ବାଲିଗୁଡ଼ା,୨୧ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଗୁମ୍ମା ପଞ୍ଚାୟତର ଗାଣ୍ଡାକିଆ ଗ୍ରାମରେ ବିଜେଡିର ଏକ ମହାମିଶ୍ରଣ ପର୍ବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ତଥା ଏମ୍ପି ପ୍ରତିନିଧି ପ୍ରମୋଦ କୁମାର ସାହୁଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଉକ୍ତ ଗ୍ରାମର ୩୭ ପରିବାରର ଶତାଧିକ ବ୍ୟକ୍ତି ବିଜେପି ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି। ଏଥିରେ ଅତିଥି ଭାବେ ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ଅଜୟ କୁମାର ମହାରଣା, ବାଲିଗୁଡା ନିର୍ବାଚନ ମଣ୍ଡଳୀ ସଂଯୋଜକ ଟୁନା ଦାସ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ପୂର୍ବତନ ବିଧାୟକ ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଜିଲା ସଂଯୋଜକ ରାଜୀବ ପାତ୍ର, ବ୍ଲକ ବିଜେଡି ସଭାପତି ତଥା ଏମ୍ପି ପ୍ରତିନିଧି ପ୍ରମୋଦ କୁମାର ସାହୁ, ତୁମୁଡିବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତି ମାଝି ଓ ଜିଲା ପରିଷଦ ସଭ୍ୟ ନବୀନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଉପସ୍ଥିତ ଅତିଥିମାନେ ମିଶିଥିବା କର୍ମୀଙ୍କୁ ଦଳର ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଏହା ପରେ ଏକ ସାଧାରଣ ସଭା କରାଯାଇ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ।