Posted inଫୁରସତ

ଜୋତା ପ୍ରେମରେ ମହିଳା, ବେଡ୍‌ରୁମ୍‌ରେ ଟାଙ୍ଗିଛନ୍ତି ଶହଶହ ଜୋତା

ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ପସନ୍ଦ,ନାପସନ୍ଦ ରହିଛି। ଅନେକ ଲୋକ ସବୁବେଳେ ଭିନ୍ନ କିଛି କରିବାକୁ ଚାହିଁଥାନ୍ତି। କେହି କେହି ପୁରୁଣା ଟଙ୍କା ସଂଗ୍ରହ କରି ରଖିଥାନ୍ତି ତ କେହି କେହି ଟିକେଟ। ସେହିପରି କାନାଡାରେ ରହୁଥିବା ଜଣେ ମହିଳାଙ୍କର ଏକ ଅଜବ ସୌକ୍‌ ରହିଛି। ସେ ଭଳି କି ଭଳି ଜୋତା କିଣିବାକୁ ଭଲପାଆନ୍ତି। ଜୋତାକୁ ଏତେ ଭଲ ପାଆନ୍ତି ଯେ, ସେ ତାଙ୍କ ବେଡ୍‌ରୁମ୍‌କୁ ଖାଲି ଜୋତାରେ ସଜାଇଛନ୍ତି।

ରିୟାନ ନାମକ ଏହି ମହିଳା ଜଣକ ବଜାରରେ ଯେଉଁ ଜୋତା ତାଙ୍କର ପସନ୍ଦ ହୁଏ ସେ ସଙ୍ଗେ ସଙ୍ଗେ କିଣି ଆଣନ୍ତି। ଏବେ ସେ ତାଙ୍କର ଶୋଇବା ଘର କାନ୍ଥକୁ କେବଳ ଜୋତାରେ ସଜାଇଛନ୍ତି। ତାଙ୍କର ଏହି ଅଭ୍ୟାସ ଯୋଗୁ ଲୋକେ ତାଙ୍କୁ ‘କ୍ରୋକ୍‌ କୁଇନ୍‌’ ବୋଲି ଡାକିଥାନ୍ତି।

ଏକଥା ନିଜେ ରିୟାନ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି କହିଛନ୍ତି। ସେ ଏକ ଛୋଟ ଭିଡିଓରେ ନିଜର କ୍ରୋକ୍‌ସ କଲେକ୍ସନ ମଧ୍ୟ ପ୍ରଦର୍ଶନ କରିଛନ୍ତି, ଯାହା ଅତ୍ୟନ୍ତ ଆକର୍ଷଣୀୟ। ରିୟାନ ତାଙ୍କ ଶୋଇବା ଘରର ଏକ ଫଟୋ ଦେଖାଇଛନ୍ତି। ସେ କିପରି ଭଳି କି ଭଳି ରଙ୍ଗୀନ ଜୋତାକୁ ପୂରା କାନ୍ଥରେ ଟାଙ୍ଗିଛନ୍ତି। ୧୧୪ ହଳ ଜୋତା ସେ ତାଙ୍କ ବେଡ୍‌ରୁମ୍‌ରେ ରଖିଛନ୍ତି। ରିୟାନଙ୍କର ୩ ଲକ୍ଷ ଫଲୋଅର୍ସ ଅଛନ୍ତି ଏବଂ ସେ କ୍ରୋକ୍‌ସ ଆମ୍ବାସାଡର ହେବାକୁ ଯୋଗ୍ୟ ବୋଲି ଅନେକ ୟୁଜର ଦାବି କରିଛନ୍ତି।

ରିୟାନଙ୍କ ଏହି ପୋଷ୍ଟରେ ଅନେକ ୟୁଜର କହିଥିଲେ, ଜୋତା ପ୍ରତି କ’ଣ ଏବେ ବି ଦୁର୍ବଳତା ରହିଛି। କିଛି ଲୋକ ନିଜ ନିଜ ପାଖରେ ଥିବା ଜୋତାର ସଂଖ୍ୟା ମଧ୍ୟ କହିଥିଲେ। ରିୟାନ କହିଛନ୍ତି, ତାଙ୍କ ପାଖରେ କେବଳ ଶହ ଶହ କ୍ରୋକ ନାହିଁ, ସେ ପିନ୍ଧିବା ପାଇଁ ୭୭୦ଟି ଆସେସରିଜ ମଧ୍ୟ କିଣିଛନ୍ତି, ଯାହା ତାଙ୍କ ଲୁକ୍‌ ମଧ୍ୟ ବଦଳାଇ ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଆଖି ବୁଜିଲେ କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ୍‌ ବିବେକ ପାଙ୍ଗେନି; ଶୁଖୁନି ପତ୍ନୀ ଶ୍ରୀଜାନାଙ୍କ ଆଖିର ଲୁହ

ନୂଆଦିଲ୍ଲୀ: ନିଷ୍ଠୁର ହୋଇଗଲେ ଭଗବାନ। ଦୀର୍ଘଦିନ ଧରି କ୍ୟାନ୍‌ସର ସହ ଲଢ଼ୁଥିବା ଇଣ୍ଟରନେଟ୍‌ ସେନ୍‌ସେଶନ ବିବେକ ପାଙ୍ଗେନି ଶେଷରେ ନିରବି ଗଲେ। ଦୁଇ ବର୍ଷ ଧରି...

