ସମୁଦ୍ର କୂଳରେ ଶହ ଶହ ‘ସାଣ୍ଡ୍‌ ଡଲାର୍ସ’…

ଓ୍ବାଶିଂଟନ, ୨୩।୮: ଆମେରିକାର ସମୁଦ୍ର କୂଳରେ ଶହ ଶହ ସଂଖ୍ୟାରେ ‘ସାଣ୍ଡ୍‌ ଡଲାର୍ସ’ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏହା ସ୍ଥାନୀୟ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଛି। ୧୫ ଅଗଷ୍ଟଠାରୁ ଏହି ସାମୁଦ୍ରିକ ଜୀବଟିକୁ ଦେଖିବାକୁ ମିଳୁଛି। ଏହାର ପ୍ରକୃତ ନାମ ହେଉଛି ସି ଉର୍ଚିନ୍ସ। ଏହାକୁ ‘ସି କୁକିଜ’ ଏବଂ ’ସ୍ନାପର୍‌ ବିସ୍କୁଟ’ ମଧ୍ୟ କୁହାଯାଏ। ଏହାର ଆକର୍ଷଣୀୟ ଡିଜାଇନ ଯୋଗୁ ଲୋକେ ‘ସାଣ୍ଡ୍‌ ଡଲାର୍ସ’ କହିଥାନ୍ତି। ଏହାର ଆକାର ପ୍ରାୟ ତିନିରୁ ଚାରି ଇଞ୍ଚ। ଏହି ସାମୁଦ୍ରିକ ଜୀବଟି ଦକ୍ଷିଣ ଆମେରିକାର ଉଷ୍ମ ଜଳରେ ବାସ କରେ। ଏହା ଆମେରିକାର ପୂର୍ବ ଉପକୂଳରେ ମଧ୍ୟ ଦୃଷ୍ଟି ଗୋଚର ହୋଇଥାଏ। ଦକ୍ଷିଣ ପୂର୍ବ ଏବଂ ଓରେଗନର ସମୁଦ୍ର କୂଳରେ ବାଲିରେ ଏହି ଜୀବଗୁଡ଼ିକ ପଡ଼ିଥିବାର ଦେଖାଯାଇଛି। କେଉ ଁକାରଣରୁ ସେମାନେ ସମୁଦ୍ର ଜଳରୁ ବାହାରି ଆସିଛନ୍ତି ତାହା ସମୁଦ୍ର ବିଜ୍ଞାନୀଙ୍କୁ ଚିନ୍ତାରେ ପକାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅପରାହ୍ନରେ ଆସିଥିବା ଜୁଆର ଯୋଗୁଁ ଏହି ଜୀବମାନେ ସମୁଦ୍ର ଉପକୂଳକୁ ଚାଲିଆସିଥିଲେ। ଏହି ଜୀବମାନେ ସମୁଦ୍ର ବାହାରେ ପାଞ୍ଚ ମିନିଟରୁ ଅଧିକ ସମୟ ଜଳ ବିନା ବଞ୍ଚିପାରିବେ ନାହିଁ। ବାଲିରେ ଫସିଯିବା ପରେ ମଧ୍ୟ ସେମାନେ ଜୀବିତଥିଲେ। କିନ୍ତୁ ଜୁଆର ନ ଥିବାରୁ ସେମାନେ ସମୁଦ୍ରକୁ ଯାଇପାରି ନ ଥିଲେ ବୋଲି ସ୍ଥାନୀୟ ସି ସାଇଡ୍‌ ଆକ୍ୱାରିୟମ୍‌ ପକ୍ଷରୁ ୟୁଟ୍ୟୁବ୍‌ରେ ଫଟୋ ଶେୟାର କରି ଏଭଳି କୁହାଯାଇଛି।

Share