ସମୁଦ୍ରରେ ବିଷାକ୍ତ ଶୈବାଳ, ମରି ଭାସୁଛନ୍ତି ଶହ ଶହ ଡଲଫିନ୍‌

କାଲିଫର୍ନିଆ,୨ା୭: ଦକ୍ଷିଣ କାଲିଫର୍ନିଆର ସମୁଦ୍ରକୂଳରେ ଶହ ଶହ ଡଲ୍‌ଫିନ୍‌ଙ୍କ ମୃତଦେହ ମିଳିଛି। ସିଏନ୍‌ଏନ୍‌ ଅନୁଯାୟୀ, ସାଣ୍ଟା ବାରବରାଠାରୁ ସାନ ଡିଏଗୋ କାଉଣ୍ଟି ପର୍ଯ୍ୟନ୍ତ ସମୁଦ୍ର କୂଳରେ ଅସୁସ୍ଥ ତଥା ମୃତ ସାମୁଦ୍ରିକ ଜୀବଜନ୍ତୁ ସାମ୍ନାକୁ ଆସିଥିବା ଅଧିକାରୀମାନେ ଗତ ସପ୍ତାହରେ ୧୦୦୦ରୁ ଅଧିକ କଲ୍‌ ପାଇଛନ୍ତି।

ମତ୍ସ୍ୟଜୀବୀ ସଂଯୋଜକ ଜଷ୍ଟିନ ଗ୍ରୀନମ୍ୟାନ୍‌୍‌ଙ୍କ ଅନୁଯାୟୀ,ଏହି ପରିସ୍ଥିତି ଶୀଘ୍ର ଶେଷ ହେବ ନାହିଁ। ସାମୁଦ୍ରିକ ଜୀବ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ସମୁଦ୍ର ସିଂହ ଏବଂ ଡଲଫିନ୍‌ଙ୍କ ମୃତ୍ୟୁ ପାଇଁ ବିଷାକ୍ତ ଶୈବାଳ ଦାୟୀ। ଏହାର ପରୀକ୍ଷା ନିମନ୍ତେ ଫଳାଫଳକୁ ବିଶେଷଜ୍ଞମାନେ ଅପେକ୍ଷା କରିଥିବା କହିଛନ୍ତି।

Share