ଏଭରେଷ୍ଟରେ ଶତାଧିକ ସଂକ୍ରମିତ

ଏଭରେଷ୍ଟ ଉପରେ ଶତାଧିକ ପର୍ବତାରୋହଣକାରୀ, ସହଯୋଗୀ କରୋନାରେ ସଂକ୍ରମିତ ହୋଇଛନ୍ତି। ବିଶ୍ୱର ସର୍ବୋଚ୍ଚ ଶୃଙ୍ଗରେ ସଂକ୍ରମଣ ନ ଥିବା ନେଇ ନେପାଳ ସରକାରୀ ଅଧିକାରୀ କହୁଥିଲେ ହେଁ ଏକ ବିଶେଷଜ୍ଞ କ୍ଲାଇମ୍ବିଂ ଗାଇଡ୍‌ ଶନିବାର ଏ ନେଇ ସୂଚନା ଦେଇଛି। ଜଣେ ବିଦେଶୀ ଗାଇଡ୍‌ ଏବଂ ୬ ନେପାଳୀ ଶେର୍‌ପା ସଂକ୍ରମିତ ହୋଇଥିବାରୁ ଅଷ୍ଟ୍ରିଆର ଲୁକାସ ଫର୍ଟେନବାକ୍‌ ତାଙ୍କ ଏଭରେଷ୍ଟ ଆରୋହଣ ବାତିଲ କରିଥିବା କହିଛନ୍ତି। କେବଳ ବେସ୍‌ କ୍ୟାମ୍ପ୍‌ରେ ଅତିକମ୍‌ରେ ଶହେ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସେ ପ୍ରକାଶ କରିଛନ୍ତି। ଗତ ଏପ୍ରିଲରୁ ଚଳିତ ସିଜନ୍‌ ପାଇଁ ୪୦୮ ବିଦେଶୀ ପର୍ବତ ଆରୋହଣକାରୀ, ସେମାନଙ୍କ ସହଯୋଗୀ ଏବଂ ଶେର୍‌ପା ଗାଇଡ୍‌ଙ୍କୁ ଅନୁମତି ମିଳିଛି। ଚାଇନା ପାର୍ଶ୍ୱରୁ ଏଭରେଷ୍ଟ ଆରୋହଣ ଉପରେ କଟକଣା ଲାଗିଥିବାବେଳେ ନେପାଳ ପଟରୁ କିନ୍ତୁ ତାହା ଜାରି ରହିଛି।

Share