା। ଏନେଇ ବନ ବିଭାଗ ପକ୍ଷରୁ ବାରମ୍ବାର ଲୋକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି। ହେଲେ ସଚେତନତା ଅଭାବରୁ ଲୋକେ କୁମ୍ଭୀର ଆକ୍ରମଣରେ ଶିକାର ହେଉଛନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।
ବର୍ଷାଦିନେ ଭରା ନଦୀରେ କୁମ୍ଭୀରଙ୍କ ଭୟ ରହିଥାଏ ା ଗୋଳିଆ ପାଣିର ସୁଯୋଗ ନେଇ କୁମ୍ଭୀରମାନେ ଅନେକଙ୍କ ଜୀବନ ନେଇ ଥାଆନ୍ତି। ଏହି ପରିପ୍ରେକ୍ଷୀରେ ମହାକାଳପଡ଼ା ଅଞ୍ଚଳରେ ଥିବା ନଦୀନାଳରେ କୁମ୍ଭୀରଙ୍କ ଉପଦ୍ରବ ବଢ଼ିଛି ା ମତ୍ସ୍ୟଜୀବୀମାନେ ବର୍ଷ ତମାମ ମାଛ ଧରି ପରିବାର ପ୍ରତିପୋଷଣ କରିଥାଆନ୍ତି ା ଟିକେ ଅସାବଧାନ ହେଲେ କୁମ୍ଭୀର ଆକ୍ରମଣ କରିବାର ନଜିର ରହିଛି ା ନଦୀ କୂଳରେ ଥିବା ଘଞ୍ଚ ବୁଦାମୂଳେ କୁମ୍ଭୀର ନିରାପଦରେ ଖରା ପୁଇଁ ଥାନ୍ତି। ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବତୀଘର ପଞ୍ଚାୟତ ମହାନଦୀ ତ୍ରିକୋଣ ଭୂମି ସନ୍ତସନ୍ତିଆ ନଦୀ କୂଳରେ ଏକ ବଡ଼ ବଉଳା କୁମ୍ଭୀର ଛକି ରହିଛି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ଆମ ଅଞ୍ଚଳର ସବୁ ନଦୀରେ ଶତାଧିକ ବଉଳା କୁମ୍ଭୀର ଭାସୁଥିବା ନିଶିକାନ୍ତ ମଣ୍ଡଳ, ହରେକୃଷ୍ଣ ମାନ୍ନା, କ୍ଷିତିଶ ମଣ୍ଡଳ, ରାମହରି ଦାସ ପ୍ରମୁଖ ମତ୍ସ୍ୟଜୀବୀ କହିଛନ୍ତି। ସେଥିପାଇଁ ସେମାନେ ମାଛ ନ ଧରି ଫେରି ଆସିଥିବା ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ ମହାକାଳପଡ଼ା ରେଞ୍ଜ ଅଧିକାରୀ ନଳିନୀକାନ୍ତ ବେହେରା କୁହନ୍ତି, ନଦୀ କୂଳିଆ ଅଞ୍ଚଳ ଲୋକମାନଙ୍କୁ ବନ ବିଭାଗ ପକ୍ଷରୁ ସଚେତନ କରାଯାଉଛି। ପ୍ରଚାର ଗାଡ଼ି ମାଧ୍ୟମରେ ଆମେ ସତର୍କ, ସଚେତନ କରାଯାଉଛୁ ା ନଦୀକୁ ନ ଯିବା ପାଇଁ ବାରଣ କରୁଛୁ ା ହେଲେ ଅଧିକାଂଶ ଲୋକ ସଚେତନ ନ ହେବାରୁ କୁମ୍ଭୀର ଆକ୍ରମଣର ଶିକାର ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

ବିବାଦରେ ଯାତ୍ରା ଷ୍ଟାର ଆକ୍ଟର କାହ୍ନା ସ୍ବାଇଁ

ଭୁବନେଶ୍ୱର,୨୦।୯: କୋଟିକୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଏ ସମଗ୍ର ବିଶ୍ୱକୁ ତାଙ୍କ ଛତ୍ରଛାୟା ତଳେ ଘୋଡାଇ ରଖିଛନ୍ତି। ହେଲେ ତାଙ୍କୁ ଅସମ୍ମାନିତ କରାଯାଇଛି। ଯାତ୍ରା...

ମାଡ଼ ଖାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ବନ କର୍ମଚାରୀ

ଅନୁଗୋଳ,୨୦।୯: ହାତୀ ଘଉଡାଇବାକୁ ଯାଇଥିବା ବେଳେ ଗ୍ରାମବାସୀଙ୍କ ମାଡ଼ରେ ଜଣେ ବନ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଆଉ ୨ଜଣ କର୍ମଚାରୀ ଆହତ ହୋଇଛନ୍ତି।...

ତିନିଦିନ ଚାଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ: ଦୈନିକ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୨୦।୯: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏ.ଏସ୍‌.ଆଇ ପକ୍ଷରୁ ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ କରାଯିବ। ଏହି ସମୟରେ ଅପରାହ୍ନ ୨ଟାଠାରୁ...

ସେପ୍ଟେମ୍ବର ୨୩ରେ କଳାଦିବସ ପାଳନ କରିବାକୁ ପ୍ରସ୍ତୁତି

ଛତ୍ରପୁର, ୨୦।୯(ଦିଲ୍ଲୀପ ସାମଲ): କେନ୍ଦ୍ର ସରକାର ୨୦୨୦ରେ ୪୫ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ଆଇନରେ ପରିଣତ କରିଥିବା ଦିବସକୁ କଳା ଦିବସ...

ପୁଣି କୋଇଡ଼ା ଅଞ୍ଚଳରେ ସକ୍ରିୟ ହେଲେ ମାଓବାଦୀ, ପୋଷ୍ଟରରେ ଲେଖିଲେ…

ଟେନ୍‌ସା,୨୦ା୯(ସମୀର କୁମାର ପାଢ଼ୀ): ଝାଡ଼ଖଣ୍ଡ ଓ ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ କୋଇଡ଼ା ବ୍ଲକର କେ.ବଳାଙ୍ଗ ଥାନା ଅନ୍ତର୍ଗତ ରେଞ୍ଜରା ରେଲଓ୍ବେ ସାଇଡିଂରେ ମାଓବାଦୀ ପୁଣି ସକ୍ରିୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri