ବରଗଡ଼ ଅଫିସ,୧୩ା୪: ବରଗଡ଼ ଜିଲା ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର୍ ସେଲର ସହାୟତା ନେଇ ପୋଲିସ ୧୦୧ଟି ମୋବାଇଲ ଜବତ କରିଛି। ଜବତ ମୋବାଇଲର ସମୁଦାୟ ମୂଲ୍ୟ ୧୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ବୁଧବାର ଜିଲା ପୋଲିସ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏସ୍ପି ରାହୁଲ ଜୈନ ଜବତ ମୋବାଇଲକୁ ସମ୍ପୃକ୍ତ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି। ଏସ୍ପିଙ୍କ ସମେତ ଅନ୍ୟ ପଦସ୍ଥ ଅଧିକାରୀ ଏବଂ ବିଭିନ୍ନ ଥାନାର ଥାନାଧିକାରୀମାନେ ଉପସ୍ଥିତ ଥିଲେ।