ଶନିବାର ଲମ୍ବା ହେବ ରାତି, ମହାକାଶରେ ଦେଖାଯିବ…

ନୂଆଦିଲ୍ଲୀ,୧୯।୧୨: ସରିବାକୁ ଆସିଲାଣି ବର୍ଷ ୨୦୨୪। ତେବେ ବର୍ଷକ ୩୬୫ ଦିନରୁ ଏପରି ଏକ ଦିନ ଆସେ ଯେଉଁ ଦିନଟି ବର୍ଷର ଦିନ ସବୁଠୁ ଛୋଟ...

ଜନ୍ମ ନେଲା ବାଇଗଣୀ ରଙ୍ଗର ଶିଶୁ, ସର୍ଜରୀରେ ଖର୍ଚ୍ଚ ହେଲା ୪୨ କୋଟି

ଲସ ଆଞ୍ଜେଲସ,୧୯।୧୨: ପିଲାଟିଏ ଜନ୍ମ ହେଲେ ସୁଖର କୌଣସି ସୀମା ନନ ଥାଏ। ଲସ ଆଞ୍ଜେଲ୍ସର ବାସିନ୍ଦା ଆଣ୍ଡାଲୁସିଆ ମେସା ମଧ୍ୟ ତାଙ୍କର ପ୍ରସବକୁ ନେଇ...

‘ଏକତା ହିଁ ସର୍ବୋପରି’

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ ଭାବ ଏବଂ ଭାଇଚାରା ଦ୍ବାରା ଦେଶର ଏକତା ବୃଦ୍ଧି ହୋଇଥାଏ।...

୨୦୨୫ ରେ ଏହି ରାଶିର ବଢିବ ଆୟ, ଜାଣନ୍ତୁ କେତେ ଶୁଭ ରହିବ

ନୂଆ ବର୍ଷ ୨୦୨୫ ଆରମ୍ଭ ହେବାକୁ ଆଉ କିଛିଦିନ ବାକି ଅଛି। ଆସନ୍ତୁ ଜାଣିବା ୨୦୨୫ରେ ଆୟ, ବ୍ୟାପାର, କ୍ୟାରିୟର, ବୈବାହିକ ଜୀବନ ଏବଂ ସ୍ୱାସ୍ଥ୍ୟ...

ଶତାୟୁ ମହିଳାଙ୍କ ୭ ମହାଦେଶ ଭ୍ରମଣ

ସିଡ୍‌ନୀ: ଯଦି ମନରେ ଉତ୍ସାହ ଏବଂ ଉଦ୍ଦୀପନା ଥାଏ ତେବେ କୌଣସି ମଧ୍ୟ ଲକ୍ଷ୍ୟକୁ ଅତି ସହଜରେ ପୂରଣ କରାଯାଇପାରିବ। ୧୦୨ ବର୍ଷୀୟା ଡୋରୋଥୀ ସ୍ମିଥ୍‌ଙ୍କ...

୨୦୨୪ରେ ଗୁଗଲରେ ଭାରତ ବିଷୟରେ ଏସବୁ ସର୍ଚ୍ଚ କରିଛନ୍ତି ପାକିସ୍ତାନୀ, ଲିଷ୍ଟ ଦେଖିଲେ ଉଡିବ ହୋଶ୍‌

ନୂଆଦିଲ୍ଲୀ,୧୨।୧୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ପାକିସ୍ତାନ ଯିବାକୁ ଭାରତୀୟ କ୍ରିକେଟ ଦଳ ମନା କରିଦେଇଛି। ଏହାର ପ୍ରଭାବ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ...

ନାଷ୍ଟ୍ରେଦମସଙ୍କ ବଡ଼ ବଭିଷ୍ୟବାଣୀ, ୨୦୨୫ରେ ଏହି ୬ ରାଶି ଉପରେ ପଡିବ ଅଧିକ ପ୍ରଭାବ

ନୂଆଦିଲ୍ଲୀ,୧୧।୧୨: ବର୍ଷ ୨୦୨୪ ଶେଷ ହେବା ପାଇଁ ଆଉ ମାତ୍ର କେଇଟା ଦିନ ବାକି ଅଛି । ୨୦୨୫ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri