Advertisement

ଅଳିଆଗଦାରେ ଶତାଧିକ ସ୍ବାସ୍ଥ୍ୟକାର୍ଡ

ପାରଳାଖେମୁଣ୍ଡି, ୫।୩ (ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସର ଅଳିଆଗଦାରେ ଶତାଧିକ ସ୍ବାସ୍ଥ୍ୟକାର୍ଡ ପଡ଼ିଥିବା ଦେଖିବାକୁ ମିଳିଛି। ଯଦିଓ କାର୍ଡଗୁଡ଼ିକ ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା ଅର୍ନ୍ତଭୁକ୍ତ, କିନ୍ତୁ ଏତେସଂଖ୍ୟକ କାର୍ଡ ଅଳିଆ ଗଦାରେ ପଡ଼ିବା ନିଶ୍ଚିତ ଦୁର୍ଭାଗ୍ୟଜନକ। କିଏ ଏହାକୁ ପକାଇଛି ଓ କାହିଁକି ଲୋକଙ୍କୁ ଦିଆନଯାଇ ଏହାକୁ ଫୋପାଡ଼ି ଦିଆଯାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟିକରିଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପି. କେ. ପାତ୍ର କହିଛନ୍ତି ଏସବୁ କାର୍ଡ ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା ଯୋଜନା କାର୍ଡସ୍‌ଗୁଡିକ ୨୦୧୮ରୁ ଆଉ କାମରେ ଲାଗୁନି। ରୋଗୀମାନେ ସେହି କାର୍ଡଗୁଡିକ ଆଣୁଥିବା ଏବଂ ସେଗୁଡ଼ିକ କାମରେ ନ ଲାଗୁଥିବାରୁ ସେମାନେ ଏଣେତେଣେ ଫୋପାଡି ଥିବେ, ଯାହାକୁ ସଫେଇ କର୍ମଚାରୀ ସଫାକରି ଗୋଟିଏ ସ୍ଥାନରେ ପକାଇଥିବେ। ବିଜୁ ସ୍ବାସ୍ଥ୍ୟକାର୍ଡ ଆସିବା ପରେ ଏହି କାର୍ଡ
କାମରେ ଲାଗୁନି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share