ନଦୀ ଟାପୁରେ ଫସିଛନ୍ତି ଶତାଧିକ ହରିଣ

ମାଲକାନଗିରି,୧୭ା୭(ଡି.ଏନ୍‌.ଏ.): ଲଗାଣ ବର୍ଷା ଯୋଗୁ ଓଡ଼ିଶା ସହ ଆନ୍ଧ୍ରପ୍ରଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାରେ ଅନେକ ଘରଦ୍ୱାର, ଚାଷଜମି ନଷ୍ଟ ହୋଇଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ବନ୍ୟଜନ୍ତୁ। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଓଡ଼ିଶା ସୀମାନ୍ତ ଆନ୍ଧ୍ରର ପୂର୍ବ ଗୋଦାବରୀ ଜିଲାରେ। ଜିଲାର କାଡିୟମ ବ୍ଲକ ଅନ୍ତର୍ଗତ ପୁଲସଲଙ୍କା ଗ୍ରାମ ନିକଟ ଧବଳେଶ୍ୱର ବ୍ୟାରେଜ୍‌ ନିକଟରେ ଥିବା ଗୋଦାବରୀ ନଦୀର ଏକ ଟାପୁରେ ୧୦୦ରୁ ଊର୍ଦ୍ଧ୍ୱ ହରିଣ ଫସି ରହିଛନ୍ତି।

ପୂର୍ବ ଗୋଦାବରୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇବାରୁ ଜଙ୍ଗଲରେ ଥିବା ହରିଣପଲ କେଉଁଆଡେ ଯାଇ ନ ପାରି ଟାପୁରେ ରହିଯାଇଥିବା ଜଣାପଡିଛି। ବନ୍ୟା ପାଣିରେ ଭାସି ଆସିଥିବା ୪ଟି ହରିଣଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିବା ବେଳେ ଗୋଟିଏ ହରିଣକୁ କୁକୁରପଲ ମାରି ଦେଇଥିବା ଜଣାପଡିଛି। ଖବର ପାଇ ଆନ୍ଧ୍ର ଗୋଦାବରୀ ଜିଲାର ବନ ବିଭାଗ ଅଧିକାରୀଙ୍କ ସହ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି କିପରି ହରିଣଗୁଡିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେ ନେଇ ଉଦ୍ୟମ ଜାରି ରଖିଛନ୍ତି। କେଉଁ ଅଞ୍ଚଳରୁ ଏହି ହରିଣପଲ ଆସି ଫସିଛନ୍ତି ସେନେଇ ତଦନ୍ତ କରାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଯୋଗୁ ଗଞ୍ଜାମରେ ବଦଳିଲା ଧାନ ସଂଗ୍ରହ ତାରିଖ, ଜାଣନ୍ତୁ କେଉଁ ଦିନ ହେବ ଧାନ କିଣା…

ଗଞ୍ଜାମ,୨୧ା୧୨: ଲଘୁଚାପ ବର୍ଷା ଯୋଗୁ ଗଞ୍ଜାମରେ ବଦଳିଲା ଧାନ ସଂଗ୍ରହ ତାରିଖ। ଡିସେମ୍ବର ୨୩ରୁ ଗଞ୍ଜାମରେ ଧାନ ସଂଗ୍ରହ ନେଇ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ...

ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଲା ଅଦିନିଆ ବର୍ଷା: ପାଣିରେ ବୁଡିରହିଛି ପାଚିଲା ଧାନ

ଗଞ୍ଜାମ,୨୨।୧୨(ବିଦ୍ୟାଧର ସାହୁ): ଲଘୁଚାପ ଜନିତ ଅଦିନିଆ ବର୍ଷାରେ ଭାଙ୍ଗିଲା ଚାଷୀଙ୍କ ମେରୁଦଣ୍ଡ l ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ଶହ ଶହ ଭରଣ...

ଅଦିନିଆ ବର୍ଷାରେ ଉଜୁଡ଼ିଲା ଧାନ ଚାଷ: କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖିଲେ ମନ୍ତ୍ରୀ

ଗୋପାଳପୁର,୨୨ା୧୨(ନବୀନ ରାଜ ଆଚାରୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଶୁକ୍ରବାର, ଶନିବାର ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିଲା। ଫଳରେ ଖରିଫ...

ଜିଜ୍ଞାସା ବାର୍ଷିକୋତ୍ସବରେ କୃତି ଛାତ୍ରୀଛାତ୍ର ପୁରସ୍କୃତ

ଥୁଆମୂଳ ରାମପୁର,୨୨।୧୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁରସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ୭ତମ ଜିଜ୍ଞାସା ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧକ୍ଷ...

ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ:କ୍ଷୟକ୍ଷତି ଆକଳନ କଲେ ବିଧାୟକ

ପୁରୁଷୋତ୍ତମପୁର,୨୨।୧୨(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଭଲ ଧାନଫସଲ ହୋଇଥିବା ବେଳେ ଦୁଇଦିନଧରି ଚାଲିଥିବା ଲଗାଣ ବର୍ଷାରେ ଧାନ ଫସଲ ମାନ ଭଜୁଡିଯାଇଛି। ଫଳରେ...

ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଙ୍କ ସମାଗମ

ସମ୍ବଲପୁର,୨୨।୧୨(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରେ ବିଦେଶାଗତ ପକ୍ଷୀଙ୍କ ସମାଗମ ଆରମ୍ଭ ହୋଇଛି। ସୁବିସ୍ତୀର୍ଣ୍ଣ ଆର୍ଦ୍ରଭୂମିର ଅନୁକୂଳ ପରିବେଶ ପ୍ରତି ଆକର୍ଷିତ ହୋଇ ସୁଦୂର ୟୁରୋପ, ଆମେରିକା...

ଆହାର ଉପରେ ପାହାର ଦେଲା ଅଦିନିଆ ବର୍ଷା, କ୍ଷେତରେ ଜଳମଗ୍ନ ହୋଇ ପଡ଼ିଥିବା ପାଚିଲା ଧାନର ସମୀକ୍ଷା କଲେ ଛତ୍ରପୁର ବିଧାୟକ

ଛତ୍ରପୁର,୨୨।୧୨(ଦିଲ୍ଲୀପ ସାମଲ): ଅଦିନିଆ ବର୍ଷା ଉଜାଡ଼ି ଦେଇଛି ଚାଷୀର ବର୍ଷକର ଦାନାପାଣି। କଟା ହୋଇଥିବା ଧାନ ନା ମଣ୍ଡିକୁ ଯାଇପାରିଛି ନା ଖଳାକୁ। କ୍ଷେତ ମଝିରେ...

ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର,୨୨ା୧୨: ପୂର୍ବତନ ବିଧାୟକ ବିଜୟ ମହାନ୍ତିଙ୍କ ରବିବାର ପରଲୋକ ଘଟିଛି। ଦେହାନ୍ତ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା। କିଛି ଦିନ ହେବ ସେ ହୃଦରୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri