ଭୁବନେଶ୍ୱରରେ ଏକାଠି ହୋଇଗଲେ ଶହ-ଶହ ପୋଲିସ, ସ୍ଥିତି ସାଂଘାତିକ!

ଭୁବନେଶ୍ୱର,୨୧।୯: ଘନେଇଲା ଭରତପୁର ପୋଲିସ-ସେନା ବିବାଦ। ଭୁବନେଶ୍ୱରରେ ଏକାଠି ହେଲେ ଶହଶହ ପୋଲିସ। ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିବାଦ କରି ହଠାତ୍‌ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି ଶହଶହ ପୋଲିସ। ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ଆଗାମୀ ଦିନରେ ବଡ଼ ପ୍ରତିବାଦ ପାଇଁ ପ୍ରସ୍ତୁତି କରିବାକୁ ଅଣ୍ଟା ଭିଡିଛନ୍ତି ପୋଲିସ।

ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।
ତେବେ ସେ କହିଛନ୍ତି ତଦନ୍ତ ଚାଲିଛି, ନିଲମ୍ବନ ହୋଇଥିବା ପୋଲିସ ଦୋଷୀ ପ୍ରମାଣିତ ହୋଇନାହାନ୍ତି। ତଦନ୍ତରେ ଦୋଷୀ ପ୍ରମାଣିତ ହେଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ନିଲମ୍ବନ ହୋଇଥିବା ପୋଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ହଟାଯାଉ ବୋଲି ସାହୁ କହିଛନ୍ତି।

ଶିଖ୍ ରେଜିମେଣ୍ଟର ଭାରତୀୟ ସେନା ଅଧିକାରୀ ମେଜର ଗୁରୁବଂଶଙ୍କ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ସହିତ ମାଡ଼ ମାରିବା ଘଟଣାରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ୱାୟୀ.ବି ଖୁରାନିଆଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ)।

ମେଜର ସିଂ ଏବଂ ବାନ୍ଧବୀଙ୍କ ଓଡିଶା ପୋଲିସ୍ ହେପାଜତରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗକୁ ନେଇ ଆୟୋଗ ୩ ଦିନ ମଧ୍ୟରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରିପୋର୍ଟ ଦେବାକୁ କହିଛନ୍ତି ଏବଂ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

ଏହାପୂର୍ବରୁ ବୁଧବାର ଡିଜିପି ଭରତପୁର ଥାନା ଆଇଆଇସି ସମେତ ପାଞ୍ଚ ଜଣ ପୋଲିସକୁ ନିଲମ୍ବନ କରିଥିଲେ ଏବଂ ଏହା ସହ ଉଭୟକଙ୍କୁ ଆକ୍ରମଣ କରିଥିବା ରୋଡ ରୋମିଓଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ଡିଜିପି ଆଇଆଇସି ଦିନକୃଷ୍ଣ ମିଶ୍ର, ଏସଆଇ ଵୈଶାଳିନୀ ପଣ୍ଡା, ଏଏସଆଇ ସାଲିମାମୟୀ ସାହୁ, ଏଏସଆଇ ସାଗାରିକା ରଥ ଏବଂ କନଷ୍ଟେବଳ ବଳରାମ ହାଣ୍ଡାଙ୍କୁ ନିଲମ୍ବନ କରାଯାଇଥିଲା।

ଏହି ଘଟଣାରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ମେଜରଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ। ଆଉ ଏହା ସହିତ କମିସନରେଟ ପୋଲିସର ଅସଲ ମୁଖା ଧୀରେ ଧୀରେ ଖୋଲିବାରେ ଲାଗିଛି। ଘଟଣା ଦିନର କଳା କାହାଣୀକୁ ଗଣମାଧ୍ୟମ କ୍ୟାମେରା ସାମ୍ନାରେ ଲୁହ ଢାଳି କହିଛନ୍ତି ଅଙ୍କିତା। ଏପରିକି ତାଙ୍କୁ କିଭଳି ଆଇଆଇସି ଯୌନ ନିର୍ଯାତନା ଦେଇଥିଲେ, ସେ କଥା ମଧ୍ୟ କହିଛନ୍ତି।

