ଭୋଟର ତାଲିକାରେ ଶତାଧିକଙ୍କ ନାଁ ନାହିଁ

ହାଟଡିହୀ,୩ା୨(ଡିି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କଳିଙ୍ଗା ପଞ୍ଚାୟତ କନକପା ଗ୍ରାମ ୧୦ନଂ. ୱାର୍ଡର ଶତାଧିକ ଭୋଟରଙ୍କ ନାଁ ତାଲିକାରେ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ବିଭାଗୀୟ ଅଧିକାରୀଙ୍କୁ ଲୋକେ ଦାୟୀ କରିଛନ୍ତି। ଏତେସଂଖ୍ୟକ ଲୋକଙ୍କ ନାଁ କିପରି ଭୋଟର ତାଲିକାରୁ କଟିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ନେଇ ଗଁାରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି। ଜିଲାପାଳ ଦୃଷ୍ଟି ଦେବାକୁ ଦାବି ହୋଇଛି l