ମତ ସାବ୍ୟସ୍ତ ପାଇଁ ବୁଥ୍‌କୁ ଟେକା ହୋଇ ଆସିଲେ ଶତାୟୁ

କେନ୍ଦୁଝର,୧୬।୨(ସ୍ବ.ପ୍ର.): କେନ୍ଦୁଝର ବଂଶପାଳ ବ୍ଲକ ଶୁଆକାଟି ବାଳକ ଉଚ୍ଚ ବିଦ୍ୟାଳୟ ୫ ନଂ. ବୁଥ୍‌ରେ ଜଣେ ଶତାୟୁ ମହିଳା ମେତଦାନ କରିଛନ୍ତି। ତାଙ୍କ ନାମ ଲୋଚନୀ ସାହୁ। ନିଜର ମତ ସାବ୍ୟସ୍ତ କରିବା ପାଇଁ ସେ ଟେକା ହୋଇ ବୁଥ୍‌କୁ ଆସିଥିବା ବେଳେ ବେଶ ଖୁସି ଥିଲେ। ତେବେ ଆଧାର କାର୍ଡରେ ତାଙ୍କ ବୟସ ୯୫ ରହିଥିବା ବେଳେ ପ୍ରକୃତ ବୟସ ଶହେ ଉପରେ ହୋଇଥିବା ତାଙ୍କ ପୁଅ ଦାମୋଦର ସାହୁ କହିଛନ୍ତି।

Share