ଅଙ୍କିତାଙ୍କ କହିବା ଅନୁସାରେ ”୧୫ ତାରିଖ ରାତି ୧ଟାରେ ରେଷ୍ଟୁରାଣ୍ଟ ବନ୍ଦ କରି ଗୁରୁବଂଶଙ୍କ ସହ ଫେରୁଥିଲି। ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ହଇରାଣ କରିଥିଲେ। ସେଠାରୁ ବହୁ କଷ୍ଟରେ ମୁକୁଳିବା ପରେ ସେମାନଙ୍କ ନାଁରେ ଏତଲା ଦେବାକୁ ଆମେ ଭରତପୁର ଥାନାରେ ପହଞ୍ଚିଥିଲୁ। ସେତେବେଳେ ଥାନାରେ ନାଇଟି ପିନ୍ଧିଥିବା ଅବସ୍ଥାରେ ଜଣେ ମହିଳା କନ୍‌ଷ୍ଟେବଲ ବସିଥିଲେ। ଏତଲା ରଖିବା ବଦଳରେ ଅଧିକାରୀ ଜଣକ ସେଠାରେ ଆମକୁ ଗାଳିଗୁଲଜ କରିଥିଲେ। କିଛି ସମୟ ପରେ ଜଣେ ପୁରୁଷ ଅଫିସର ଆସି ଗୁରୁବଂଶଙ୍କୁ ହାଜତରେ ପୂରାଇଦେଲେ। ମୁଁ ପ୍ରତିବାଦ କରିବାରୁ ୨ ଜଣ ମହିଳା ପୋଲିସ ମୋତେ ଘୋଷାଡ଼ି ପିଟିଲେ। ଏତିକିବେଳେ ଜଣେ ମହିଳା କନଷ୍ଟେବଲ ମୋର ଗଳା ଚିପିବାରୁ ବଞ୍ଚିବାକୁ ତାଙ୍କ ହାତ କାମୁଡ଼ି ଦେଇଥିଲି। ଏହାପରେ ସେମାନେ ମୋ ହାତ ଗୋଡ଼ ବାନ୍ଧି ଗୋଟିଏ ରୁମ୍‌ରେ ପୂରାଇଦେଲେ। ୨ ଜଣ ପୁରୁଷ ପୋଲିସ ତଳେ ପକାଇ ବିଧା ଗୋଇଠା ମାରିଥିଲେ, ଭୋର୍ ସମୟରେ ଆଇଆଇସି ପହଞ୍ଚି, ଶାରୀରିକ ଅତ୍ୟାଚାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଇ ଧରା ପଡିଲେ ୨ ପୋଲିସ ବାବୁ, ଜବତ ବାଇକ୍‌ ଫେରାଇବା ପାଇଁ…

ନବରଙ୍ଗପୁର,୨୧।୯: ଲାଞ୍ଚ ନେଇ ଧରାପଡ଼ଛନ୍ତି ୨ ପୋଲିସ କର୍ମଚାରୀ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନାର ୨ କର୍ମଚାରୀ ଲାଞ୍ଚ ନେଉଥିବା ଅବସ୍ଥାରେ ଧରା ପଡିଛନ୍ତି। ସେମାନେ ହେଲେ...

ଏମାନଙ୍କୁ ଆଦୌ ମିଳିବନି ସୁଭଦ୍ରା ଟଙ୍କା, ଆବେଦନ କଲେ ବି କଟିଯିବ…

ଭୁବନେଶ୍ୱର,୨୧।୯: ସୁଭଦ୍ରା ଯୋଜନାର ଶୁଭାରମ୍ଭ ପରେ ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ପ୍ରାୟ ୧୨ ଶହ ୫୦ କୋଟି ଟଙ୍କା ସୁଭଦ୍ରା ହିତାଧିକାରୀଙ୍କ...

ଅଭିଯୋଗ ପ୍ରକୋଷ୍ଠରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିଜ ଘର ଦେଇଦେଲେ…

ଭୁବନେଶ୍ୱର,୨୧।୯: ଉଦାହରଣ ସୃଷ୍ଟିକଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲୋକଙ୍କ ପାଇଁ ନିଜ ଘର ଦେଇଦେଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରରେ ଥିବା ନିଜ ମଣ୍ଡୁଆ ବାସଭବନକୁ ଲୋକଙ୍କୁ ଉତ୍ସର୍ଗ...

ଗୋଟିଏ ଟ୍ରାକ୍‌ରେ ୨ ଟ୍ରେନ୍‌ ସାମ୍‌ନା ସାମ୍‌ନି

ରାଉରକେଲା,୨୧।୯(ଦିନେଶ ମିଶ୍ର): ରାଉରକେଲା ବାସନ୍ତୀ ରେଲୱେ ଓଭରବ୍ରିଜ ନିକଟରେ ଶନିବାର ଗୋଟିଏ ରେଳ ଦୁର୍ଘଟଣା ଟଳିଯାଇଛି। ଗୋଟିଏ ରେଳ ଟ୍ରାକ୍‌ରେ ଗୋଟିଏ ମାଲବାହୀ ଓ ଅନ୍ୟଟି...

ସୃଷ୍ଟିହେଲା ୨ଟି ଘୂର୍ଣ୍ଣିବଳୟ, ୧୨ଜିଲାରେ ଅତି ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୧।୯: ବଙ୍ଗୋପସାଗର ଓ ତତ୍‌ ସଂଲଗ୍ନ ଅଞ୍ଚଳରେ ୨ଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ୨୩ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି...

ଯାଆଁଳା ଉଉଣୀଙ୍କୁ ଚାପିଦେଲା ଟ୍ରକ, ଆଉ ତା’ପରେ…

ଢେଙ୍କାନାଳ,୨୧।୯: ପୁରୁଣାକଟକ-ସମ୍ବଲପୁର ରାସ୍ତା ଶୁକିଆବାଉତି ଛକରେ ରବିବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଚାପାରେ ଦୁଇ ଯାଆଁଳା ଉଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ...

ଭରତପୁର କାଣ୍ଡକୁ ନେଇ ବଡ଼ ଖବର: ମିଳିଗଲା ଜାମିନ୍‌

ଭୁବନେଶ୍ୱର,୨୧॥୯: ମେଜରଙ୍କ ବାନ୍ଧବୀଙ୍କୁ ଚନ୍ଦକା ରାସ୍ତାରେ ମାଡ଼ ଅଭିଯୋଗ ଘଟଣାରେ ଶନିବାର ୭ଜଣ ରୋଡ୍‌ ରୋମିଓଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ବନ୍ଧା ହେବାର ୪ଘଣ୍ଟା ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri