ମରାମତି ନାମରେ କାଟିଦେଲେ ଶତାଧିକ ଗଛ

ସରଣ୍ଡା,୨୮।୩: ବରଗଡ଼ ଜିଲା ଅତାବିରା ବ୍ଲକ ନୂଆଁ ଖାଇରପାଲି ରେଳଲାଇନପଡ଼ା।
ଏହି ପଡାରେ ୫୦ ପରିବାରର ରହୁଛନ୍ତି। କାମଧନ୍ଦା କରି ସେମାନେ ଚଳନ୍ତି। ପଡ଼ାବାସୀଙ୍କ ସମ୍ମୁଖରେ ଖାଇରପାଲି-ସରଣ୍ଡା କେନାଲ ଯାଇଛି। ପଡାବାସୀ ଖରାରୁ ରକ୍ଷା ପାଇଁ କେଲାନ ହୁଡାରେ ଶାଗୁଆନ, ଡୁମ୍ବେର, ପିଜୁଳି, ଆମ୍ବ ଆଦି ଗଛ ଲଗାଇଛନ୍ତି। ହେଲେ ଲରାସରା ପଞ୍ଚାୟତ ପକ୍ଷରୁ ପାଣିପଞ୍ଚାୟତ ଜରିଆରେ କେନାଲ ମରାମତି ନାମରେ କେତେକ ଲୋକଙ୍କ ଚାପରେ ବିନା ଅନୁମତିରେ ଶତାଧିକ ଗଛ କାଟି ଦେଇଛନ୍ତି । ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ବରଗଡ ଫରେଷ୍ଟ ଅଫିସର ରେଞ୍ଜର ପୃଥ୍ବିରାଜ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଅତାବିରା ଫରେଷ୍ଟର ଚିନ୍ମୟୀ ମହାପାତ୍ର, ତୁରୁମ ଫରେଷ୍ଟର ପ୍ରଶାନ୍ତ ସାହୁ, ଗୋଡ଼ଭାଗା ଫରେଷ୍ଟ ଗାର୍ଡ ଶଶିକାନ୍ତ ମଲ୍ଲିକ, ଅତାବିରା ଫରେଷ୍ଟ ଗାର୍ଡ ନୀଳିମା କୁମ୍ଭାର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଅଧିକାରୀମାନେ ୨ଟି ନମ୍ବର ବିହୀନ ଟ୍ରାକ୍ଟର ଏବଂ ଓଡି ୧୬/୭୭୬୧ ନମ୍ବର ବିଶିଷ୍ଟ ଗଛ କାଟୁଥିବା ଜେସିବି ଗାଡିକୁ ଜବତ କରିଛନ୍ତି।

Share